Tuesday, September 22, 2026 04:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କୁ ଧୋଇଲେ ଶାସକ ଦଳ

ବିଧାୟକ ଦଳ ବୈଠକରେ ତୋଫାନ

by Samar Pradhan
22 Sep, 2026- 02:52 PM
in Latest News, News, Politics
1 min read
0
ସରକାରଙ୍କୁ ଧୋଇଲେ ଶାସକ ଦଳ

ଭୁବନେଶ୍ୱର: ଏଠି ସରକାରରେ ମା’ ବାପା ନାହାନ୍ତି । କିଛି କାମ ହଉନି । ପ୍ରଶାସନ ପଙ୍ଗୁ ହୋଇଯାଇଛି । ମନ୍ତ୍ରୀମାନେ ଦୁର୍ନୀତିରେ ବୁଡ଼ିଛନ୍ତି । ଚାରିଆଡ଼େ ସରକାରଙ୍କ ନିନ୍ଦା, ଅପବାଦ । ଲୋକଙ୍କୁ ସାମନା କରିବାକୁ ଆଉ ସାହାସ ନାହିଁ । ଏମିତି ଚାଲିଲେ ପଞ୍ଚାୟତ ନିର୍ବାଚନରେ ସଫା ହୋଇଯିବା ଥୟ । ଆମକୁ ଭଗବାନ ବି ବଞ୍ଚାଇ ପାରିବେନି ।

ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଏମିତି ଭାବେ ନିଜର ଉଦବେଗ ଝାଡ଼ିଥିଲେ ଅନେକ ସଦସ୍ୟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପ୍ରାୟ ଦୁଇଘଣ୍ଟା କାଳ ପ୍ରଶ୍ନବାଣରେ ଧୋଇଥିଲେ ।

ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ମନମୋହନଙ୍କ ଅଧ୍ୟକ୍ଷତାରେ ବିଧାନସଭା ରଣନୀତି ବୈଠକ ବସିଥିଲା । ବିରୋଧୀ ଦଳକୁ କେମିତି ମୁକାବିଲା କରାଯିବ ତାହାର ଏକ ଖସଡ଼ା ପଢ଼ାଯାଇ ଔପଚାରିକତା ପୂରଣ କରାଯାଇଥିଲା । ମାତ୍ର ଅସଲ ଆଲୋଚନା ହୋଇଥିଲା ସରକାରରେ ଚାଲିଥିବା ଅରାଜକତା, ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ।

ବିଶ୍ୱସ୍ତ ସୂଚନା ଅନୁଯାୟୀ, ସରକାରୀ ଦଳର ଅନେକ ସଦସ୍ୟ ନିଜ ନିଜ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରି ସରକାରଙ୍କ ଅପାରଗତା ଆଡ଼କୁ ଅଙ୍ଗୁଳି ଉଠାଇଥିଲେ । ଗଭର୍ଣ୍ଣାସ୍ କୋଲାପ୍ସ ହୋଇଯାଇଥିବା ପ୍ରାୟ ସମସ୍ତଙ୍କର ଅଭିଯୋଗ ଥିଲା । ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଂଝୀ ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଭୀଷଣ ଗାଳି କରିଥିଲେ । ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ବିଧାୟକ ସରକାରଙ୍କ କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରମାଦ ଗଣିଥିଲେ । ଖୋଦ୍ ରାଜଧାନୀରେ ଶାସକ ଦଳର ଛତ୍ରଛାୟାରେ ମାଫିଆ ମାନଙ୍କ ଦୌରାତ୍ମ୍ୟକୁ ନେଇ କିଛି ବିଧାୟକ ଉଦବେଗ ପ୍ରକାଶ କରିଥିଲେ । ଏମିତି ଚାଲିଲେ ଆଗମୀ ପଞ୍ଚାୟତ ନିର୍ବାଚନରେ ସଫା ହୋଇଯିବା ବୋଲି ଆଶଙ୍କା କରିଥିଲେ ।

ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବିଧାୟକମାନେ ବେଶୀ ରାଗ ଝାଡ଼ିଥିଲେ । ପୂର୍ତ୍ତ ବିଭାଗକୁ ସେ ବରବାଦ କରିଦେଲେଣି ଏବଂ ବିଭାଗ ଯାବତୀୟ କେଳେଙ୍କାରୀର ଗନ୍ତାଘର ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଟେଣ୍ଡର ହୋଇ ଗୋଟେ କାମ ହେଲା ପରେ ତାହା ଅଧାରୁ ବାତିଲ ହେବା ଏବଂ ନୂଆ ଲୋକଙ୍କୁ ସେହି ଟେଣ୍ଡର ଧରାଇବାର ବିଚିତ୍ର ଧାରା ଆରମ୍ଭ ହୋଇଛି । ଏଥିରେ କିକ୍ ବ୍ୟାକ୍ ଚାଲିଥିବା କହି କିଛି ବିଧାୟକ ପ୍ରବଳ ବର୍ଷିଥିଲେ । ଏହାଦ୍ୱାରା ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ୟ ପ୍ରବଳ ଗାଳି ପଡ଼ିଥିଲା । ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ଭଳି ଅକ୍ଷମଣୀୟ ଅପରାଧର ମୁଖ୍ୟ କାର୍ପଟଦାର ନିତ୍ୟାନନ୍ଦ ଗଣ୍ଡଙ୍କୁ ସରକାର ସୁରକ୍ଷା ଦେବାକୁ ଅଧିକାଂଶ ବିଧାୟକ ନାପସନ୍ଦ କରିଥିଲେ । ଏମଏମଡିଆରକୁ ସମର୍ଥନ ନେଇ ଅନେକ ବିଧାୟକ ନାକ ଟେକିଥିଲେ ।

ଶାସକ ଦଳର ବିିଧାୟକମାନେ ସେମାନଙ୍କ ଅସନ୍ତୋଷ ଓ ରାଗ ଝାଡୁଥିଲା ବେଳେ ମୋହନ-ମନମୋହନ ଯୋଡିଙ୍କ ମୁହଁ ବିଷର୍ଣ୍ଣ ହୋଇଯାଇଥିବା ବିଧାୟକଙ୍କ ସୂତ୍ରରୁ ଜଣାପଡ଼ିଛି । ବିରୋଧୀ ଦଳକୁ ସାମନା କରିବାକୁ ବିଧାୟକମାନେ ପ୍ରସ୍ତୁତ ହେବାକୁ ଉଭୟ ପରାମର୍ଶ ଦେଇ ବିଧାୟକମାନଙ୍କ ଅସନ୍ତୋଷକୁ ବାଆଁରେଇବାକୁ ଚେଷ୍ଟା କରିଥିଲେ । ବିଧାୟକମାନଙ୍କର ପ୍ରଶ୍ନର ଜବାବ ଦେବାକୁ ସେମାନେ ସକ୍ଷମ ହୋଇ ନ ଥିଲେ ବୋଲି ଉପକୂଳ ଅଞ୍ଚଳର ଜଣେ ବିଧାୟକଙ୍କ ସୂତ୍ରରୁ ଜଣାପଡ଼ିଛି ।

ଉକ୍ତ ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଦଳର ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ଉପସ୍ଥିତ ଥିଲେ ।

ସୂଚନାଥାଉକି, ନିକଟରେ ଦଳର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଏବଂ ନବରଙ୍ଗପୁର ବଳଭଦ୍ର ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସରକାରଙ୍କ ନିକମାପଣିଆ ପଦାକୁ ଆଣିଥିଲେ । ନିଜ ନିଜ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଧିମା ହୋଇଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ଏହା ପରେ ଦଳର ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିଜ ଅଞ୍ଚଳର ସମସ୍ୟା ନେଇ ରାଜ୍ୟ ସରକାରଙ୍କ ପାଖରୁ ନିରାଶ ହେଲା ପରେ ସିଧା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ନିଜ ସରକାରଙ୍କ ଉପରୁ ଦଳୀୟ ବିଧାୟକଙ୍କ ଭରସା ତୁଟିବାର ଏହାଠାରୁ ବଡ଼ ଉଦାହରଣ କିଛି ନ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

 

Previous Post

‘ସରକାରରେ କିଏ କାହା କଥା ଶୁଣୁନାହାନ୍ତି, କେବଳ ଲୁଟ୍ ଚାଲିଛି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA