Saturday, September 19, 2026 02:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦୀଙ୍କ ଜନ୍ମଦିନ ପାଳନରେ ଭାଣ୍ଡିଆ!

କର୍ମୀ ଯୋଗାଡ଼ରେ ପାରିଲାନି ବିଜେପି!!

by Samar Pradhan
18 Sep, 2026- 06:23 PM
in Latest News, News
1 min read
0
ମୋଦୀଙ୍କ ଜନ୍ମଦିନ ପାଳନରେ ଭାଣ୍ଡିଆ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୬ତମ ଜନ୍ମଦିନକୁ ଏଥର ମାସେ ବ୍ୟାପୀ ପାଳନ କରାଯାଉଛି । ଦେଶବ୍ୟାପୀ ଏହି ପାଳନକୁ ‘ସେବା ସଂକଳ୍ପ ଅଭିଯାନ’ ବା ‘ସେବା ପକ୍ଷ’ ନାଁ ଦିଆଯାଇଛି । ସେବା ପକ୍ଷ ପାଳନର ଶୁଭାରମ୍ଭ ଅବସରରେ ଗତକାଲି ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଏକ ମେଗା ରକ୍ତଦାନ ଶିବିିର ଆୟୋଜନ କରାଯାଇ ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର କର୍ମୀ/ରକ୍ତଦାତାଙ୍କ ଅଭାବରୁ ବିଜେପିକୁ ଭାଣ୍ଡିଆ ହେବାକୁ ପଡ଼ିଛି ।

ଏହି କାର୍ଯ୍ୟକ୍ରମ ପାଇଁ ପାଖାପାଖି ସପ୍ତାହ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ଅତି କମ୍ ରେ ୫ ହଜାର କର୍ମୀଙ୍କ ସମାଗମ କରିବା ପାଇଁ ଯୋଜନା ହୋଇଥିଲା । ମାତ୍ର ଗତକାଲି ନିର୍ଦ୍ଧାରିତ ସମୟ ପାର ପରେ ମଧ୍ୟ ସେଠାରେ ସ୍ୱଳ୍ପ କର୍ମୀଙ୍କ ଉପସ୍ଥିତି ଦେଖିବାକୁ ମିଳିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ମହାକାଳପଡ଼ା ବିଧାୟକ ଦୁର୍ଗା ନାୟକ ଉପସ୍ଥିତ ଥିଲେ । ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁ ପ୍ରଚ୍ଛଦପଟରେ ରହି ସବୁ ବୁଝାବୁଝି କରୁଥିଲେ । ୫ ହଜାର ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ତାଙ୍କ ଉପରେ ନ୍ୟସ୍ତ ଥିଲା ବୋଲି କୁହାଯାଉଛି ।

ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହର ଟାର୍ଗେଟ୍ ରହିଥିବାରୁ ସେହି ଅନୁଯାୟୀ ଡାକ୍ତର, କର୍ମଚାରୀ ପ୍ରସ୍ତୁତ ରହିଥିଲେ । ଆଶା କରାଯାଉଥିଲା, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ମେଗା ଇଭେଣ୍ଟ ର ଆୟୋଜନ ହୋଇଥିବାରୁ ରକ୍ତଦାନ ପାଇଁ କର୍ମୀଙ୍କର ସୁଅ ଛୁଟିବ । ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ତିନୋଟି ଯାକ ନିର୍ବାଚନମଣ୍ଡଳୀରୁ କର୍ମୀ ଛୁଟି ଆସିବେ । ମାତ୍ର ଦେଖିଲା ବେଳକୁ ଫୁସ୍ । ରକ୍ତଦାନ ଶିବିରରେ ରକ୍ତଦାତାଙ୍କ ଅଭାବୀ ଦୃଶ୍ୟ ଶାସକ ଦଳକୁ ଭୀଷଣ ଅଡୁଆ ଭିତରକୁ ଠେଲିନେଲା । ରକ୍ତ ସଂଗ୍ରହ ଟାର୍ଗେଟ୍ କେମିତି ପୂରଣ ହେବ ଶାସନକଳର ଭାଳେଣି ପଡ଼ିଲା । ରାଜଧାନୀର କିଛି ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରୁ ପିଲା ଆଣିବାକୁ ଧାଁ ଧପଡ଼ ଚାଲିଲା । ଅଲୋଡ଼ା ନେତା ପ୍ରଭାତ ବିଶ୍ୱାଳଙ୍କୁ କଟକରୁ ପିଲା ପଠାଇବାକୁ ଅନୁରୋଧ କରାଗଲା । ତଥାପି ଟାର୍ଗେଟ୍ ର ଅଧା ବି ହେଲାନି ।

ଶେଷରେ ସରକାରଙ୍କ ଇଜ୍ଜତ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ସ୍ୱାଧୀନ ବିଧାୟକ ଲିକୁ ସାହୁ । ଦୁଇ/ତିନି ଘଣ୍ଟା ଭିତରେ ଧର୍ମଶାଳାରୁ ଛୁଟି ଆସିଥିଲେ ଲିକୁ ବାହିନୀ । ଯଥାସମ୍ଭବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଭୁବନେଶ୍ୱର ସାଂସଦ, ଏକାମ୍ର ବିଧାୟକ, ଖୋର୍ଦ୍ଧା ବିଧାୟକଙ୍କ ଭଳି ଟାଣୁଆ ନେତା ଉପସ୍ଥିତ ଥିଲେ ମଧ୍ୟ କର୍ମୀ ଯୋଗାଡ଼ କରି ନ ପାରିବା ରାଜନୈତିକ ମହଲକୁ ଚକିତ କରିଛି । ବିଜେପିରେ ଅନ୍ତଃକନ୍ଦଳର ଏହି ପରିଣାମ ବୋଲି ଅନେକ ମତ ଦେଇଥିଲା ବେଳେ ଦଳ ଉପରୁ କର୍ମୀଙ୍କର ଭରସା ତୁଟିଯାଉଥିବା ମଧ୍ୟ ଆଲୋଚନା ହେଉଛି । ସେଥିପାଇଁ ଜିଲ୍ଲା ବାହାର ଜଣେ ସ୍ୱାଧୀନ ବିଧାୟକ ବିଜେପିକୁ ଭରସା ହୋଇଛନ୍ତି ବୋଲି କଟାକ୍ଷ କରାଯାଉଛି ।

ସେ ଯାହା ହେଉ, ରାତିରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏହି ରକ୍ତଦାନ ଶିବିରରୁ ରେକର୍ଡ ସଂଖ୍ୟକ ୮, ୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦାବି କରାଯାଇଛି । ତେବେ ଅନେକଙ୍କ ମନରେ ଏହା ସନ୍ଦେହ ଆଣିବାରୁ ଆମେ ତାହାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରିଛୁ ।

ପ୍ରଥମତଃ- ଏକକାଳୀନ ୮ ହଜାର ୟୁନିଟ୍ ସଂଗୃହୀତ ରକ୍ତ ରଖିବା ପାଇଁ ଓଡ଼ିଶାରେ ରକ୍ତଭଣ୍ଡାର ନାହିଁ ।

ଦ୍ୱିତୀୟତଃ- ସରକାରୀ ହିସାବରେ ଆଜି(୧୮ ତାରିଖ) ସକାଳ ସୁଦ୍ଧା ଓଡ଼ିଶାର ସବୁ ଜିଲ୍ଲାରୁ ମୋଟ ୩୨୩୮ ୟୁନିଟ୍ ରକ୍ତ ବିଭିନ୍ନ ରକ୍ତ ଭଣ୍ଡାରରେ ଗଚ୍ଛିତ ଅଛି । ଆଜି ସକାଳ ୮ଟାରେ ଏହି ତଥ୍ୟ ଆସିଛି । କଟକ ଏସସିବିରେ ଗୋଟିଏ ବି ୟୁନିଟ୍ ରକ୍ତ ଷ୍ଟକ୍ ନାହିଁ । ତେଣୁ ଭୁବନେଶ୍ୱରରେ ଗତକାଲି ସଂଗ୍ରହ ହୋଇଥିବା ତଥାକଥିତ ୮, ୮୧୦ ୟୁନିଟ୍ ରକ୍ତ କୁଆଡ଼େ ଗଲା? କୋ÷ଣସି ଘରୋଇ ଡାକ୍ତରଖାନାରେ ଏହାକୁ ଗଚ୍ଛିତ ରଖାଯାଇଛି କି?

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ସ୍ପଷ୍ଟୀକରଣ ଦେବା ଦରକାର ।

Previous Post

ଯାର ମୁଖେ ଲଜ୍ଜା ନାହିଁ!!

Next Post

ରାତିଅଧରେ ପ୍ରେମବାଉଳା: ବନ୍ଧା ହେଲେ ଅତିରିକ୍ତ ସଚିବ

Next Post
ରାତିଅଧରେ ପ୍ରେମବାଉଳା: ବନ୍ଧା ହେଲେ ଅତିରିକ୍ତ ସଚିବ

ରାତିଅଧରେ ପ୍ରେମବାଉଳା: ବନ୍ଧା ହେଲେ ଅତିରିକ୍ତ ସଚିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA