Sunday, April 26, 2026 01:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଏସକେୱାଇ ଟଙ୍କା ଲୁଟିବା ପାଇଁ ସିଜେରିଆନ୍ ଡେଲିଭରି!

by Our Correspondent
28 Apr, 2023- 07:22 PM
in Latest News, News
1 min read
0
ବିଏସକେୱାଇ ଟଙ୍କା ଲୁଟିବା ପାଇଁ ସିଜେରିଆନ୍ ଡେଲିଭରି!

ଭୁବନେଶ୍ୱର: ରାଜ୍ୟରେ ଘରୋଇ ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ସିଜେରିଆନ୍ ଡେଲିଭରି କେସ୍ କୁ ନେଇ ଏକ ଚମକପ୍ରଦ ତଥ୍ୟ ଆସିଛି । ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ ବା NFHS-4 ଅନୁଯାୟୀ ସିଜେରିଆନ୍ ଡେଲିଭରିରେ ଜାତୀୟ ହାର ୪୭.୪ % ଥିଲା ବେଳେ ଓଡ଼ିଶାରେ ଏହି ହାର ଥିଲା ୫୩. ୭% । ତେବେ ସର୍ଭେ(NFHS-5 )ରେ ଓଡ଼ିଶାର ଏହି ହାର ୭୦.୭% କୁ ବୃଦ୍ଧି ପାଇଛି । ଅର୍ଥାତ୍ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଥିବା ଡେଲିଭରିର ୭୦ ରୁ ଅଧିକ ପ୍ରତିଶତ କେସ୍ ସିଜେରିଆନ୍ ।

ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ହରିଲୁଟ୍ ର ଏହା ଆଉ ଏକ ଫନ୍ଦି ବୋଲି ଜଣାପଡ଼ିଛି । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ରାକେଟ୍ ସାରା ରାଜ୍ୟରେ କାୟା ବିସ୍ତାର କରି ଯୋଜନାବଦ୍ଧ ଭାବେ ଟଙ୍କା ହରିଲୁଟ୍ କରୁଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି । ବିଏସକେୱାଇ କାର୍ଡଧାରୀ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ସେମାନଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ସେଠାରେ ଆବଶ୍ୟକ ନ ଥାଇ ସିଜେରିଆନ୍ ଡେଲିଭରି କରାଯାଉଛି ଏବଂ ଲକ୍ଷ ଲକ୍ଷ ଟଙ୍କା ବିଲିଂ କରାଯାଉଛି । ବିଏସକେୱାଇ କାର୍ଡରୁ ଏହି ଟଙ୍କା କଟୁଥିବାରୁ ହିତାଧିକାରୀଙ୍କୁ ବାଧୁନାହିଁ । ସରକାରୀ ବାବୁଙ୍କୁ ତାଙ୍କ ଭାଗ ଦେଇ ମାଲେମାଲ୍ ହେଉଛନ୍ତି ଘରୋଇ ହସ୍ପିଟାଲ୍ ।

ବିଏସକେୱାଇ କେଳେଙ୍କାରିର ଏହି ନୂଆ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଲା ପରେ ବିଭାଗ ସଜାଗ ହୋଇଛି । ଆସନ୍ତା ମାସରୁ ରାଜ୍ୟର ସବୁ ଘରୋଇ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ସିଜେରିଆନ୍ ସେକ୍ସନ୍ ଅଡିଟ୍ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

କିଛି ମାସ ତଳେ କଟକର ସାଉଥପଏଣ୍ଟ ହସ୍ପିଟାଲ୍ ଏବଂ ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ରେ ବିଏସକେୱାଇ ଜାଲିଆତିର ଗୁମର ଖୋଲିଥିଲା । ଦଲାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ କିଭଳି ସରକାରୀ ଅର୍ଥ ଲୁଟ୍ କରାଯାଉଥିଲା ତାହା ଧରାପଡ଼ିଥିଲା । ଗରିବ ହିତାଧିକାରୀଙ୍କୁ କିଛି ଟଙ୍କା ଦେଇ ତାଙ୍କଠାରୁ ବିଏସକେୱାଇ କାର୍ଡ ହାତେଇ ନିଆଯାଉଥିଲା ଏବଂ ମିଛ ବିବରଣୀ ପ୍ରସ୍ତୁତ କରାଯାଇ ସରକାରୀ ତହବିଲରୁ ଟଙ୍କା ଉଠାଯାଉଥିଲା । କେବଳ କଟକ କି ଆଠଗଡ଼ର ହସ୍ପିଟାଲ୍ କି ନର୍ସିଂହୋମ୍ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ ଅଭିଯୋଗ ଆସିଥିଲା ।

ଯୋଜନା ଟଙ୍କାକୁ ଲୁଟିବା ପାଇଁ ଏକ ବଡ଼ ଚେନ୍ ବା ରାକେଟ୍ କାମ କରୁଥିବା ସମସ୍ତେ ଜାଣିଲେଣି । ରାକେଟ୍ ର ଚେର ବହୁତ ଲମ୍ବା । ସ୍ୱାସ୍ଥ୍ୟ ବିଭାଗର ଅସାଧୁ ଅଧିକାରୀଙ୍କ ଏଥିରେ ବଡ଼ ଭାଗିଦାର ରହିଛି । ସେମାନଙ୍କ ବିନା ସଲାସୁତୁରାରେ ବିଏସକେୱାଇ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେବା ସମ୍ଭବ ନୁହେଁ । ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନାରୁ ଲକ୍ଷ ଲକ୍ଷ ଗରିବ ଲୋକ ଉପକୃତ ହେଉଥିବା ବେଳେ ସେମାନେ ଟଙ୍କା ଲୁଟିବା ପାଇଁ ଗଳାବାଟ ବାହାର କରିଛନ୍ତି ।

ସୂଚନାଥାଉକି, ବିଏସକେୱାଇ ଯୋଜନାର କାର୍ଯ୍ୟକାରିତା ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ଉପରେ ନ୍ୟସ୍ତ ଅଛି । ଏହି ସୋସାଇଟି ହେଉଛି ବିଏସକେୱାଇ ଯୋଜନା କାର୍ଯ୍ୟକାରିତାର ନୋଡାଲ୍ ଏଜେନ୍ସି । ଯୋଜନା ପ୍ରଚଳନ ଦିନଠାରୁ ଅତିରିକ୍ତ ଶାସନ ସଚିବ ଶୁବାନନ୍ଦ ମହାପାତ୍ର ରାଜ୍ୟ ନୋଡାଲ୍ ଅଫିସର ଦାୟିତ୍ୱରେ ଅଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ଭାବେ ଡକ୍ଟର ବିଷ୍ଣୁ ପ୍ରସାଦ ମହାପାତ୍ର ଏବଂ ଡେପୁଟି ସିଇଓ ଭାବେ ସମ୍ବିତ କୁମାର ବେହେରା କାର୍ଯ୍ୟ କରୁଛନ୍ତି ।

ବିଏସକେୱାଇ କେଳେଙ୍କାରୀର ବିଭିନ୍ନ ଦିଗ ପଦାକୁ ଆସିଲା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି ସତ ମାତ୍ର ଦାୟିତ୍ୱରେ ଥିବା ଏହି ନିର୍ଦ୍ଦିଷ୍ଟ ଅଧିକାରୀମାନଙ୍କ ଦେହରେ ଧୂଳି ବାଜୁନି । ସତେ ଯେମିତି ସେମାନଙ୍କ ଉପରେ ବିଭାଗର ଉତ୍ତର ଦାୟିତ୍ୱ ନାହିଁ ।
ବିଏସକେୱାଇ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୫୦୦ ଘରୋଇ ହସ୍ପିଟାଲ୍ ପ୍ୟାନେଲଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ ରାଜ୍ୟ ବାହାରର ଅଛନ୍ତି ୯୮ ହସ୍ପିଟାଲ୍ । ତେବେ ଯୋଜନାରେ ପ୍ୟାନେଲଭୁକ୍ତ ହେବା ପାଇଁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଯେଉଁ ମାନଦଣ୍ଡ ପୂରଣ କରିବା କଥା ଅନେକ କ୍ଷେତ୍ରରେ ଚଞ୍ଚକତା ଅଭିଯୋଗ ଆସିଛି । ଏହି ଚଞ୍ଚକତା ଯୋଗୁଁ କଟକର ସାଉଥପଏଣ୍ଟ ହସ୍ପିଟାଲ୍, ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ଭଳି ହସ୍ପିଟାଲ୍ ବିଏସକେୱାଇ ତାଲିକାକୁ ପଶି ଆସିଥିଲା ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ବିଏସକେୱାଇ ଯୋଜନାରେ ଗତବର୍ଷ ୭୩ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ମାସକୁ ହାରାହାରି ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯୋଜନା ଆରମ୍ଭ ଦିନଠାରୁ ରାଜ୍ୟ ରାଜକୋଷରୁ ଏ ବାବଦରେ ୧,୧୯୧ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଉପକୃତ ହୋଇଛନ୍ତି ୫.୪ ଲକ୍ଷ ରୋଗୀ । ତେବେ ସେଥିରେ ଭୂତ ରୋଗୀ କେତେ ଏବଂ ରାଜକୋଷରୁ କେତେ ହରିଲୁଟ୍ ହୋଇଛି ତାହାର ଉପଯୁକ୍ତ ତଦନ୍ତ ଦରକାର ।

 

Previous Post

ଅଚ୍ୟୁତ ସାମନ୍ତଙ୍କୁ ୫୧ତମ ଡକ୍ଟୋରେଟ୍

Next Post

ପାଣ୍ଡିଆନ୍ ଙ୍କ କେନ୍ଦ୍ରାପଡ଼ା ଗସ୍ତର ଦ୍ୱିତୀୟ ଦିନ

Next Post
ପାଣ୍ଡିଆନ୍ ଙ୍କ କେନ୍ଦ୍ରାପଡ଼ା ଗସ୍ତର ଦ୍ୱିତୀୟ ଦିନ

ପାଣ୍ଡିଆନ୍ ଙ୍କ କେନ୍ଦ୍ରାପଡ଼ା ଗସ୍ତର ଦ୍ୱିତୀୟ ଦିନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA