ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ୮୬ ବର୍ଷୀୟ ବାପା ନନ୍ଦ କୁମାର ବାଘେଲଙ୍କୁ ରାଇପୁର ପୁଲିସ ଦିଲ୍ଲୀରୁ ଗିରଫ କରିଛି । ବ୍ରାହ୍ମଣମାନଙ୍କ ପ୍ରତି ଅସୂୟା ମନ୍ତବ୍ୟ ଦେଇଥିବାରୁ ଏତଲା ଆଧାରରେ ପୁଲିସ ତାଙ୍କୁ ଗିରଫ କରି ଆଜି ରାଇପୁର କୋର୍ଟରେ ହାଜର କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।








