ଭୁବନେଶ୍ୱର: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଫେରାଇ ଆଣିଛି ବିଜେଡି । ତାଙ୍କ ଉପରୁ ବହିଷ୍କାର ଆଦେଶକୁ ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିଛନ୍ତି । ଆଜି ଏହାର ଅଫିସ୍ ଅର୍ଡର ଜାରି ହୋଇଛି ।
ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପୂର୍ବତନ ବିଧାୟକ ଶ୍ରୀ ପରିଡ଼ାଙ୍କୁ ସଭାପତି ୨୦୨୩ ସେପ୍ଟେମ୍ବର ୨୨ରେ ଦଳରୁ ବହିଷ୍କୃତ କରିଥିଲେ । ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ୩ କୋଟି ରାଶିର ସବସିଡି ଅର୍ଥକୁ ସେ ହେରଫେର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।