Thursday, June 25, 2026 08:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

'ମିଡ ଡେ ଓଡ଼ିଶା' ଆକଳନ ସତ ହେଲା

by Our Correspondent
14 Feb, 2024- 10:52 AM
in Latest News, News, Politics
1 min read
0
ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେଡି ଦୁଇଟି ଆସନ ପାଇଁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ତୃତୀୟ ଆସନ ଘୋଷଣା ନ କରିବା ପଛରେ ବଡ ସସପେନ୍ସ ଥିଲା । ବିଜେଡି ହାତରେ ତୃତୀୟ ଆସନଟି ଥିଲେ ମଧ୍ୟ କ’ଣ ପାଇଁ ପ୍ରାର୍ଥୀ ଘୋଷଣା କଲା ନାହିଁ ଏବଂ ଏଥିରେ କିଛି ବଡ଼ ଖେଳ ଅଛି ବୋଲି ‘ମିଡ ଡେ ଓଡ଼ିଶା’ ପ୍ରଥମେ ଖବର କରିଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଆସୁଥିବା ଏବଂ ସ୍ଥାନୀୟ ବିଜେପି ନେତା ଏବଂ ବିଧାୟକମାନଙ୍କୁ ପାର୍ଟି ଅଫିସରେ ହାଜିରା ଦେବାକୁ ଉପରୁ ନିର୍ଦ୍ଦେଶ ଆସିଥିବା ବି ଆମେ ବିଶ୍ୱସ୍ତ ସୂତ୍ରର ସୂଚନା ଆଧାରରେ ଖବର ପ୍ରକାଶ କରିଥିଲୁ । ଏହା ସତ ବୋଲି ଆଜି ପ୍ରମାଣିତ ହୋଇଛି ।

ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି ଆଜି ଘୋଷଣା କରିଛି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ମସିହାରେ ସେ ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ଏବଂ ବିଜେଡି ହାତରେ ଏହି ଆସନଟି ଥିବା ସତ୍ତ୍ୱେ ଅଶ୍ୱିନୀଙ୍କୁ ସମର୍ଥନ କରିବାରୁ ସେ ରାଜ୍ୟସଭା ଯାଇଥିଲେ । ଏବେ ତାହାର ପୁନରୁବୃତ୍ତି ଘଟିବାକୁ ଯାଉଛି । ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ସମର୍ଥନ ଘୋଷଣା ବାକି ଥିଲେ ମଧ୍ୟ ବିଜେଡି ସମର୍ଥନରେ ସେ ରାଜ୍ୟସଭା ଯିବା ନିଶ୍ଚିତ ହୋଇଯାଇଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ବୈଷ୍ଣବ ଆଜି ଭୁବନେଶ୍ୱରରେ ପହଞ୍ଚୁଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ଓଡ଼ିଶାରୁ ତିନୋଟି ରାଜ୍ୟସଭା ଆସନ ଖାଲି ହୋଇଥିଲା । ଏହି ତିନୋଟି ଯାକ ଆସନ ବିଜେଡି ହାତରେ ଥିଲା । ତେବେ ଜୁନ୍ ୨୧ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତିନୋଟି ଯାକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ । ସେତେବେଳକୁ ଶ୍ରୀ ବୈଷ୍ଣବ କୌଣସି ଦଳରେ ଯୋଗଦେଇ ନ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣାର ୨୦ ମିନିଟ୍ ପୂର୍ବରୁ ବିଜେପିର ଅଫିସିଆଲ୍ ଟୁଇଟର ହାଣ୍ଡଲ୍ ରେ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାସରିଥିଲା । ଫଳରେ ବୈଷ୍ଣବ କାହାର ପ୍ରାର୍ଥୀ ବୋଲି କେହି କିଛି ବୁଝିପାରିଲେ ନାହିଁ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଗଣମାଧ୍ୟମକୁ ଡାକି ଏକ ସ୍ପଷ୍ଟୀକରଣ ଦେଇଥିଲେ ।

କହିଥିଲେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କ ସହ ସେ କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଲା ପରେ ଦ୍ୱନ୍ଦ ଦୂର ହୋଇଥିଲା । ଅର୍ଥାତ୍ ବିଜେଡି ହାତରେ ତିନୋଟି ଯାକ ଆସନ ଥିଲେ ମଧ୍ୟ ଶୀର୍ଷ ନେତୃତ୍ୱସ୍ତରରେ ବୁଝାମଣା ହୋଇ ବିଜେପିକୁ ବିଜେଡି ଗୋଟେ ରାଜ୍ୟସଭା ଆସନ ଛାଡ଼ି ଦେଲା ।

ଯାହାର ଏବେ ପୁନରାବୃତ୍ତି ଘଟିବାକୁ ଯାଉଛି ।

 

Previous Post

ମମତା ଯୋଜନା ସହାୟତା ୨ଗୁଣ ବଢ଼ିଲା

Next Post

ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଘୋଷଣା

Next Post
ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଘୋଷଣା

ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA