ଭୁବନେଶ୍ୱର: ବିଜେପି ସୋସିଆଲ୍ ମିଡିଆର ନୂଆ ଟିମ୍ ଘୋଷଣା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସୋସିଆଲ୍ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଏହି ଟିମ୍ ଗଠନ କରିଛନ୍ତି । ଏଥିରେ ୨ ଜଣ ସଂଯୋଜକ ଓ ୧୨ ଜଣ କୋର୍ ଟିମ୍ ସଦସ୍ୟ ଅଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ଟିମ୍ ରେ ୩୬ ଜଣ ଜିଲ୍ଲା ପ୍ରଭାରୀଙ୍କୁ ମିଶାଇ ବିଭିନ୍ନ ଜିଲ୍ଲାରୁ ମୋଟ ୪୯ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
ସହ ସଂଯୋଜକ ଭାବେ ଚିନ୍ମୟ ପଣ୍ଡା ଓ ସୁଚରିତା ଜେନାମଣିଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅର୍ଜୁନ ଜଗତ, ବବଲୁ ମହାନ୍ତି, ବିରଞ୍ଚି ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଓଝା, ମାନସୀ ମଞ୍ଜରୀ ରାୟ, ମନୋଜ କୁମାର ବେହେରା, ପ୍ରଦୀପ୍ତ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ଶିଳ୍ପା ଗିରିଗୋସ୍ୱାମୀ ଓ ଶ୍ରୀନିବାସ ପଣ୍ଡାଙ୍କୁ କୋର୍ କମିଟି ସଦସ୍ୟ ରୂପେ ନିଯୁକ୍ତି କରାଯାଇଛି ।
ଏ ନେଇ ସୋସିଆଲ୍ ମିଡିଆ ମୁଖ୍ୟ ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ବାର୍ତ୍ତା ଜାରି କରିଛନ୍ତି ।