Tuesday, September 1, 2026 12:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ କେବେ ପାଟି ଖୋଲିବେ ମୁଖ୍ୟମନ୍ତ୍ରୀ?

ଏମଏମଡିଆର ପ୍ରସଙ୍ଗ

by Samar Pradhan
31 Aug, 2026- 07:53 PM
in Latest News, News
1 min read
0
ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍

ଭୁୁବନେଶ୍ୱର: ଏମଏମଡିଆର ସଂଶୋଧନ ଯୋଗୁଁ ଓଡ଼ିଶା ସିଧାସଳଖ ୧ ଲକ୍ଷ କୋଟି ଟଙ୍କା ହରାଉଛି । ଏହା ଓଡ଼ିଶାର ହକ୍ ଟଙ୍କା । ଖଣି ସଂଶୋଧନ ବିଲ୍ ରେ ରାଜ୍ୟ ହାତରୁ ଟିକସ ଲଗାଇବା କ୍ଷମତା କାଢ଼ି ନିଆଯାଉଥିବାରୁ ଓଡ଼ିଶା ଏହି ବିପୁଳ ପାଣ୍ଠି ହରାଇବ । ଖଣି ଲିଜଧାରୀଙ୍କଠାରୁ ଲକ୍ଷେ କୋଟି ଟଙ୍କା ଆଦାୟ କରିବାକୁ ୨୦୨୪ ଜୁଲାଇରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର ନିମିଷକେ ବଦଳାଇ ଦେଇଛନ୍ତି । ଅଗଷ୍ଟ ୧୩ରେ ସଂସଦରେ ବିନା ଆଲୋଚନାରେ ମାତ୍ର ୬ ମିନିଟ୍ ରେ ପାରିତ ହୋଇଛି ଏମଏମଡିଆର ସଂଶୋଧନ ବିଲ୍ । ଅଗଷ୍ଟ ୧୯ରେ ରାଷ୍ଟ୍ରପତି ତାହାକୁ ଅନୁମୋଦନ ଦେଇଥିବାରୁ ଏହା ଆଇନରେ ପରିଣତ ହୋଇଛି । ଓଡ଼ିଶା ଏକାଥରେ ଲକ୍ଷେ କୋଟି ଟଙ୍କା ବକେୟା ପ୍ରାପ୍ୟ ହରାଇବା ସାଙ୍ଗକୁ ଆଗାମୀ ଦିନରେ ବର୍ଷକୁ ୧୨ ହଜାର କୋଟି ହରାଇବ । ଲୋକସଭାରେ ଓଡ଼ିଶାର ୨୦ ଜଣ ଯାକ ବିଜେପି ସଂସଦ ଏହାକୁ ଆଖିବୁଜା ସମର୍ଥନ କରିଥିଲେ ।

ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଏତେ ବଡ଼ ପ୍ରସଙ୍ଗରେ ୧୫ ଦିନ ହେଲାଣି ଚାଲିଛି ବାକଯୁଦ୍ଧ । ଲୋକସଭାରେ ବିଲ୍ ପାରିତ ହେବା ପରେ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଏହା ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠିରେ ପ୍ରସ୍ତାବ ଦେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ତାହାର ଉତ୍ତର ଦେଲେ ନାହିଁ । ପରବର୍ତ୍ତୀ ସମୟରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ନା ବୋଲି ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପାଟିରେ କୁହାଗଲା । ଏହାକୁ ଦୃଢ଼ ବିରୋଧ କରିବା ପାଇଁ ନବୀନ ଏକ ଭିଡିଓ ବାର୍ତ୍ତାରେ ଓଡ଼ିଶାବାସୀଙ୍କୁ ଅପିଲ୍ କଲେ । ମାତ୍ର ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଏକ ଭିଡ଼ିଓ ବାର୍ତ୍ତାରେ ପାଲଟା ଜବାବ ଦେଲେ । ଖଣି ବିଲ୍ କୁ ଐତିହାସିକ ବୋଲି କହିଲେ । ଗୁଡ଼ାଏ ତଥ୍ୟର ଅବତାରଣା କରିଥିଲେ ମଧ୍ୟ ସେଥିରେ ସ୍ପଷ୍ଟତା ନ ଥିଲା ।

ଗତ ୨୯ ତାରିଖରେ ବିଜେପିର ଓଡ଼ିଆ ସାଂସଦମାନଙ୍କୁ ଚିଠି ଲେଖିଲେ ନବୀନ । ଏମଏମଡିଆର ପ୍ରସଙ୍ଗର ଅବତାରଣା କରି ସାଂସଦମାନେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ଅଧିକାର ମନେ ପକାଇଥିଲେ । ସାଂସଦମାନେ ନିଜ ବିବେକର କଥା ଶୁଣିବାକୁ ସେ ଆହ୍ୱାନ ଦେଇଥିଲେ । ନବୀନଙ୍କ ଏହି ଚିଠିର ତତକ୍ଷଣାତ ଜବାବ ଦେଲେ ଧର୍ମେନ୍ଦ୍ର । ଓଡ଼ିଶା ୯୦ ପ୍ରତିଶତ ରାଜସ୍ୱ ପାଇବ ବୋଲି ସେ ଯୁକ୍ତି ରଖିଛନ୍ତି । ହେଲେ ଏହାର ଆଧାର କହିନାହାନ୍ତି । ତେବେ ଓଡ଼ିଶା ୧ ଲକ୍ଷ କୋଟି ବକେୟା ଟଙ୍କା ହରାଇବ ନା ନାଇଁ ଏବଂ ବର୍ଷକୁ ୧୨ ହଜାର କୋଟି ହରାଇବ ନା ନାଇଁ ତାହାର ଉତ୍ତର ଦେଇନାହାନ୍ତି ।

କେବଳ ବିଜେଡି ନୁହେଁ, କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟ ଏହି ପ୍ରସଙ୍ଗରେ ବାହାରିଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେଡି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ଏହି କଳା ଆଇନ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇ ଚାଲିଛି । ଅବଶ୍ୟ ବିଜେଡିର ଏହି ଚେତାବନୀ କେବଳ ସାମ୍ବାଦିକ ସମ୍ମିଳନୀରେ ଅଟକି ରହିଛି । ସେପଟେ କଂଗ୍ରେସ କିନ୍ତୁ ଇଣ୍ଡି ମେଣ୍ଟ ସହଯୋଗୀଙ୍କୁ ଧରି ସାରା ରାଜ୍ୟରେ ଅଭିଯାନ ଚଳାଇଛି ।

ଏତେବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିନ୍ତୁ ମୁହଁ ନ ଖୋଲିବା ସମସ୍ତଙ୍କୁ ବିସ୍ମିତ କରିଛି । ନବୀନଙ୍କ ଚିଠିର ଜବାବ ତ ଦେଲେନି, ଖଣି ସଂଶୋଧନ ଆଇନରେ ଓଡ଼ିଶାକୁ ଲାଭ ନା କ୍ଷତି ହେବ ତାହାର ସ୍ପଷ୍ଟୀକରଣ ଦେବାକୁ ମଧ୍ୟ ଉଚିତ୍ ମଣିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସଙ୍ଗଟି ହୁଏତ ଛୋଟ ମନେ ହୋଇଛି ଅଥବା ସତ୍ୟ ଜାଣିଥିବାରୁ ପାଟି ଚୁପ୍ ରଖିବାକୁ ଉଚିତ ମଣିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରତିଦିନ ଦୁଇ ତିନୋଟି ବଡ଼ ବଡ଼ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଘଣ୍ଟା ଘଣ୍ଟା ଧରି ଭାଷଣ ପଢ଼ୁଛନ୍ତି । ରାଜ୍ୟବାସୀଙ୍କ ପାଇଁ କେତେ ଯୋଜନା, କେତେ ପ୍ରକଳ୍ପ ସେହି ଭାଷଣରେ ରହୁଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସେହି ଭାଷଣ ସାଧାରଣ ଲୋକଙ୍କୁ ଆକୃଷ୍ଟ କରିପାରୁନାହିଁ । କାରଣ ପାଖାପାଖି ଅଢ଼େଇ ବର୍ଷ ହେଲାଣି ଲୋକେ ତାଙ୍କ ଭାଷଣର କାର୍ଯ୍ୟକାରିତା ଅନୁଭବ କରିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ସଭାସମିତି ଓ ଭାଷଣରେ ଅଧିକ ବ୍ୟସ୍ତ ରହୁଥିବାରୁ ବାସ୍ତବତାଠାରୁ ଦୂରେଇ ଯାଇଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି ।

ଏପରିକି ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ଆଣିବାକୁ ଦୁବାଇ ଯିବା ଖବର ସେଭଳି ଗୁରୁତ୍ୱ ପାଇନାହିଁ । ବରଂ ଏମଏମଡିଆର ସଂଶୋଧନ ଆଇନରେ ଓଡ଼ିଶାର ଲାଭକ୍ଷତିକୁ ନେଇ ଗାଁ ଗହଳିରେ ଲୋକେ ଆଲୋଚନା କଲେଣି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କାହିଁକି ନିରବ ତାହାର ଉତ୍ତର ପାଇବାକୁ ସେମାନଙ୍କର ଉତ୍କଣ୍ଠା ବଢ଼ିଛି ।

Previous Post

ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

Next Post

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ପ୍ରକଳ୍ପ

Next Post
୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ପ୍ରକଳ୍ପ

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA