ଜୟପୁର/ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ୧୬ ଜଣିଆ ଟିମ୍ ଆଜି କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି । କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ରର ବିଜ୍ଞପ୍ତି ପରିପ୍ରେକ୍ଷୀରେ ବିଜେଡିର ଏହି ଗସ୍ତ ଗୁରୁତ୍ୱ ବହନ କରିଛି । ବିଜେଡି ଟିମ୍ ଆଜି ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ଅନୁଧ୍ୟାନ ସମୟରେ ୱାଇଏସଆର କଂଗ୍ରେସର ଏକ ପ୍ରଚାର ଗାଡ଼ି ଦେଖି ଗୋ ବ୍ୟାକ୍ କହି ଗର୍ଜିଥିଲା ବେଳେ କର୍ମୀମାନେ ସେଠାରୁ ଘଉଡ଼ାଇଦେଇଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା କିଛି ନାମଫଳକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ ।
କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ଇଞ୍ଚେ ଜମି ଛଡ଼ାଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡି ଟିମ୍ । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିବା କହି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଜେଡିର ଟିମ୍ ରେ ଝିନ୍ନ ହିକକା, ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର, ତୁମ୍ୱନାଥ ପଣ୍ଡା, ମାନସ ମାଡକାମୀ, ରଘୁରାମ ପଡ଼ାଲ, ପ୍ରଫୁଲ୍ଲ ପାଙ୍ଗୀ, ପ୍ରୀତମ ପାଢ଼ୀ, ପ୍ରଭୁ ଜାନି, ଶ୍ରୀମତୀ କୌଶଲ୍ୟା ହିକକା, ଶ୍ରୀମତୀ ସଶ୍ମିତା ମେଲକା ଏବଂ ଲଲାଟ ରଞ୍ଜନ ସେଠୀ ସାମିଲ ଥିଲେ ।