Wednesday, June 24, 2026 11:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୋସ୍ କୁ ଫେରିଲେ ବବି ଦାସ

by Our Correspondent
03 Oct, 2024- 08:29 PM
in Latest News, News, Politics
1 min read
0
ଜୋସ୍ କୁ ଫେରିଲେ ବବି ଦାସ

ଭୁବନେଶ୍ୱର: ପ୍ରଣବ ପ୍ରକାଶ ଓରଫ୍ ବବି ଦାସ ଜଣେ ଦକ୍ଷ ସଂଗଠକ । ତାଙ୍କର ଦକ୍ଷତା ଓ ଜୋସ୍ ଅତୀତରେ ନବୀନ ପଟ୍ଟନାୟକଙ୍କୁ ଆକର୍ଷିତ କରିବାରୁ ସେ ତାଙ୍କୁ ଦଳର ସାଂଗଠନିକ ଦାୟିତ୍ୱ ଦେଇଥିଲେ । ସେହି ଦାୟିତ୍ୱ ତୁଲାଇବା ପାଇଁ ବବି କଠିନ ପରିଶ୍ରମ କରିଥିଲେ । ତେବେ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ତାଙ୍କର ସ୍ଥିତିକୁ ଦୋହଲାଇଦେଲା । ନିଜସ୍ୱ ପରାଜୟର ଗ୍ଲାନି ସାଙ୍ଗକୁ ଦଳ ପରାଜୟର ଦୋଷରେ ତାଙ୍କର ଆତ୍ମବିଶ୍ୱାସ ଚହଲିଗଲା । ତେଣୁ ନିର୍ବାଚନ ପରଠାରୁ ବିଜେଡି ଫ୍ରଣ୍ଟଲାଇନ୍ ରେ ବବିଙ୍କୁ ଆଉ ବିଶେଷ ଦେଖିବାକୁ ମିଳିଲାନି । ଦଳର ବିଭିନ୍ନ କମିଟିରେ ମଧ୍ୟ ତାଙ୍କର ନାଁ ରହିଲା ନାହିଁ । ତାଙ୍କର ଏଭଳି ଅନୁପସ୍ଥିତିକୁ ନେଇ ବଜାରରେ ବୁଲିଲା ଅନାବନା କାହାଣୀ । ମାତ୍ର ତାହା ସମ୍ଭବତଃ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । ବିଜେଡି ମଇଦାନକୁ ପୂରା ଜୋସ୍ ରେ ଫେରୁଛନ୍ତି ବବି ।

ଗତକାଲି ସାରା ରାଜ୍ୟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଯାଜପୁର ନିର୍ବାଚନମଣ୍ଡଳୀର କୁଆଁସ ମଙ୍ଗଳାପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବବି । ତାଙ୍କ ଭାଷଣରେ ଥିଲା ପ୍ରବଳ ଜୋସ୍ । କହିଥିଲେ, ବିଜେପି ଏବଂ ଗଣମାଧ୍ୟମର ଚକ୍ରାନ୍ତରେ ଯାଜପୁରର ବିକାଶ ବନ୍ଦ ହେବ ନାହିଁ । ଆମର ବିକାଶର ଡିଣ୍ଡିମ ପିଟାଯାଏ ନାହିଁ । ଆମର କାମ ଉପରେ ଗୁରୁତ୍ୱ ଦିଆଯାଏ । ଆଜି ଆପଣମାନଙ୍କୁ ଏତେ ସଂଖ୍ୟାରେ ଦେଖି ମୋର ଶହେ ସିଂହର ବଳ ଆସିଛି । ସୁଯୋଗ ମିଳିଲେ ମା’ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ।

ରାଜ୍ୟର ବିଜେପି ସରକାରଙ୍କୁ ଖୋଲା ଆହ୍ୱାନ ଦେଇଥିଲେ ବବି । ଯଦି ଦୁର୍ନୀତି କରିଛି, ବାନ୍ଧୁନ କାହିଁକି ବୋଲି ପ୍ରଶ୍ନ କରିଥିଲେ । ମୋତେ ଜେଲ୍ ରେ ପୂରାଅ କି ଫାଶୀ ଦିଅ, ହେଲେ ଯାଜପୁର ବିକାଶରେ ବାଧା ଦିଅନି । ଅଶୋକ ଦାସଙ୍କ ପୁଅ ଭାବେ ମୋର ଜେଲ୍ ଯିବାକୁ ଭୟ ନାହିଁ । ମତେ ବାନ୍ଧି ଜେଲ୍ ରେ ପୂରେଇଲେ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । କିନ୍ତୁ ମତେ ନବୀନ ପଟ୍ଟନାୟକଙ୍କଠାରୁ କେହି ଦୂରେଇ ପାରିବେ ନାହିଁ ବୋଲି ବବି କହିଥିଲେ ।

ବବିଙ୍କର ଏହି ଭାଷଣ ଓ ଅଙ୍ଗଭଙ୍ଗୀରୁ ଏତିକି ସ୍ପଷ୍ଟ ଯେ ବିଜେଡିରେ ସେ ଅଲୋଡ଼ା ହୋଇନାହାନ୍ତି କି ଅଲୋଡ଼ା ହେବେ । ବରଂ ପ୍ରଚ୍ଛଦପଟରେ ରହି ଦଳୀୟ ସଂଗଠନ ସଜାଡ଼ିବା କାମରେ ସେ ପୁଣି ଲାଗିପଡ଼ିଲେଣି । ବର୍ତ୍ତମାନ ପରିସ୍ଥିତିରେ କୌଣସି ପଦପଦବୀ ନେବାକୁ ସେ ନିଜ ଆଡୁ ଆଗ୍ରହୀ ନ ଥିବା ଜଣାପଡ଼ିଛି । ନିର୍ବାଚନ ପରିଚାଳନାରେ ବିଭ୍ରାଟ ପାଇଁ ଦଳର ଅନେକ ନେତା ତାଙ୍କୁ ଦାୟୀ କରୁଥିବାରୁ ସେହି ଅସନ୍ତୋଷ ନ ଥମିଲା ପର୍ଯ୍ୟନ୍ତ ସେ ବିନା ପଦପଦବୀରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଦଳୀୟ ମହଲରୁ ଖବର ମିଳିଛି ।

ସୂଚନାଥାଉକି, ପ୍ରଥମଥର ପାଇଁ ନିର୍ବାଚନ ବିପର୍ଯ୍ୟୟର ସାମନା କରିଥିବା ବିଜେଡି ଏବେ କଠିନ ସମୟ ଦେଇ ଗତି କରୁଥିଲେ ମଧ୍ୟ ମୁଖିଆ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ଆତ୍ମବଳ ବଜାୟ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ବରିଷ୍ଠ ନେତାଙ୍କୁ ଅଣଦେଖା କରି ପୂର୍ବ ଭୁଲ୍ ର ରିପିଟ୍ କରିବାକୁ ଚାହୁଁନାହାନ୍ତି । ବରଂ ପୂର୍ବ ମତାନ୍ତର ଦୂର କରି ସମସ୍ତଙ୍କୁ ଏକଜୁଟ୍ କରି ଆଗକୁ ବଢ଼ିବା ପାଇଁ ଯୋଜନା କରିଛନ୍ତି । ସେହିକ୍ରମରେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ସେ ଗୁରୁତ୍ୱ ଦେଇଥିବା ବେଳେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ଭଳି ଦକ୍ଷ ନେତାଙ୍କୁ ଉପଯୋଗ କରୁଛନ୍ତି ।

ପରିବର୍ତ୍ତିତ ପରିସ୍ଥିତିରେ ନବୀନ ବାବୁ ବବିଙ୍କୁ କେଉଁ ଭୂମିକାରେ ଅବତୀର୍ଣ୍ଣ କରାଇବେ ତାହା ଉପରେ ସମସ୍ତଙ୍କ ନଜର ଥିଲା ବେଳେ ଗତକାଲି ଯାଜପୁରରେ ବବିଙ୍କର ଭାଷଣକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ସୁଯୋଗ ମିଳିଲେ ମା’ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ବବିଙ୍କର ମନ୍ତବ୍ୟରୁ ସେ ଯାଜପୁରରୁ ଉପନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ଖବର ଖେଳିଗଲା । କାରଣ ବବିଙ୍କ ପାଇଁ ଯାଜପୁର ଆସନକୁ ସୁଜାତା ସାହୁ ଛାଡ଼ିଦେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଉ ଗତକାଲି ବବିଙ୍କ ଭାଷଣ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ।

ତେବେ ବିଧାୟିକା ଶ୍ରୀମତୀ ସାହୁ ଆଜି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଦଳ ପକ୍ଷରୁ ସେଭଳି କିଛି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି ।

Previous Post

ପୁଞ୍ଜି ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

Next Post

ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

Next Post
ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA