Wednesday, October 28, 2026 02:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋହନ ସରକାରଙ୍କୁ କେନ୍ଦ୍ର ଚଟକଣି!

ଆଇନଶୃଙ୍ଖଳା ନେଇ ଜବାବ ତଲବ

by Samar Pradhan
27 Oct, 2026- 08:08 PM
in Latest News, News
1 min read
0
ମୋହନ ସରକାରଙ୍କୁ କେନ୍ଦ୍ର ଚଟକଣି!

ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଦିନ ଦ୍ୱିପ୍ରହରେ ଡକାଏତି, ରେପ୍,ମର୍ଡର ଘଟୁଛି । ମହିଳା ବିରୋଧୀ ହିଂସା ବଢ଼ି ଚାଲିଛି । ହାଜତ ହିଂସା, ମୃତ୍ୟୁ ବଢ଼ି ଚାଲିଛି । ପୁଲିସର କ୍ଷମତା ଅପବ୍ୟହାର ଭୟଙ୍କର ହୋଇଛି ।

ରାଜ୍ୟ ସରକାରଙ୍କ ବିରୋଧରେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କର ମନ୍ତ୍ରୀମାନେ ତାତ୍ସଲ୍ୟରେ ଉଡ଼ାଉଥିଲେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଫାଳ ଫାଳ ଲେଖା ପଢ଼ି ସରକାରଙ୍କ କାର୍ଯ୍ୟଦକ୍ଷତାର ଡିଣ୍ଡିମ୍ ପିଟୁଥିଲେ । ବିରୋଧୀ ଦଳ ରାଜନୀତିର ରୁଟି ସେକୁଛନ୍ତି କହି ସମାଲୋଚନା କରୁଥିଲେ ମୋହନ ଏବଂ ତାଙ୍କ ଟିମ୍ ।

ମାତ୍ର ଏହି ଅଭିଯୋଗକୁ ଅତି ଗମ୍ଭୀର ଭାବରେ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର । ଅଭିଯୋଗ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ସହ ଜବାବ ଦେବାକୁ କୁହାଯାଇଛି ।

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗୋଟିଏ ଦଳର ସରକାରରେ ରାଜ୍ୟଠାରୁ କେନ୍ଦ୍ରର ଜବାବ ତଲବ କୌଣସି ମାମୁଲି ଘଟଣା ନୁହେଁ । ଏଠି ବିରୋଧୀ ଦଳର ଅଭିଯୋଗ କଥା ନାହିଁ, ବରଂ ଯାହା ଘଟୁଛି ତାହା ବୋଧହୁଏ ଅମିତ ଶାହଙ୍କ ନେତୃତ୍ୱାଧୀନ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବ୍ୟଥିତ କରିଛି । ସେଥିପାଇଁ ଜବାବ ମାଗିଛନ୍ତି ।

ଗୃହ ମନ୍ତ୍ରଣାଳୟର ଜବାବ ତଲବକୁ ରାଜ୍ୟ ସରକାର ଫାଙ୍କିବାର ଜୁ ନାହିଁ । ସେଥିପାଇଁ ଗତ ୧୬ ତାରିଖରେ ଦିଲ୍ଲୀରୁ ଚିଠି ଆସିଲା ପରଠୁ ରାଜ୍ୟ ଗୃହ ବିଭାଗର ନିଦ ହଜିଯାଇଛି । କାମଚଳା ଡିଜିପିଙ୍କଠାରୁ ଏହାର ଜବାବ ମଗାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ଓ ସଂଲଗ୍ନ ଦସ୍ତାବିଜ ପଠାଯାଇ ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକ ଦିଆଯାଇଛି ।

ମୁୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ସରକାରଙ୍କୁ ଏହା ମୋଦୀ ସରକାରଙ୍କ ପ୍ରଥମ ଚଟକଣି ବୋଲି କୁହାଯାଉଛି ।

କେବଳ ଆଇନଶୃଙ୍ଖଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ସାଧାରଣରେ ବ୍ୟାପକ ଆଲୋଚନା ହେଉଛି । ରାଜ୍ୟରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କର ସମ୍ଭବତଃ ହୃଦବୋଧ ହୋଇଛି । ହୁଏତ, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଓଡ଼ିଶା ଆସିବାକୁ ପଡୁଛି । ଜନସଭାଗୁଡ଼ିକରେ ମୋହନ ମାଝୀଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିବାକୁ ପ୍ରଧାନମନ୍ତ୍ରୀ ବାଧ୍ୟ ହେଉଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଲୋଚନା କରୁଛନ୍ତି ।

ସୂଚନାଥାଉକି, ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏବଂ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ସଂଗଠନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତାମାନେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତକାଳରେ ନିତିନ ନବୀନଙ୍କ ଦଳୀୟ ବୈଠକରୁ ତାହାର ସ୍ପଷ୍ଟ ଆଭାସ ମିଳିଥିଲା ।

ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଦଳର ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜ୍ୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ସରକାର ଓ ସଂଗଠନ ମଧ୍ୟରେ କାହିଁକି ସମନ୍ୱୟ ରହୁନାହିଁ ତାହା ଜାଣିବାକୁ ଚାହିଁଥିଲେ ।

Previous Post

ଆଡଭୋକେଟ୍ ଜ୍ଞାନ ମହାନ୍ତିଙ୍କ ପରଲୋକ

Next Post

ମାଡ଼ି ଆସୁଛି ‘ଅର୍ଣ୍ଣବ’

Next Post
ମାଡ଼ି ଆସୁଛି ‘ଅର୍ଣ୍ଣବ’

ମାଡ଼ି ଆସୁଛି 'ଅର୍ଣ୍ଣବ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA