Sunday, June 28, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କୁ ମନେଇବାରେ ଫେଲ୍ ମାରିଲା ‘ସର୍କାର’ !

ଡିଏନ୍ ମାଲିକଙ୍କ କାଗଜ ଶୁଭାରମ୍ଭ ଉତ୍ସବରୁ ବିଜେପି ଅତିଥିମାନେ ଦୂରେଇ ଗଲେ

by Our Correspondent
30 Oct, 2024- 09:30 PM
in Latest News, Media, News
1 min read
0
ସରକାରଙ୍କୁ ମନେଇବାରେ ଫେଲ୍ ମାରିଲା ‘ସର୍କାର’ !

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଗଣମାଧ୍ୟମ ଜଗତରେ ପ୍ରବେଶ କରିଛନ୍ତି । ତାଙ୍କ ମାଲିକାନାରେ ‘ସର୍କାର’ ନାମରେ ଏକ ଦୈନିକ ସମ୍ବାଦପତ୍ର ଏବଂ ଡିଜିଟାଲ୍ ମିଡିଆର ଆଜି ଶୁଭାରମ୍ଭ ହୋଇଛି । କଳିଙ୍ଗ ବିହାରସ୍ଥିତ ଡିଏନ ରେଗାଲିଆ ମଲ୍ ଠାରେ ଥିବା ହୋଟେଲ୍ ଭିଭାନ୍ତାରେ ଏଥିପାଇଁ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ଆୟୋଜିତ ହୋଇଥିଲେ ମଧ୍ୟ କେବଳ ପ୍ରଭୁ ଚାୱଲାଙ୍କ ବ୍ୟତୀତ ପୂର୍ବ ସ୍ଥିରୀକୃତ ଅନ୍ୟ ଅତିଥିମାନେ ଆସି ନ ଥିଲେ । ଶେଷ ମୁହୂର୍ତ୍ତରେ କୌଣସି କାରଣରୁ ସେମାନେ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତିରେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଅତିଥି ହୋଇ କାମ ଚଳେଇଥିଲେ ।

‘ସର୍କାର’ର ଲୋକାର୍ପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବାର ଥିଲା । ମୁଖ୍ୟ ଉଦଘାଟକ ଭାବେ ମନମୋହନ ସାମଲ, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରଭୁ ଦୟାଲ୍ ଚାୱଲା ଯୋଗଦେବେ ବୋଲି ନିମନ୍ତ୍ରଣପତ୍ର ଛପାଯାଇଥିଲା । ଏଥିରେ ଯୋଗଦାନ କରି ସମାରୋହକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ‘ସର୍କାର’ ର ପ୍ରତିଷ୍ଠାତା ସମ୍ପାଦକ ଜଗଦୀଶ ପ୍ରସାଦ ନାୟକ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ ।

ଦୁଇଦିନ ହେଲା ଏହି ନିମନ୍ତ୍ରଣପତ୍ର ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ ରେ ବୁଲୁଥିଲା । ଡିଏନ୍ ମାଲିକଙ୍କ ଖବରକାଗଜ ଶୁଭାରମ୍ଭରେ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ମନ୍ତ୍ରୀଙ୍କର ଯୋଗଦାନକୁ ନେଇ ନାନା ଚର୍ଚ୍ଚା ଲାଗି ରହିଲା । ଏହି ଖବରକାଗଜ ପଛରେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଥିବା ସମସ୍ତେ ଧରିନେଲେ । ଖାଲି ସେତିକି ନୁହେଁ, ଏଥିରେ ବିଜେପିର ଗୋଷ୍ଠୀ ସମୀକରଣର ମଧ୍ୟ ଆଲୋଚନା ହେଲା ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଏହିସବୁ ଚର୍ଚ୍ଚା ଆଲୋଚନାକୁ ନେଇ ରାଜ୍ୟ ବିଜେପିରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଏଥିରେ ବଦନାମ ହେବେ ବୋଲି ବହୁ ନେତା ଆଶଙ୍କା ପ୍ରକାଶ କରିଥିଲେ । ପୂର୍ବ ସରକାରଙ୍କ ଅତି ନିକଟତର ଥିବା ଏହି ବିଶିଷ୍ଟ ଉଦ୍ୟୋଗୀଙ୍କୁ ବିଜେପି ସରକାରଙ୍କ ସହ ନୂଆ ବନ୍ଧନରେ ବାନ୍ଧିବାକୁ ଜନୈକ ସାଂସଦଙ୍କର ମଧ୍ୟସ୍ଥି ଭୂମିକାକୁ ଦଳର ବରିଷ୍ଠ ନେତାମାନେ ସମାଲୋଚନା କରିଥିଲେ । ଦଳୀୟ ନେତାଙ୍କ ଏହି ପ୍ରତିକ୍ରିୟା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାନରେ ବି ପଡ଼ିଥିଲା ବୋଲି କୁହାଯାଉଛି ।

ଯାହା ବି ହେଉ, ‘ସର୍କାର’ ଖବର କାଗଜର ଶୁଭ ଉନ୍ମୋଚନ ଉତ୍ସବରୁ ଶେଷ ମୁହୂର୍ତ୍ତରେ ଦୂରେଇ ଯାଇଥିଲେ ମନମୋହନ ସାମଲ, ପ୍ରଭାତୀ ପରିଡ଼ା, ପୃଥ୍ୱୀରାଜ ହରିଚନ୍ଦନ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର । ସେମାନେ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଦୁଇ ଘଣ୍ଟା ପୂର୍ବରୁ ଜଣାଇ ଦିଆଗଲା । ସେମାନଙ୍କୁ ମନାଇବାକୁ ନୂଆ ଖବରକାଗଜ ସଂସ୍ଥା ପକ୍ଷରୁ ବହୁ ଉଦ୍ୟମ ହୋଇଥିଲା । ମାତ୍ର ତାହା ଫେଲ୍ ମାରିଥିଲା । ଶେଷରେ ପ୍ରଭୁ ଚାୱଲାଙ୍କ ସହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକଙ୍କୁ ରାଜି କରାଯାଇଥିଲା ।

ବିଜୟ ପଟ୍ଟନାୟକ ତାଙ୍କ ଭାଷଣରେ ‘ସର୍କାର’ ଖବରକାଗଜରୁ ବାପା ମାଆ ପରିଚୟ ହଟାଇ ବିଶ୍ୱସନୀୟତା ରଖିବାକୁ ପରାମର୍ଶ ଦେଇଥିବା ବେଳେ ସୌମ୍ୟ ପଟ୍ଟନାୟକ, ଜଗଦୀଶ ନାୟକଙ୍କୁ ‘ସର୍କାର’ ଖବରକାଗଜର ଧର୍ମବାପା ବୋଲି କହିଥିଲେ । ସେ ତାଙ୍କ ଭାଷଣରେ ଏୟା ବି କହିଥିଲେ ଯେ ସମ୍ବାଦପତ୍ର କେବେ ବି ନିରପେକ୍ଷ ନୁହେଁ । ହେଲେ ପକ୍ଷ ରଖିବାକୁ ଦମ୍ ରହିବା ଦରକାର । ଏକ ଖବରକାଗଜକୁ ବଞ୍ଚେଇ ବଢ଼େଇବା ବହୁତ କଠିନ କାମ ବୋଲି ସେ କହିଥିଲେ ।

Previous Post

ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

Next Post

ଦୀପାବଳିରେ ଏକ ନମ୍ବର ଫୁଟପାଥରୁ ଦୀପ, ସଳିତା, ତେଲ କିଣିଲେ ମୁଖ୍ୟମନ୍ତ୍ରୀ

Next Post
ଦୀପାବଳିରେ ଏକ ନମ୍ବର ଫୁଟପାଥରୁ ଦୀପ, ସଳିତା, ତେଲ କିଣିଲେ ମୁଖ୍ୟମନ୍ତ୍ରୀ

ଦୀପାବଳିରେ ଏକ ନମ୍ବର ଫୁଟପାଥରୁ ଦୀପ, ସଳିତା, ତେଲ କିଣିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA