Monday, May 25, 2026 05:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

by Our Correspondent
17 Sep, 2020- 05:58 PM
in Latest News
1 min read
0
ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ଭୁୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶ୍ରୀ ସାହୁ ଗତ ସପ୍ତାହରେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ଭୋର ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । କଟକ ପିଠାପୁରସ୍ଥିତ ବାସଭବନରେ ରହୁଥିଲେ ।

ଆସାମ କ୍ୟାଡରର ଆଇପିଏସ୍ ଶ୍ରୀ ସାହୁ ଅତିରିକ୍ତ ଡିଜି ପଦରେ ଥିଲା ବେଳେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଫେରି ଆସିଥିଲେ । ବିଜେପିରେ ଯୋଗଦେଇ ସେ ବିଭିନ୍ନ ପଦବଦବୀରେ କାର୍ଯ୍ୟ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ୨୦୧୪ ରେ ପୁନଶ୍ଚ ସେ ପୁରୀ ଲୋକସଭା ଆସନରୁ ଲଢ଼ିଥିଲେ । ମାତ୍ର ଦୁଇଥରଯାକ ପରାଜୟ ବରଣ କରିଥିଲେ ।

ଅତ୍ୟନ୍ତ ସ୍ପଷ୍ଟବାଦୀ ଥିଲେ ଶ୍ରୀ ସାହୁ । ନିଜର ଏହି ଗୁଣ ପାଇଁ ବିବାଦ ତାଙ୍କ ପିଛା ଛାଡ଼ି ନ ଥିଲା । ଅନେକ ପ୍ରସଙ୍ଗରେ ଦଳୀୟ ନେତୃତ୍ୱକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ । ୨୦୧୪ ରେ କନ୍ଧମାଳ ଉପନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀତ୍ୱରୁ ବଞ୍ଚିତ କରିବାରୁ ସେ କ୍ଷୁବ୍ଧ ହୋଇଥିଲେ । ସେଥିରେ ରୁଦ୍ରମାଧବ ରାୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନ ଫଳ ଆସିଲା ପରେ ଶ୍ରୀ ସାହୁ ସୋସିଆଲ୍ ମିଡ଼ିଆରେ ବିଷୋଦଗାର କରିଥିଲେ । ଓଡ଼ିଶାରେ ମୋଦି ମ୍ୟାଜିକ୍ କାହିଁକି କାମ କରୁନାହିଁ ଦଳ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ତାଙ୍କୁ ମହଙ୍ଗା ପଡ଼ିଥିଲା । ଦଳର ରାଜ୍ୟ ଉପସଭାପତି ପଦରୁ ତଡ଼ା ଖାଇବା ସହ ଦଳରୁ ସସପେଣ୍ଡ ହୋଇଥିଲେ ।

ଶ୍ରୀ ସାହୁଙ୍କ ମୃତ୍ୟୁରେ ରାଜ୍ୟ ବିଜେପି ସମେତ ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ ପାଇଛି ।

Continue Reading
Previous Post

Akshay Kumar releases ‘Laxmmi Bomb’ teaser with release date

Next Post

କିଟ୍‌ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

Next Post
କିଟ୍‌ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

କିଟ୍‌ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA