Sunday, May 31, 2026 03:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖଟୁଆଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଡିଜିଙ୍କୁ ଚେତାବନୀ: ବିଧାୟକ ଗିରଫ ନ ହେଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ

by Our Correspondent
10 Jul, 2025- 10:17 PM
in Latest News, News
1 min read
0
ଖଟୁଆଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି
Spread the love

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ମହିଳା ବିଜେଡିର ସ୍ୱାଭିମାନ ରାଲି କରାଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଜଣେ ମହିଳାଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି କୁତ୍ସିତ ମନ୍ତବ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । କ୍ଷମତା ନିଶାରେ ଅନ୍ଧ ହୋଇ ବିଜେପିର ବିଧାୟକ ମାନେ ନିଜର ନୀତି ନୈତିକତା ଭୁଲି ଯାଉଛନ୍ତି । ବିଜେପି ସରକାରରେ ମହିଳା କେତେ ଅସୁରକ୍ଷିତ ତାହା ବିଧାୟକ ସନ୍ତୋଷ ଖଟୁଆଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଅନୁମେୟ । ବିଜେପି ସରକାରକୁ ଆସିବା ଦିନଠୁ ରାଜ୍ୟରେ ମହିଳା ପ୍ରତିଦିନ ନିର୍ଯାତିତ ହେଉଛନ୍ତି । ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଉତ୍ସବରେ ମାତି ବିଜେପି ସରକାର ମହିଳାଙ୍କ ସମ୍ମାନ ଭୁଲିଯାଇଛନ୍ତି । ଡ଼ ଲେଖଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନଚେତ୍ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ରାଲିରେ ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀମତୀ ସୁବାସିନୀ ଜେନା, ଶ୍ରୀମତୀ ସୁଜାତା ସାହୁ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଶ୍ରୀମତୀ ଗୀତାଞ୍ଜଳୀ ରାଉତରାୟ ପ୍ରମୁଖ ସାମିଲ୍ ଥିଲେ ।

ଆଜି ଅପରାହ୍ନରେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡିଜି ୱାଇ.ବି ଖୁରାନିଆଙ୍କୁ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ ରେ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀମତୀ ସୁବାସିନୀ ଜେନା, ଶ୍ରୀମତୀ ସୁଜାତା ସାହୁ, ଶ୍ରୀମତୀ ଗୀତାଞ୍ଜଳୀ ରାଉତରାୟ ପ୍ରମୁଖ ସାମିଲ୍ ଥିଲେ ।

Previous Post

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

Next Post

ଶନିବାର ଭୁବନେଶ୍ୱର ଫେରିବେ ନବୀନ

Next Post
ଶନିବାର ଭୁବନେଶ୍ୱର ଫେରିବେ ନବୀନ

ଶନିବାର ଭୁବନେଶ୍ୱର ଫେରିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA