Monday, May 11, 2026 10:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬ ଲେନ୍ ଭୁବନେଶ୍ୱର ବାଇପାସ୍‌କୁ ଅନୁମୋଦନ

୧୧୧ ରାସ୍ତା ପାଇଁ ଖର୍ଚ୍ଚ ହେବ ୮,୩୦୭ କୋଟି

by Our Correspondent
19 Aug, 2025- 06:41 PM
in Latest News, News
1 min read
0
୬ ଲେନ୍ ଭୁବନେଶ୍ୱର ବାଇପାସ୍‌କୁ ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଆଜି ୬ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍‌ ସଡ଼କ ପ୍ରକଳ୍ପକୁ ମଞ୍ଜୁର ପ୍ରଦାନ କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡକୁ ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ ।

ଏବେ ରାମେଶ୍ୱରରୁ ଟାଙ୍ଗୀ ପର୍ଯ୍ୟନ୍ତ ସଂଯୋଗ କରୁଥିବା ବର୍ତ୍ତମାନର ଜାତୀୟ ରାଜପଥ ତିନୋଟି ବଡ଼ ଜନବହୁଳ ସହର ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଦେଇ ଯାଇଛି । ଅଧିକ ସଂଖ୍ୟାରେ ଯାନବାହନ ଚଳାଚଳ ଯୋଗୁ ଏହି ରାସ୍ତାରେ ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍‌ ସମସ୍ୟା ଉତ୍ପନ୍ନ ହେଉଛି । ଏହି ସମସ୍ୟାର ସମାଧାନ ଲାଗି ଏକ ୬ ଲେନ୍‌ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ ପ୍ରକଳ୍ପ ବିକଶିତ କରିବା ଲାଗି ପ୍ରସ୍ତାବ ରହିଛି ।

ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ଭାରୀ ବାଣିଜ୍ୟିକ ବାହନଗୁଡ଼ିକ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହର ମଧ୍ୟରେ ପ୍ରବେଶ ନକରି ବିକଳ୍ପ ମାର୍ଗ ଦେଇ ଯାତାୟାତ କରିବେ । ଫଳରେ ଓଡ଼ିଶା ସମେତ ଅନ୍ୟ ପୂର୍ବବର୍ତ୍ତୀ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରିବ । ଏହାଦ୍ୱାରା ମାଲ ପରିବହନ କ୍ଷମତା ମଧ୍ୟ ବଢ଼ିବ, ପରିବହନ ଖର୍ଚ୍ଚ ହ୍ରାସ ପାଇବ ଏବଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଆର୍ଥିକ ପ୍ରଗତି ଲାଗି ମାର୍ଗ ପ୍ରଶସ୍ତ ହେବ ।

ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍‌ କରାଯାଇଛି ଯେ ଏହା ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍-୫୫, ଏନଏଚ୍‌-୫୭ ଓ ଏନଏଚ-୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ-୬୫)କୁ ପରସ୍ପର ସହ ଯୋଡ଼ିବ । ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ। କେବଳ ସେତିକି ନୁହେଁ, ଏହି ଉନ୍ନତ ସଡ଼କ କରିଡର ୧୦ଟି ଆର୍ଥିକ କେନ୍ଦ୍ର, ୪ଟି ସାମାଜିକ କେନ୍ଦ୍ର, ୫ଟି ଲଜିଷ୍ଟିକ୍ସ କେନ୍ଦ୍ରକୁ ଯୋଡ଼ିବା ସହିତ ଗୋଟିଏ ପ୍ରମୁଖ ରେଳ ଷ୍ଟେସନ, ଗୋଟିଏ ବିମାନ ବନ୍ଦର, ଗୋଟିଏ ବହୁମୁଖୀ ଲଜିଷ୍ଟିକ୍ସ ପାର୍କ (ଏମଏମଏଲପି) ଏବଂ ୨ଟି ପ୍ରମୁଖ ବନ୍ଦରକୁ ସଡ଼କ ସଂଯୋଗ ଯୋଗାଇ ଦେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରୀ ଓ ଯାତ୍ରୀଙ୍କର ଦ୍ରୁତ ପରିବହନ ନିମନ୍ତେ ସୁବିଧା ମିଳିବ ।

ସମ୍ପୂର୍ଣ୍ଣ ହେବା ପରେ ଏହି ବାଇପାସ୍‌ ସ୍ଥାନୀୟ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହିତ ଏହା ପ୍ରମୁଖ ଧାର୍ମିକ ଓ ଆର୍ଥିକ କେନ୍ଦ୍ର ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ବାଣିଜ୍ୟ ଓ ଶିଳ୍ପ ବିକାଶ ଲାଗି ନୂତନ ମାର୍ଗ ପ୍ରଶସ୍ତ ହେବ। ଏହି ପ୍ରକଳ୍ପ ଦ୍ୱାରା ପାଖାପାଖି ୭୪.୪୩ ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ଏବଂ ପ୍ରାୟ ୯୩.୦୪ ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ନୂତନ ମାର୍ଗ ଖୋଲିବ ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିସନ

Next Post

ସୁସ୍ଥ ହୋଇ ଫେରିଲେ ନବୀନ

Next Post
ସୁସ୍ଥ ହୋଇ ଫେରିଲେ ନବୀନ

ସୁସ୍ଥ ହୋଇ ଫେରିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA