ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୮ ମହିଳା ଅଛନ୍ତି । ବୁବୁନ ସାହୁ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ଶୋଭନା ମହାନ୍ତି, ଜିତାମିତ୍ର ସାହୁ(୩), କନକ ଜୈନ(୪), ସଂଗ୍ରାମ ପ୍ରଧାନ(୫), ଅମନ ଗୋୟଲ(୬), ଶାନ୍ତନୁ କୁମାର ଶତପଥୀ(୭), ନିତେଶ କୁମାର ବାରିକ(୮), ଶୀତଲ ପାତ୍ର(୯), ଇତିଶ୍ରୀ ଜେନା(୧୦) । ମୋଟ ୩୫ ହଜାର ୧୬୫ ଜଣ ପରୀକ୍ଷା ଦେଇଥିଲେ । ୩୮୫ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏଥର ୧୭ ମାସ ଭିତରେ ରେଜଲ୍ଟ ପ୍ରକାଶ ପାଇଛି ।