Monday, August 31, 2026 03:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

୧୦ ପ୍ରଶ୍ନର ଜବାବ୍ ମାଗିଲେ ବିଜେଡି ବିଧାୟକ ଅରୁଣ ସାହୁ

by Our Correspondent
30 Aug, 2026- 11:56 PM
in Latest News, News
1 min read
0
ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏମଏମଡିଆର ତଥା ଖଣି ନୀତିକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ୧୦ ପ୍ରଶ୍ନ ପଚାରିଛନ୍ତି । ୨୦୨୨ ମସିହା ଫେବୃୟାରୀ ୨୨ ତାରିଖରେ ଓଡ଼ିଶାର ଖଣି ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତକ୍ରଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ । ନିଲାମରୁ ଯେତିକି ରାଜସ୍ୱ ଆସୁଛି ଓଡ଼ିଶା ସବୁଠାରୁ ଅଧିକ, ଖଣି ସଂସ୍କାର କରିବାରେ ସାରା ଭାରତ ବର୍ଷରେ ଓଡ଼ିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏବେ ଏମଏମଡିଆର ବିଲକୁ ନେଇ ଓଡ଼ିଶାରେ ହଟଚମଟ ଚାଲିଛି, ତର୍କବିତର୍କ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧି ଦଳ ନେତା ଏକ ଚିଠି ଲେଖିଥିଲେ । ତୁରନ୍ତ ବିଧାନସଭା ଡକାଅ ଓ ଆଲୋଚନା କର । ସେ ଉତ୍ତର ଦେଲେ ନାହିଁ । ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ବୟାନ ଦେଲେ । ପୁଣି ନବୀନ ବାବୁ ଏକ ଚିଠି ଲେଖି ରାଜ୍ୟରେ ବିଜେପି ଦଳର ରହିଥିବା ୨୦ ଜଣ ଏମପି ଚୁପ ନରହି ବିବେକାନୁଦିତ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି । ଯଦି ସେମାନେ ଚୁପ ରହିବେ, ଇତିହାସ ପାଇଁ ତାଙ୍କୁ ବହୁ ମୁଲ୍ୟ ଦେବାକୁ ପଡ଼ିବ । ଚୁପ୍ ନରହି କେନ୍ଦ୍ର ସରକାରଙ୍କ ନିକଟରେ ସେମାନେ ଦାବି କରନ୍ତୁ । ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ବଦଳରେ ଭାରତୀୟ ଜନତା ପାର୍ଟି ସ୍ୱାର୍ଥକୁ ସୁରକ୍ଷା ଦେଉଛି । ସୋସିଆଲ ମିଡିଆରେ ଏମ୍ଏମ୍ଡିଆର୍ ବିଲକୁ ନେଇ ରାଜ୍ୟବାସୀଙ୍କ କମେଣ୍ଟ ଗୁଡ଼ିକ ପଢ଼ିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।

ସଂଘୀୟ ବ୍ୟବସ୍ଥା ଅନୁସାରେ, ରାଜ୍ୟ ସହିତ ଆଲୋଚନା କରି ବିଲ୍ ଉପସ୍ଥାପନ କରାଯିବା କଥା । କେନ୍ଦ୍ର ସରକାର ରାଜ୍ୟ ସହିତ ଆଲୋଚନା କରି ନାହାନ୍ତି । ୯ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ବକେୟା ରାଜସ୍ୱ ଆଦାୟ ହୋଇଥିଲେ ଡବଲ ଇଞ୍ଜିନ ସରକାର ବାହାବା ନେଇଥାନ୍ତା । ଓଡ଼ିଶା ସରକାରଙ୍କ ପାଖରେ ଅର୍ଥ ଅଭାବ ପାଇଁ ଚାରି ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇ ପାରୁନାହିଁ । ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ହାହାକାର ଦେଖାଦେଇଛି । ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଉଛି । ୨୦୧୪-୧୫ରେ ଖଣି ସଂଶୋଧନ ବିଲ୍ ଆଣିବା ପରେ ଓଡ଼ିଶାରେ ୫ ହଜାର କୋଟି ରାଜସ୍ୱ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସରକାରୀ ଦଳ କହୁଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହା ଉପରେ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ୨୦୧୪-୧୫ ମସିହାରେ ୩ ହଜାର କୋଟିରୁ ୨୦୨୩-୨୪କୁ ୬ ହଜାର କୋଟି ଛୁଇଁଥିଲା । ୨୦୧୪-୧୫ରେ ଛତିଶଗଡ଼ ସରକାର ୩ ହଜାର ୫ ଶହ କୋଟିରୁ ବଢ଼ି ୧୩ ହଜାର କୋଟି ହୋଇଛି । ମହାରାଷ୍ଟ୍ରରେ ୧୯୦୦ କୋଟିରୁ ବଢ଼ି ୬୯୦୦ କୋଟି ଛୁଇଁଛି । ଗୁଜୁରାଟରେ ୨୦୧୪-୧୫ରେ ୪ହଜାର ୨୦ କୋଟି ଟଙ୍କା ରାଜସ୍” ଆସୁଥିଲା । ୨୦୨୩-୨୪ରେ ୫ ହଜାର ୮ ଶହ ଟଙ୍କା ଛୁଇଁଥିଲା । ଗୁଜୁରାଟ୍ ମଡେଲ୍ ସରକାର ରାଜସ୍ୱ ଆଦାୟ କ୍ଷେତ୍ରରେ ଆଗେଇଲେ ନାହିଁ କାହିଁକି ?

ଯେଉଁ ରାଜ୍ୟ ଖଣି କ୍ଷେତ୍ରରେ ସଂସ୍କାର ଆଣି ପାରିଥିଲେ, କେବଳ ସେଠି ରାଜସ୍ୱ ଅବିବୃଦ୍ଧି ଘଟିଥିଲା । ଓଡ଼ିଶା ତାହାର ଉଦାହରଣ ବୋଲି ନୟାଗଡ଼ ବିଧାୟକ କହିଛନ୍ତି । ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିଧାୟକ ଅରୁଣ ୧୦ଟି ପ୍ରଶ୍ନ ପଚାରିଛନ୍ତି । ରାଜ୍ୟର ଲୋକସଭାରେ ୨୦ ଏମ୍ପି, ରାଜ୍ୟ ସଭାରେ ୫ ଏମ୍ପି କାହିଁକି ପାଟି ଖୋଲୁ ନାହାନ୍ତି? ଏମ୍ଏମଡିଆର୍ ବିଲ୍ କାହିଁକି ଆଲୋଚନା ନହୋଇ ୫ ମିନିଟ୍ରେ ପାସ କାହିଁକି ହେଲା ? ତରବରିଆ ଭାବେ ଏହି ବିଲ୍ ପାସ୍ କରାଗଲା । କେଉଁ ଖଣିପତି, ଆରବପତି, କେଉଁ ବେପାରୀଙ୍କ ପାଇଁ ଏହା କରଗଲା ? ଏହା କେଉଁ ଗଣତାନ୍ତ୍ରିତ ବିଧି ବ୍ୟବସ୍ଥା ? ଓଡ଼ିଶା ୯୦ ପ୍ରତିଶତ ପାଇବା କଥା ବିଲ୍ର କେଉଁଠି ଲେଖାଯାଇଛି ? ଓଡ଼ିଶାର ଖଣି ନୀତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିବା ବେଳେ ରାଜ୍ୟ ଇଞ୍ଜିନ କାହିଁକି ବିରୋଧ କରୁଛି ? ବିଜେପି ପାର୍ଟିକୁ ଚାନ୍ଦା ଆସିବା ପାଇଁ ତରବରିଆ ବିଲ୍ ପାସ୍ କରାଯିବା, ପାର୍ଟିର ସ୍ୱାର୍ଥ ନାଁ ମାଟିର ସ୍ୱାର୍ଥ ? ଜମିର ମାଲିକ ରାଜ୍ୟ ସରକାର ହୋଇଥିବା ବେଳେ ଖଣି ଓ ଖଣିଜ ଜମି ଗୁଡ଼ିକୁ କେନ୍ଦ୍ର ସରକାର ନିଜ ନାଁକୁ ନେଇ ଯିବା ପଛରେ କ’ଣ ଉଦେ୍ଦଶ୍ୟ ରହିଛି ? ରାଜ୍ୟ ସରକାର ଟିକସ ଆଦାୟ କରି କେନ୍ଦ୍ରକୁ ଦିଆଯିବା କଥା, ଏଥିରେ ତଥା ଖଣି ଖାଦାନାରେ କାହିଁକି କେନ୍ଦ୍ର ଟିକସ ଆଦାୟ କରି ରାଜ୍ୟକୁ ଦେବେ ବୋଲି ଆମେ ପ୍ରଶ୍ନ ରଖୁଛି ? ବିଲକୁ ସାର୍ବଜନୀନ କର, କେତୋଟି ଖଣି ଅଛି, କେଉଁ ଖଣି କିଏ ନେଇଛନ୍ତି, ଖଣିପତିମାନେ କେତେ ଉତ୍ତୋଳନ କରିଛନ୍ତି । ଖଣି ଖୋଳିକୁ କେତେ ଖୋଳ କରିଛନ୍ତି, ତାହା ସାର୍ବଜନୀନ କର ବୋଲି କହିଛନ୍ତି ।

Previous Post

ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA