Sunday, April 19, 2026 03:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାରୁଅରେ ଓଟିଭିର ଅବରୋଧ ପାଚେରୀ ଭଙ୍ଗାଗଲା

ଯାବତୀୟ ଜାଲିଆତି ଧରାପଡ଼ିଲା ପରେ ବି ଭାଙ୍ଗୁନି ଫୁଟାଣି

by Our Correspondent
15 Oct, 2020- 11:49 AM
in Latest News
1 min read
0
ସାରୁଅରେ ଓଟିଭିର ଅବରୋଧ ପାଚେରୀ ଭଙ୍ଗାଗଲା

ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାରେ ଓଟିଭି ବେନାମୀ କାରବାରର ଗୁମର ଖୋଲିବା ପରେ ପ୍ରଶାସନର ଚେତା ପଶିଛି । ଲୋକଙ୍କ ଜମି ଓ ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରି ନିର୍ମାଣ ହୋଇଥିବା ପାଚେରୀକୁ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବୁଲ୍ ଡୋଜର ଲଗାଇ ଭାଙ୍ଗିଦେଇଛି । ଏହି ପାଚେରୀ ଯୋଗୁଁ ସ୍ଥାନୀୟ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଥିଲେ । ପାଚେରୀ ଦ୍ୱାରା ପ୍ରାକୃତିକ ଜଳସ୍ରୋତ ଅବରୋଧ ହୋଇଥିବାରୁ ସେମାନଙ୍କ ଚାଷଜମି ଶୁଖିଲା ପଡୁଥିଲା । ଏପରିକି ନିଜର ଚାଷଜମିକୁ ପାଦ ମାଡ଼ିବା ଅନେକଙ୍କ ପାଇଁ ସମ୍ଭବ ହେଉ ନ ଥିଲା ।

ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଏହା ବିରୋଧରେ ପ୍ରତିବାଦ ହେଉଥିଲେ ମଧ୍ୟ ପ୍ରଶାସନ ଶୋଇ ପଡ଼ିଥିଲା । ଗତ ମାସେ ଭିତରେ ସ୍ଥାନୀୟ ଗ୍ରାମବାସୀ ଓ ଓଟିଭି ଫନ୍ଦିରେ ଜମି ହରାଇଥିବା କିଛି ଚାଷୀ ଓଟିଭି ଏମଡି ଜାଗୀ ପଣ୍ଡା ଓ ଅନ୍ୟମାନଙ୍କ ବିରୋଧରେ ଜିଲ୍ଲାପାଳ ଓ ପୁଲିସର ଦ୍ୱାରସ୍ଥ ହେବା ପରେ ଯାଇ ଆକ୍ସନ୍ ମୁଡ୍ କୁ ଆସିଛି ପ୍ରଶାସନ ।

ଆଜି ସକାଳୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ବୁଲଡୋଜର ସାହାଯ୍ୟରେ ପାଚେରୀ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନୋଟି ବୁଲଡୋଜରକୁ କାର୍ଯ୍ୟରେ ଲଗାଯାଇଛି । ବର୍ଷାଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପ୍ରାକୃତିକ ଜଳସ୍ରୋତ ଏବଂ ଚାଷୀଙ୍କ ଜମି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଅଶୋକ ବେଉରିଆ ଏବଂ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାରୁଅ ମହିଳା ବିକାଶ ସମିତି ନାଁରେ ଓଟିଭି ନିଜର ଏହି ପାଚେରୀ ବୁଲାଇଥିଲା । ଓଟିଭି ସଂସ୍ଥା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ମହିଳାଙ୍କ ବିକାଶ ପ୍ରଲୋଭନ ଦେଖାଇ ମଲ୍ଲିକ ସାହିରେ ସାରୁଅ ମହିଳା ବିକାଶ ନାଁରେ ଏକ ସମିତି ଗଢ଼ାଯାଇଥିଲା । ଏହି ସମିତି ଜରିଆରେ ପକ୍କା ରାସ୍ତା, ପିଇବା ପାଣିର ପ୍ରତିଶ୍ରୁତି ଦିଆଯିବା ସହ ମହିଳାଙ୍କୁ ସ୍ୱାବଲମ୍ବି କରାଯିବ ବୋଲି କୁହାଯାଇଥିଲା । ମାତ୍ର କିଛି ଦିନ ପରେ ଏହାର ଅଫିସ୍ ରେ ତାଲା ପଡ଼ିଥିଲା । ହେଲେ ଏହି ସମିତି ନାଁ କୁ ବ୍ୟବହାର କରି ପାଚେରୀ ନିର୍ମାଣ କରିଥିଲା । ମହିଳାଙ୍କୁ ମୋହରା କରି ଗରିବ ଚାଷୀଙ୍କ ତଣ୍ଟି ଉପରେ ଛିଡ଼ା ହେବାରେ ଓଟିଭିର ଏହି ଧୂର୍ତ୍ତାମୀ ଧରାପଡ଼ିବା ପରେ ଲୋକେ ତାତିଛନ୍ତି ।

ତେବେ ନିଜର ଏହି କାର୍ଯ୍ୟ ପାଇଁ ଓଟିଭି କର୍ତ୍ତୃପକ୍ଷ ଲଜ୍ଜିତ ହେବା ପରିବର୍ତ୍ତେ ସେଠାରେ କୌଣସି ଅବରୋଧ ହୋଇନାହିଁ ବୋଲି ସଫେଇ ଦେଇଛନ୍ତି । ସାରୁଅ ମହିଳା ସମିତି ନାଁ କୁ ନେଇ ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରାଯାଇଛି । ଆକ୍ରୋଶ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଚେରୀ ଭଙ୍ଗାଗଲା ବୋଲି କୁହାଯାଇଛି ।

ଶେଷ ଖବର ଅନୁଯାୟୀ, ସାରୁଅ ଅଞ୍ଚଳରେ ଓଟିଭି ସଂସ୍ଥାର ନିର୍ମାଣ କାର୍ଯ୍ୟ ବୁଝାସୁଝା କରୁଥିବା ଏମଡି ଜାଗାମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହଙ୍କୁ ଖୋର୍ଦ୍ଧା ଏସଡିପିଓ ପଚାଉଚୁରା କରୁଛନ୍ତି । ଜାଗୀଙ୍କ ସମେତ ତାଙ୍କର ବାପା ଓ ଭାଇ ସାରୁଅ ଜମି ବିବାଦରେ ଫସିଛନ୍ତି । ପ୍ରତିବାଦ କରୁଥିବା ଲୋକଙ୍କୁ ସେମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି ।

ସୂଚନାଥାଉକି, ସାରୁଅ ମୌଜାରେ ନିଜର ପ୍ରକଳ୍ପ ନିର୍ମାଣ ପାଇଁ ଓଟିଭିର ସାଂଘାତିକ କାରନାମା ଧରାପଡ଼ିଲାଣି । ଅନୁସୂଚୀତ ବର୍ଗ ଲୋକଙ୍କ ଚାଷଜମି ହାତେଇବାକୁ ଓଟିଭି ବିଛାଇଥିବା ଜାଲିଆତି ଜାଲର ଖିଅ ଧରିଛି ପ୍ରଶାସନ । ଜମି ହାତେଇବା ପାଇଁ ଓରଟେଲ୍ ଡ୍ରାଇଭର୍ ଗଞ୍ଜାମର ରବି ସେଠୀଙ୍କୁ କିଭଳି ଡମି ଭାବେ ବ୍ୟବହାର କରାଯାଉଥିଲା ନିଜେ ଶ୍ରୀ ସେଠୀ ଏହାର ବିସ୍ତୃତ ବିବରଣୀ ଦେଇଛନ୍ତି ।

ଏସସି ବର୍ଗର ସାରୁଅ ବାସିନ୍ଦା ହାଲୁରି ପାହାଡ଼ସିଂହଙ୍କ ଜମିକୁ ରବି ସେଠୀଙ୍କ ଜରିଆରେ କିଭଳି ଚଞ୍ଚକତାପୂର୍ଣ୍ଣ ଭାବେ ଓଟିଭି ସଂସ୍ଥା କିଣିଛନ୍ତି ତାହା ପାହାଡ଼ସିଂହ ନିଜ ଅଭିଯୋଗରେ ବିସ୍ତୃତ ଭାବେ ଜଣାଇଛନ୍ତି । ତଦନ୍ତ ବେଳେ ଏହାର ସତ୍ୟାସତ୍ୟ ଧରାପଡ଼ିବା ସହ ଓଟିଭି ଗୁମର କାରସାଦି ଖୋଲିଯାଇଛି । ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଗତକାଲି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।

Previous Post

XAHR Business Conclave Kshitij on 17th

Next Post

ଜନ୍ମଦିନ ପାଳିବେନି ନବୀନ

Next Post
ଜନ୍ମଦିନ ପାଳିବେନି ନବୀନ

ଜନ୍ମଦିନ ପାଳିବେନି ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA