Tuesday, June 2, 2026 11:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

ସୋସିଆଲ୍‍ ଆଣ୍ଡ ଏଜୁକେସନାଲ୍‍ ଚେସ୍‍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

by Our Correspondent
14 Jan, 2026- 10:29 PM
in Latest News, News, Sports
1 min read
0
କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ
Spread the love

ଭୁବନେଶ୍ୱର: କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ଉଦଘାଟନ କରିଥିଲେ । ଭାରତରେ କିଟ୍‌ରେ ପ୍ରଥମ ଥର ଲାଗି ଚେସ୍‌ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେଉଛି। ଏଫ୍‌ଆଇଡିଇ ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‌ର ଏହି ମହାକୁମ୍ଭରେ ଏଫ୍‌ଆଇଡିଇର ସଭାପତି ତଥା ଋଷ୍‌ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଭର୍କୋବିଚ୍‌, ଏଫ୍‌ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‌, ଏଆଇସିଏଫ୍ ଉପସଭାପତି ଦିବ୍ୟେନ୍ଦୁ ବରୁଆ, ସିଇଓ ଦେବ ପଟେଲ୍ ଓ ଅଭିଜିତ କୁନ୍ତେ, ସଂପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି। ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଆନନ୍ଦ କହିଲେ, ଚେସ୍‍ ମାଧ୍ୟମରେ ଶୈକ୍ଷିକ ଓ ସାମାଜିକ ବିକାଶ କରାଯାଇପାରେ। ଚେସ୍‍ ରେ ମନୋନିବେଶ କଲେ ଜଣକର ବୌଦ୍ଧିକ, ଗଭୀର ଚିନ୍ତନ ଓ ସ୍ଥିରତା ବୃଦ୍ଧି ପାଇଥାଏ। ଏଥିପାଇଁ ଜଣକୁ ବୃତ୍ତିଗତ ଚେସ୍‍ ଖେଳାଳି ହେବାର ଆବଶ୍ୟକତା ନାହିଁ। ଏଥିପାଇଁ ଚେସ୍ କୁ ବିଦ୍ୟାଳୟସ୍ତରରୁ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଚେସ୍‍ ଜଣକୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥାଏ। ଏହା ଛଡ଼ା ଚେସ୍‍ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦକ୍ଷତା ବୃଦ୍ଧି ପାଇଥାଏ। ଏବେ ଅନେକ ଦେଶରେ ଚେସ୍ କୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଗଲାଣି। ଭାରତରେ ଚେସ୍ କୁ ବିଦ୍ୟାଳୟସ୍ତରରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଫିଡେ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଆନନ୍ଦ କହିଥିଲେ। ଶ୍ରୀ ଆର୍କାଡି ସୂଚନାଦେଇ କହିଲେ, ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଭାରତରେ ଆୟୋଜନ କରାଯାଇଛି। ସେହିପରି ଶ୍ରୀମତୀ ଦାନା କହିଲେ, ବିଦ୍ୟାଳୟସ୍ତରରେ ଚେସ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ସମେତ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପ୍ରଥମ ଥର ଲାଗି କିସ୍‍ ତାର ପାଠ୍ୟକ୍ରମରେ ଚେସ୍ କୁ  ଅନ୍ତର୍ଭୁକ୍ତ କରିଛି ଏବଂ ଏହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଶକ୍ତି, ଦକ୍ଷତା ଏବଂ ମାନସିକତା ସ୍ଥିରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଓଡ଼ିଶାରେ ଚେସ୍ କୁ ପରିଚୟ ଓ ପ୍ରୋତ୍ସାହନ କରିବା କ୍ଷେତ୍ରରେ କିଟ୍‍ ଓ କିସ୍‍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କିଟ୍‍ ଯୋଗୁଁ ଆଜି ଓଡ଼ିଶାରୁ ଅନେକ ଗ୍ରାଣ୍ଡ ମାଷ୍ଟର, ଇଣ୍ଟରନ୍ୟାସନାଲ ମାଷ୍ଟର ଭଳି ଚେସ୍‍ ତାରକା ତିଆରି ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ସମ୍ମଳନୀ ଆୟୋଜିତ ହେଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ଚେସ୍ କୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ କିଟ୍‍ ଓ କିସ୍ ର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‍ ସହଯୋଗରେ ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜନ କରାଯାଉଥିବାରୁ ସେ ଫିଡେ ଓ ଏଆଇସିଏଫ୍ କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍‌ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‌ଘାଟନ କରିଥିଲେ। ପରେ ଶ୍ରୀ ଆନନ୍ଦ ଓ ଦାନା କିସ୍ ବୁଲି ଦେଖିଥିଲେ। କିସ୍‍ ପରିଦର୍ଶନ କରିବା ସମୟରେ ଶ୍ରୀ କିସ୍‍ ରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ କ୍ୟାମ୍ପସ ଦେଖି ଅଭିଭୂତ ହୋଇଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ତାଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଥିଲେ। ପିଲାମାନଙ୍କୁ ଗୁରୁମନ୍ତ୍ର ଦେଇ ସେ କହିଲେ, ତୁମକୁ ଯାହା ଭଲ ଲାଗୁଛି, ଯେଉଁଥିରେ ତୁମେ ପାରଙ୍ଗମ ତାହା ତୁମେ କର।

ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେଇଛନ୍ତି। ଏହି ମହାକୁମ୍ଭରେ ମୋଟ ୫ହଜାର ୨ଶହ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

Previous Post

ସଚିବଙ୍କ ଆଦେଶକୁ ଫୁ’

Next Post

ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

Next Post
ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA