Tuesday, June 30, 2026 07:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବାହୁବଳୀ’ ଜଗଦ୍ଦେବଙ୍କୁ କୋଳେଇନେଲା ବିଜେପି

ବିଜେପିରେ ମିଶିଲେ ଚିଲିକା ବିଧାୟକ

by Our Correspondent
29 Feb, 2024- 04:18 PM
in Latest News, News, Politics
1 min read
0
‘ବାହୁବଳୀ’ ଜଗଦ୍ଦେବଙ୍କୁ କୋଳେଇନେଲା ବିଜେପି

ଭୁବନେଶ୍ୱର: ଏକଦା ବିଜେଡିର ବିଖ୍ୟାତ ‘ବାହୁବଳୀ’ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଓଡ଼ିଶା ଦୁଲୁକେଇ ଥିଲା ବିଜେପି । ତାଙ୍କୁ ଗୁଣ୍ଡା, ବଦମାସ, ଅସାମାଜିକ ବ୍ୟକ୍ତି କହି ରାଜରାସ୍ତା ଫଟାଇଥିଲା । ବିଜେପି ପ୍ରତିଦ୍ୱନ୍ଦୀ ପୃଥ୍ୱୀରାଜ ହରିଚନ୍ଦନ ଟିଭି କ୍ୟାମେରା ଆଗରେ ଗଳା ଫଟାଇ ଚିତ୍କାର କରିଥିଲେ । ଏଭଳି ନେତାଙ୍କୁ ଦଳରେ ସ୍ଥାନ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ବାଣପୁରରେ ବିଧାୟକଙ୍କ କାଣ୍ଡ କାରଖାନାକୁ ନେଇ ତାତିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ । ବିଧାୟକଙ୍କ କାରନାମାକୁ ନେଇ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ଆଉ ଆଜି..ସେହି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋଳେଇ ନେଇଛି ବିଜେପି । ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ପ୍ରତିଦ୍ୱନ୍ଦୀ ପୃଥ୍ୱୀରାଜ ହରିଚନ୍ଦନ ‘ବାହୁବଳୀ’ ଙ୍କ ମୁଣ୍ଡରେ ଟୋପି ଏବଂ ବେକରେ ଗେରୁଆ ଗାମୁଛା ପିନ୍ଧେଇ ବିଜେପିକୁ ସ୍ୱାଗତ କରିଛନ୍ତି । ଓଡ଼ିଶାରେ ବିଜେପିକୁ ଜଗଦ୍ଦେବ ଯଶସ୍ୱୀ କରିବେ ବୋଲି ଆଶା ରଖିଛନ୍ତି ।

୨୦୨୨ ମାର୍ଚ୍ଚ ୧୨ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ ଓଡ଼ିଶାବାସୀ ଦେଖିଥିଲେ । ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କ ନିର୍ବାଚନମଣ୍ଡଳୀର ବାଣପୁର ବ୍ଲକ୍ ଆଗରେ ଜମା ହୋଇଥିବା ଲୋକଙ୍କ ଉପରକୁ ସେ ଗାଡ଼ି ଚଢ଼ାଇ ଦେଇଥିଲେ । ସେଥିରେ ୭ ପୁଲିସ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ବିଧାୟକଙ୍କୁ ନିସ୍ତୁକ ପିଟି ଲହୁ ଲୁହାଣ କରି ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଟାଙ୍ଗୀ ହସ୍ପିଟାଲ୍ ଏବଂ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।

ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଜେ ମାମଲାର ତଦାରଖ କରିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ, କାର୍ କୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ, ପୁଲିସକୁ କାର୍ଯ୍ୟରେ ବାଧା ଦେବା ଏବଂ ସାଧାରଣ ଜନତାଙ୍କୁ ଆଘାତ ଦେବା ଭଳି ସଙ୍ଗୀନ ଦଫା ଲଗାଇଥିଲା । ମାର୍ଚ୍ଚ ୨୨ ରେ ସେ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । କୋର୍ଟ ଜାମିନ୍ ନାମଞ୍ଜୁର କରି ତାଙ୍କୁ ଜେଲ୍ ପଠାଇଥିଲା ।

ଏହାପୂର୍ବରୁ ୨୦୨୧ ମସିହା ସେପ୍ଟେମ୍ବରରେ ବାଲୁଗାଁଠାରେ ବିଧାୟକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଥିଲା । ବିଜେପିର ମଣ୍ଡଳ ସଭାପତି ତଥା ଦଳିତ ନେତା ନିରଞ୍ଜନ ସେଠୀଙ୍କୁ ବିଧାୟକ ରାସ୍ତା ମଝିରେ ପିଟିଥିଲେ । ସୋସିଆଲ୍ ମିଡିଆରେ ବିଧାୟକଙ୍କ ଦାଦାଗିରି ଭାଇରାଲ୍ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଗିରଫ ଦାବିରେ ବାଲୁଗାଁ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ଯାହାର ନେତୃତ୍ୱ ନେଇଥିଲେ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟକଙ୍କ ଦାଦାଗିରି ବିରୋଧରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।

ବାଲୁଗାଁରେ ବିଧାୟକଙ୍କ ଏତାଦୃଶ ଆଚରଣରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ବହିଷ୍କାର କରିଥିଲେ । ବାଣପୁର ଘଟଣା ବେଳକୁ ବିଧାୟକ ଦଳରୁ ନିଲମ୍ବିତ ରହିଥିଲେ । ପରବର୍ତ୍ତୀ ସମୟରେ ଦଳରୁ ବହିଷ୍କୃତ ହୋଇଥିଲେ ।

ଅତଏବ, ଦୁଇବର୍ଷ ତଳେ ଶାସକ ଦଳର ଯେଉଁ ବିଧାୟକଙ୍କ ବିରୋଧରେ ବିଜେପି ନେତାଙ୍କୁ ବାଡିଆପିଟା ଏବଂ କର୍ମୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଏବଂ ସେହି ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଥିଲେ, ଆଜି ସେହି ଦବଙ୍ଗ ବିଧାୟକଙ୍କୁ ବିଜେପି କୋଳେଇ ନେଇଛି । ତାଙ୍କର ସ୍ତୁତିଗାନ ବି କରିଛି ।

ବିଜେପିରେ ତାଙ୍କୁ ସ୍ଥାନ ଦେଇଥିବାରୁ ଜଗଦ୍ଦେବ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ସାଂସଦ ଅପରାଜିତା ଏବଂ ବିଧାୟକ ଆଶାୟୀ ପୃଥ୍ୱୀରାଜଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ କୃତ କୃତ ହୋଇଛନ୍ତି । ପୃଥ୍ୱୀରାଜଙ୍କ ସେ ଗୁରୁ ବୋଲି ସମ୍ବୋଧିନ କରି ଚିଲିକାରେ ସେ ପାଦ ଦେବା ଦିନଠାରୁ ଲୁଚି ଲୁଚି ତାଙ୍କର ଆଶୀର୍ବାଦ ନେଉଥିଲେ ବୋଲି ପ୍ରକାଶ କରିଛନ୍ତି । ଅପରାଜିତାଙ୍କୁ ବି ଲୁଚିଛପି ଆଦର୍ଶ ମାନିଥିଲେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ୧୦ ରୁ ଅଧିକ ଗୁରୁତର ମାମଲା ଅଛି । ୨୦୧୪ ରେ ବେଗୁନିଆ ଆସନରୁ ବିଜେଡି ଟିକେଟରେ ପ୍ରଥମ ପାଇଁ ବିଧାୟକ ହୋଇଥିଲେ । ତେବେ ୨୦୧୯ ରେ ବିଜେଡି ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିଥିଲା । ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସେ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

Previous Post

ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ

Next Post

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା

Next Post
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA