Friday, June 26, 2026 02:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୌହାଟୀ ମିଟିଂରେ ଲୋକସଭା ଫୋକସ୍

ଓଡ଼ିଶାରୁ ବିଜେପିର ଟାର୍ଗେଟ୍ ୧୪ ଆସନ!

by Our Correspondent
06 Jul, 2023- 10:13 PM
in Latest News, News, Politics
1 min read
0
ଗୌହାଟୀ ମିଟିଂରେ ଲୋକସଭା ଫୋକସ୍

ଭୁବନେଶ୍ୱର: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ । ଏଥିପାଇଁ ବିଜେପି ଆଗରେ ଅନେକ ଚାଲେଂଜ୍ ଅଛି । ମାତ୍ର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଦିଆଯିବ ନାହିଁ । ଆଗାମୀ ନିର୍ବାଚନକୁ କର ବ। ମର ପରିସ୍ଥିତି ବୋଲି ଗ୍ରହଣ କରି ଆଗକୁ ବଢ଼ିବାକୁ ପଡ଼ିବ । ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର ୧୨ଟି ରାଜ୍ୟର ଦଳୀୟ ପଦାଧିକାରୀମାନଙ୍କୁ ନେଇ ଆସାମର ଗୌହାଟୀଠାରେ ଆଜି ଅନୁଷ୍ଠିତ ବୈଠକରେ ସ୍ପଷ୍ଟ ଭାବେ ଏହି ବାର୍ତ୍ତା ଦିଆଯାଇଛି ।

ଦିନ ତମାମ ବୈଠକରେ ଫୋକସ୍ ପଏଣ୍ଟ ଥିଲା ଲୋକସଭା ଆସନ । ଏହାକୁ ନେଇ ହିସାବନିକାଶ କରାଯାଇଛି । ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର ୧୨ଟି ରାଜ୍ୟରେ ମୋଟ ୧୪୨ ଟି ଲୋକସଭା ଆସନ ଅଛି । ୨୦୧୯ ନିର୍ବାଚନରେ ବିଜେପିକୁ ସେଥିରୁ ୬୮ ଟି ଆସନ ମିଳିଥିଲା । ଏଥର ଅତି କମ୍ ରେ ୧୦୦କୁ ବୃଦ୍ଧି ପାଇଁ ଆଜିର ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାରୁ ଅନୁ୍ୟନ ୧୪ ଟି ଆସନ ଟାର୍ଗେଟ୍ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

୨୦୧୯ରେ ଓଡ଼ିଶାରୁ ବିଜେପି ୮ଟି ଲୋକସଭା ଆସନ ହାସଲ କରିଥିଲା । ସେଗୁଡ଼ିକ ହେଲା- ଭୁବନେଶ୍ୱର, ବାଲେଶ୍ୱର, ମୟୁରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଏବଂ ସୁନ୍ଦରଗଡ଼ । ଏଗୁଡ଼ିକୁ ମିଶାଇ ପୁରୀ, ଭଦ୍ରକ, ନବରଙ୍ଗପୁର, ବ୍ରହ୍ମପୁର, କେନ୍ଦୁଝର ଓ ଢ଼େଙ୍କାନାଳ ଆସନକୁ ଏଥର ଫୋକସ୍ କରାଯାଇଛି । ଅର୍ଥାତ୍ ଦଳ ୧୪ଟି ଲୋକସଭା ଆସନ ପାଇବାକୁ ହେଲେ ଏହି ୬ଟି ଆସନରେ ବିଜୟୀ ହେବା ସହ ପୂର୍ବ ୮ଟି ରେ ପୁନଃ ବିଜୟ ସୁନିଶ୍ଚିତ କରିବାକୁ ପଡ଼ିବ ।

ତେବେ ଓଡ଼ିଶାରେ ଏବେକାର ସ୍ଥିତିରେ ଲୋକସଭା ଆସନର ଆକଳନ ଏକ ଜଟିଳ ପାଠ ବୋଲି କୁହାଯାଉଛି । କାରଣ, ଏଇ ୪ ବର୍ଷରେ ବିଜେପିର ନିଜସ୍ୱ ବଳ ବଢ଼ିପାରିନାହିଁ । ସାଂଗଠନିକ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଲୋକପ୍ରିୟତା ସେମିତି ଅତୁଟ ରହିଛି । ସରକାର ବିରୋଧୀ ଜନମତ ସୃଷ୍ଟି କରିବାରେ ବିଜେପି ସଫଳ ହୋଇନାହିଁ । ଆଗାମୀ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିଲା ବେଳେ ଓଡ଼ିଶାର ସ୍ଥିତିକୁ ବିଜେପି ଯେ ବଦଳେଇଦେବ ତାହା ବିଶ୍ୱାସ ହେଉନି । ସୁତରାଂ ପୂର୍ବପରି ମୋଦୀ ହାୱାକୁ ବିଜେପି ଭରସା କରିବ । ମାତ୍ର ଆଗାମୀ ନିର୍ବାଚନ ବେଳକୁ ମୋଦୀ ହାୱା ରହିବ ନା ନାହିଁ ତାହା ବଡ଼ ପ୍ରଶ୍ନ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଲୋକସଭା ଆସନର ଏହା ଭବିଷ୍ୟତ ନିର୍ଣ୍ଣୟ କରିବ ।

ଓଡ଼ିଶାର ବିଜେପି ନେତାମାନେ ଛାତି ପିଟି ଉପରକୁ ଦମ୍ଭ ଦେଖାଉଥିଲେ ମଧ୍ୟ ଏହା ହିଁ ବାସ୍ତବତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଏହି ବାସ୍ତବତାକୁ ବୁଝିଥିବାରୁ ବିଧାନସଭା ଟାର୍ଗେଟ୍ ୧୨୦ରୁ ୮୦କୁ ଖସାଇଦେଲେଣି । ଓଡ଼ିଶାରେ ବିଜେପିର ଅସଜଡ଼ା ଅବସ୍ଥାକୁ ନେଇ ହାଇକମାଣ୍ଡ ବି ବିବ୍ରତ ରହିଛନ୍ତି । ତେଣୁ ଲୋକସଭା କ୍ଷେତ୍ରରେ ଅଧିକ ଆସନ ଆଶା କରିବା ସହଜ ବ୍ୟାପାର ନୁହେଁ ।

ଇତିମଧ୍ୟରେ ଓଡ଼ିଶା ବିଜେପି ପାଇଁ ଆଉ ଏକ ବଡ଼ ସମସ୍ୟା ଛିଡ଼ା ହୋଇଛି । ଅଧିକାଂଶ ବିଜେପି ସାଂସଦ ପୁନର୍ବାର ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି । କିଛି ସାଂସଦ ଆସନ ବଦଳାଇବାକୁ ଚାହୁଁଛନ୍ତି । ସାଂସଦମାନଙ୍କର ଏଭଳି ବୀତସ୍ଫୃହତା ପଛରେ କାରଣ ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ନିଜସ୍ୱ ଶକ୍ତି ଅଭାବରୁ ପରାଜୟ ଭୟରେ ଥିବା କୁହାଯାଉଛି । କିଛି ସାଂସଦ ବିଧାନସଭା ଲଢ଼ିବାକୁ ଆଗ୍ରହ ରଖିଥିବା ଜଣାପଡ଼ିଛି । ଆଗାମୀ ଦିନରେ ଦଳ ଏହାକୁ କିଭଳି ସମ୍ଭାଳିବ ତାହା ଦେଖିବାର କଥା ।

ଏହି ପରିପ୍ରେକ୍ଷୀରେ ବିଜେଡି ସହ ବିଜେପିର ଗୋପନ ବୁଝାମଣା ପ୍ରସଙ୍ଗ ସାମନାକୁ ଆସୁଛି । ରାଜନୈତିକ ବିଶାରଦମାନଙ୍କ ମତରେ ବିଜେଡି-ବିଜେପି ଭିତିରି ବୁଝାମଣା ନ ରହିଲେ ସବୁ ଅଙ୍କ ଗୋଳମାଳ ହୋଇପାରେ । କାରଣ ଦିଲ୍ଲୀ ରାଜନୀତିରେ ଓଡ଼ିଶାର ଅବଦାନ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ସେଇ କାରଣରୁ ମୂଲଚାଲ ଆରମ୍ଭ ହୋଇଥିବା ଅସତ୍ୟ ହୋଇ ନ ପାରେ ବୋଲି ସେମାନଙ୍କର ବିଶ୍ୱାସ ।

ସେପଟେ ତୃତୀୟ ଥର ପାଇଁ ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ବିଜେପି ସଜବାଜ ହେଉଥିଲା ବେଳେ ବର୍ତ୍ତମାନ ପରିସ୍ଥିତି ଅନୁକୂଳ ନାହିଁ । ଦକ୍ଷିଣ ଭାରତ ହାତଛଡ଼ା ହୋଇଥିବାରୁ ନଭେମ୍ବରରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମୋଦୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ୱ ରଖୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପୂର୍ବଥରଠାରୁ ପ୍ରାୟ ୧୦୦ଟି ଲୋକସଭା ଆସନ ହରାଇପାରେ । ଏହା ବିଜେପି ପାଇଁ ମୁଣ୍ଡବ୍ୟଥା ହୋଇଛି ।

ସୂଚନାଥାଉକି, ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ମୋଟ ୧୪୨ ଟି ଲୋକସଭା ଆସନ ମଧ୍ୟରୁ ପୂର୍ବାଞ୍ଚଳ ୪ଟି ରାଜ୍ୟରେ ୧୧୭ ଟି ଆସନ ଅଛି । ଉତ୍ତର-ପୂର୍ବ ୮ଟି ରାଜ୍ୟରେ ୨୫ଟି ଲୋକସଭା ଆସନ ଅଛି । ପଶ୍ଚିମବଙ୍ଗରେ ସର୍ବାଧିକ ୪୨ ଆସନ ଥିବା ବେଳେ ବିହାରରେ ୪୦, ଓଡ଼ିଶାରେ ୨୧ ଏବଂ ଝାଡ଼ଖଣ୍ଡରେ ୧୪ ଟି ଲୋକସଭା ଆସନ ଅଛି । ସେହିଭଳି ଆସାମରେ ୧୪ ଆସନ ଥିବା ବେଳେ ଅରୁଣାଚଳ, ମେଘାଳୟ, ମଣିପୁର, ତ୍ରିପୁରାରେ ୨ଟି ଲେଖାଏଁ ଆସନ, ମିଜୋରାମ, ନାଗାଲ୍ୟାଣ୍ଡ ଏବଂ ସିକିମ୍ ରେ ଗୋଟିଏ ଲେଖାଏଁ ଆସନ ଅଛି ।

ଆଜି ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଦଳୀୟ ପଦାଧିକାରୀଙ୍କୁ ନେଇ ଗୌହାଟୀରେ ବୈଠକ ସରିଥିବା ବେଳେ ଆସନ୍ତାକାଲି ନୂଆଦିଲ୍ଲୀରେ ଉତ୍ତର, କେନ୍ଦ୍ର ଏବଂ ପଶ୍ଚିମାଞ୍ଚଳ ରାଜ୍ୟଗୁଡ଼ିକର ପଦାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେବ । ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ସମ୍ମିଳନୀ ହାଇଦ୍ରାବାଦରେ ୮ ତାରିଖରେ ଅନୁଷ୍ଠିତ ହେବ ।

Previous Post

ବୌଦ୍ଧ ବୁଲିଲେ ୫-ଟି ସଚିବ ପାଣ୍ଡିଆନ୍

Next Post

ଆଉ ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Next Post
ଆଉ ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆଉ ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA