Thursday, September 17, 2026 01:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯାର ମୁଖେ ଲଜ୍ଜା ନାହିଁ!!

ମୋଦୀଙ୍କ ଜନ୍ମଦିନ ପାଳନ ପ୍ରତିଯୋଗିତା

by Samar Pradhan
16 Sep, 2026- 09:44 PM
in Latest News, News
1 min read
0
ଯାର ମୁଖେ ଲଜ୍ଜା ନାହିଁ!!

ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଜନ୍ମଦିନର ସ୍ୱତନ୍ତ୍ରତା ରହିଛି । ଯେତେ ଶତ୍ରୁ ହେଲେ ବି ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଆମ ଭାରତୀୟ ପରମ୍ପରାର ଏକ ବୈଶିଷ୍ଟ । ଏହାଦ୍ୱାରା ମଣିଷ ଛୋଟ ହୋଇଯାଏନି । ବରଂ ଶତ୍ରୁଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଦେବାରେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଜନନାୟକ । କୋଟି କୋଟି ଭାରତୀୟ ତାଙ୍କୁ ଭଲ ପାଆନ୍ତି । ଏଭଳି ଜଣେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ଏକ ସାଧାରଣ କଥା । ମାତ୍ର ଏହାକୁ ଅସାଧାରଣ କରିବାକୁ ଚେଷ୍ଟା ହେଲେ ତାହାର ସ୍ୱତନ୍ତ୍ରତା ଓ ମୌଳିକତା ହରାଇବାର ସମ୍ଭାବନା ଅଧିକ । ଆଶୀର୍ବାଦ, ସମ୍ମାନକୁ ପଣ୍ୟଦ୍ରବ୍ୟ କରିଦେଲେ କଥା ସରିଗଲା । ଏଥିରେ ଚାଟୁକାରିତା, ମର୍ଯ୍ୟାଦାହାନୀର ଆଶଙ୍କା ଥାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଓଜନଦାର ବ୍ୟକ୍ତିତ୍ୱଙ୍କ ପାଇଁ ଏଭଳି କାର୍ଯ୍ୟ ଜନ୍ମଦିନର ଉପହାର ବଦଳରେ ଉପହାସ ନ ହେଉ ।

ଆସନ୍ତାକାଲି ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ । ଏଥର ଜନ୍ମଦିନକୁ ମାସେ ବ୍ୟାପୀ ପାଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି । ସେବା ସଂକଳ୍ପ ଅଭିଯାନ ନାଁରେ ସାରା ଦେଶରେ ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେବା ଜ୍ୟୋତି ଯାତ୍ରା, ନମୋ ସେବା ଗାଥା, ସ୍ୱପ୍ନର ଭାରତ, ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ । ଓଡ଼ିଶାରେ ମୋଦୀଙ୍କ ପାଇଁ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ସକାଳେ କିମ୍ବା ସଂଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ ଆଶୀର୍ବାଦର ଦୀପ ପ୍ରଜ୍ଜଳିତ କରିବାକୁ ଡାକରା ଦେଇଛନ୍ତି । ସେହି ସୁନ୍ଦର ମୂହୁର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରି ସେୟାର୍ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଭାଷାରେ ଏହା ହେବ ସେବାପକ୍ଷ । ସେଥିପାଇଁ ତାଙ୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି । ସେପ୍ଟେମ୍ବର ୧୭ ସେବା ପକ୍ଷରେ ରାଜ୍ୟର ସବୁ ମହିଳା ଜଳାଇବେ ଆଶୀର୍ବାଦ ଦୀପ । ସବୁ ବ୍ଲକ୍ ରେ ହେବ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ । ୭୦ ଲକ୍ଷ ମହିଳା ଆଶୀର୍ବାଦ ଦୀପ ଜଳାଇବା ପାଇଁ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଅକ୍ଟୋବର ୧୭ ଯାଏଁ ସେବାପକ୍ଷ ପାଳନ ହେବ ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟ ସରକାର ନିଜ ପ୍ରଚାର ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଦୁଇବର୍ଷ ତଳେ ରାଜ୍ୟରେ ବିଜେପି ସରକାର ଆସିଲା ପରେ ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହୋଇଥିଲା ‘ସୁଭଦ୍ରା’ ଯୋଜନା । ୫୦ ହଜାର ଟଙ୍କା ଦେବାକୁ କହି ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ଦେଇ ‘ସୁଭଦ୍ରା’ ମାନଙ୍କୁ ଭଣ୍ଡେଇଥିବା ସରକାର ଆସନ୍ତାକାଲି ଏହି ଯୋଜନାର ଦୁଇବର୍ଷ ପୂର୍ତ୍ତି ପାଳନ କରିବେ । ମହିଳା ସଶକ୍ତିକରଣ ଓ ଆତ୍ମସମ୍ମାନର ସଂକଳ୍ପ ଦିବସ ଭାବେ ଏହାକୁ ଜାକଜମକରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

ସୁଭଦ୍ରା ହିତାଧିକାରୀମାନେ ଯୋଜନାର ସ୍ତୁତିଗାନ୍ କରି ଉତ୍ସବ ପାଳିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି । ଆସନ୍ତାକାଲି ସେପ୍ଟେମ୍ବର ୧୭ ସଂଧ୍ୟା ୬ରୁ ୭ଟା ମଧ୍ୟରେ ରାଜ୍ୟର ଘରେ ଘରେ ଦୀପ ପ୍ରଜ୍ୱଳନ କରିବାକୁ ତାଙ୍କର ଆହ୍ୱାନ ରହିଛି । ରାଜ୍ୟର ସମସ୍ତ ଇସିଡିଏସ୍ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର ଓ ସିଡିପିଓ କାର୍ଯ୍ୟାଳୟଗୁଡ଼ିକରେ ଦିନ ତମାମ ରଙ୍ଗୋଲି ପ୍ରତିଯୋଗିତା ଏବଂ ସବିଶେଷ ସମାରୋହର ଆୟୋଜନ କରାଯାଇଛି ।

ମୋଟାମୋଟି କହିଲେ ମୋଦୀଙ୍କ ଜନ୍ମଦିନକୁ କାଲିଠାରୁ ମାସିକିଆ ସରକାରୀ ଉତ୍ସବ ଭାବେ ପାଳନ କରାଯାଉଛି । ସେଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବ । ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଏହା ପ୍ରତିଯୋଗିତା ସୃଷ୍ଟି କରିଛି । ଉତ୍ସବକୁ କିଏ କେତେ ପ୍ରଭାବୀ ଓ ଆକର୍ଷଣ କରିବ ସେଥିପାଇଁ ଏହି ପ୍ରତିଯୋଗିତା । ଓଡ଼ିଶା ବିଜେପି/ସରକାରଙ୍କ ପାଖରେ ସମସ୍ତଙ୍କୁ ପଛରେ ପକାଇ ଦେବାର ଆତ୍ମବିଶ୍ୱାସ ଆସିଛି ।

ତେବେ ଏହି ମାସିକିଆ ଜନ୍ମଉତ୍ସବକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଉଥିବା ସାଧାରଣ ଜନତା ଏହାକୁ ଅଯଥା ପ୍ରହସନ କହି ସମାଲୋଚନା କରିଛନ୍ତି । ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା, ବେରୋଜଗାର, ବେକାରୀ, ପିଲାଙ୍କ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଭଳି ଯାବତୀୟ ସମସ୍ୟାରେ ସାଧାରଣ ଲୋକେ ଜର୍ଜରିତ ହେଉଥିବା ବେଳେ ସରକାରୀ କଳ, ଦଳର ଏଭଳି କାର୍ଯ୍ୟକ୍ରମକୁ ସେମାନେ ନାପସନ୍ଦ କରିଛନ୍ତି । ଅନେକ ଏହାକୁ ଲଜ୍ଜାହୀନ ଆଚରଣ କହି ଆକ୍ଷେପ କରିଛନ୍ତି ।

ସୂଚନାଥାଉକି, ଓଡ଼ିଶାରେ ବର୍ତ୍ତମାନର ବଜାର ସ୍ଥିତି ଏବଂ ଲୋକଙ୍କର ପରିସ୍ଥିତି ସଙ୍କଟଜନକ କହିଲେ ଚଳେ । ଅତ୍ୟାବଶ୍ୟକ ଖାଉଟୀ ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ବଜାରରୁ ହଜାର ଟଙ୍କାର ସାମଗ୍ରୀ କିଣିଲେ ବ୍ୟାଗ୍ ଅଧା ବି ପୂରୁନି । ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ପାଇଁ ଦରଦାମ କଷ୍ଟ କେବଳ ଦିନେ ଓଳିର କଥା ନୁହେଁ । ମାସ ମାସ ଧରି ସେମାନେ ଏହି କଷ୍ଟରେ ଘାଣ୍ଟି ହେଉଛନ୍ତି । ଦିନସାରା ଖଟି ଖଟି ଯାହା ରୋଜଗାର, ଖାଇବା ଖର୍ଚ୍ଚକୁ ବି ନିଅଣ୍ଟ ହୋଇଗଲାଣି ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟରେ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହେବାର ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି । ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ୫.୫ % ଛୁଇଁଛି । ଦେଶର ହାର ୪.୮୨% ତୁଳନାରେ ଏହା ୦.୭୦% ଅଧିକ । ଅର୍ଥାତ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍ ଦେଇ କିଣୁଛନ୍ତି । ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ତେଲେଙ୍ଗାନା ୬.୨୭%, ତାମିଲନାଡୁ ୫.୯୨%, ମଧ୍ୟପ୍ରଦେଶ ୫.୫୫%, ଆନ୍ଧ୍ର ପ୍ରଦେଶ ୫.୫୩% ରହିଛି ।

ଗତ ଜାନୁଆରିରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୯୫ ରହିଥିଲା । ଜୁଲାଇରେ ଏହା ୪.୮୩% ଥିଲା ବେଳେ ଅଗଷ୍ଟରେ ୦.୬୯% ବୃଦ୍ଧି ହୋଇଛି । ୨୦୨୬ ଜାନୁଆରି ପରଠାରୁ ରାଜ୍ୟର ମୁଦ୍ରାସ୍ଫୀତିରେ ୧.୮୭% ବୃଦ୍ଧି ହୋଇସାରିଲାଣି । ଏହି ବୃଦ୍ଧି ଦେଶରେ ସର୍ବାଧିକ ବୋଲି ତଥ୍ୟରୁ ଜଣାପଡ଼ିଛି ।

Previous Post

ଓଡ଼ିଶା ବଜାରରେ ମହଙ୍ଗା ମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA