Friday, June 26, 2026 05:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାରତୀୟ ହକିର ଆଉ ୧୦ ବର୍ଷ ପ୍ରାୟୋଜକ ରହିବ ଓଡ଼ିଶା

ସମ୍ବର୍ଦ୍ଧନା ଉତ୍ସବରେ ନବୀନଙ୍କ ଘୋଷଣା

by Our Correspondent
17 Aug, 2021- 09:15 PM
in Latest News, News, Sports
1 min read
0
ଭାରତୀୟ ହକିର ଆଉ ୧୦ ବର୍ଷ ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ସାହାରା ଇଣ୍ଡିଆ ହାତ ଛାଡ଼ିଦେବାରୁ ଦୁର୍ଦ୍ଦଶାରେ ପଡ଼ିଥିବା ଭାରତୀୟ ହକି ଟିମ୍ କୁ ସାହାରା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ମସିହାରୁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ କୁ ପ୍ରାୟୋଜନା କରୁଛନ୍ତି ରାଜ୍ୟ ସରକାର । ଆଉ ଓଡ଼ିଶାର ସହଯୋଗ ଓ ଟିମ୍ ଇଣ୍ଡିଆର ସାଧନାର ଫଳ ମିଳିଛି । ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲିମ୍ପିକ୍ସ ସଫଳତା ପାଇଛି । ଏହି ସଫଳତାର ଶ୍ରେୟ ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଉଛି । ତେବେ ଏତିକିରେ ଅଟକି ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ । ଆଉ ୧୦ ବର୍ଷ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ କୁ ପ୍ରାୟୋଜନା କରିବାକୁ ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନରେ ପୁରୁଷ ଓ ମହିଳା ହକି ଟିମ୍ କୁ ସମ୍ବର୍ଦ୍ଧିତ କରିି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଟୋକିଓରେ ତୁମମାନଙ୍କ ଚମତ୍କାର ପ୍ରଦର୍ଶନ ଆମ ସମସ୍ତଙ୍କୁ ଗର୍ବିତ କରିଛି । ଦୀର୍ଘ ୪ ଦଶନ୍ଧୀ ଧରି ଭାରତୀୟମାନଙ୍କର ଏହା ଅପେକ୍ଷା ଥିଲା । ଭାରତୀୟ ହକିର ପୁର୍ନଜନ୍ମ ହୋଇଥିବାରୁ ଏହା ଭାରତ ପାଇଁ ଆବେଗର ମୁହୂର୍ତ୍ତ । କୋଭିଡ ମହାମାରୀ ସତ୍ତ୍ୱେ ଭାରତୀୟ ଟିମ୍ ର କଠିନ ପରିଶ୍ରମ ଆମକୁ ଏହି ସଫଳତା ଦେଇଛି । କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇଥିବାରୁ ଆମର ବୀର ବାଳକ ଓ ବାଳିକାମାନେ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଏବଂ ହକି ଏକ ଏବଂ ଅଭିନ୍ନ । ହକି ଇଣ୍ଡିଆ ସହ ଆମେ ଆମର ଭାଗିଦାରୀ ବଜାୟ ରଖିବୁ ଏବଂ ଆଉ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ କୁ ଓଡ଼ିଶା ପ୍ରାୟୋଜନ କରିବ । ହକିର ନୂଆ ଯୁଗ ସହ ଭାରତର ଗୌରବ ଫେରିଆସିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଖେଳାଳୀମାନଙ୍କୁ ସମୁଦାୟ ୧୩ ଟି ପୁରସ୍କାର ପ୍ରଦାନ କରିଥିଲେ । ପୁରୁଷ ହକିରେ ସର୍ବାଧିକ ଗୋଲ୍ ସ୍କୋର ପାଇଁ ହରମନପ୍ରୀତ ସିଂହ, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ପିଆର ଶ୍ରୀଜେଶ, ସର୍ବାଧିକ ଗୋଲ୍ ସ୍କୋରରେ ସହାୟତା କରିଥିବା ନୀଳକଣ୍ଠ ଶର୍ମା, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ରୁପିନ୍ଦର ପଲ୍ ସିଂହ ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ କରିଥିବା ହରମନପ୍ରୀତ ସିଂହ ଏବଂ ଅମିତ୍ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କୃତ କରିଥିଲେ ।

ସେହିଭଳି ମହିଳା ହକିରେ ସର୍ବାଧିକ ଗୋଲ୍ ସ୍କୋର କରିଥିବା ଗୁରୁଜିତ୍ କୌର୍ ଏବଂ ବନ୍ଦନା କଟରିୟା, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ସବିତା ପୁନିଆ, ସର୍ବାଧିକ ଗୋଲ୍ ବଞ୍ଚାଇବାରେ ସାହାଯ୍ୟ କରିଥିବା ରାଣୀ ରାମପାଲ୍ ଏବଂ ନବନୀତ କୌର, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ଦୀପଗ୍ରେସ୍ ଏକ୍କା ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ ପାଇଁ ପି.ସୁଶୀଲା ଚାନୁଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ।

ହକି ଟିମ୍ ପାଇଁ ନିଯୁକ୍ତ ଓଡ଼ିଆ ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।

ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ, ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ୍ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନରମାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ହକି ଫେଡ଼େରେସନ୍ କୁ ୫୦ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରୀଷ୍ଣା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଟିମ୍ ଇଣ୍ଡିଆକୁ ଭବ୍ୟ ସମ୍ବର୍ଦ୍ଧନା: ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଜି ପ୍ରାୟୋଜକ ଓଡ଼ିଶା ମାଟିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମନ୍ତ୍ରଣ ରକ୍ଷା କରି ଭୁବନେଶ୍ୱର ଆସିଥିବା ଏହି ଅଲିମ୍ପିକ୍ସ ହୀରୋମାନଙ୍କୁ ଏୟାରପୋର୍ଟଠାରୁ ଆରମ୍ଭ କରି ହୋଟେଲ, କଳିଙ୍ଗ ଷ୍ଟାଡିୟମ୍ ସବୁଠି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାରମ୍ପରିକ ନାଚଗୀତ ସହ ବାଜା ବଜାଇ ସେମାନଙ୍କୁ ପାଛୋଟି ଅଣାଯାଇଥିଲା । ସଂଧ୍ୟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମୁଖ୍ୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଥିଲେ ।

ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇଥିଲେ ଟିମ୍ ଇଣ୍ଡିଆ । ଓଡ଼ିଶାକୁ ସେମାନଙ୍କର ଦ୍ୱିତୀୟ ଘର ବୋଲି କହିଥିଲା ବେଳେ ରାଜ୍ୟ ସରକାରଙ୍କ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ପାଇ ନ ଥିଲେ ଅଲିମ୍ପିକ୍ସରେ ଏଭଳି ପ୍ରଦର୍ଶନ ସମ୍ଭବ ହୋଇ ନଥାନ୍ତା ବୋଲି ଦୋହରାଇଥିଲେ ଉଭୟ ପୁରୁଷ ଓ ମହିଳା ଟିମ୍ କ୍ୟାପେଟନ୍ । ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି ହକିର ସ୍ଥିତି ବଦଳିଯାଇଛି । ଅଲିମ୍ପିକ୍ସରେ ଆମେ ମେଡ଼ାଲ୍ ପାଇଥିଲେ ମଧ୍ୟ ବାସ୍ତବରେ ତାହା ନବୀନ ପଟ୍ଟନାୟକଙ୍କର ଦେଶବାସୀଙ୍କୁ ଉପହାର ବୋଲି ପୁରୁଷ ହକି କ୍ୟାପେଟନ୍ ମନପ୍ରୀତ ସିଂ କହିଛନ୍ତି । ସେହିଭଳି ମହିଳା ହକି କ୍ୟାପେଟନ୍ ରାଣୀ ରାମପାଲ୍ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଇଁ ହକି ଆଜି ନୂଆ ପରିଚୟ ପାଇଛି । ରାଜ୍ୟ ସରକାର ଓ ଓଡ଼ିଶାବାସୀ ଆମମାନଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି ।

Previous Post

ଦୁଇଦିନ ଧରି ଗଞ୍ଜାମ ବୁଲିଲେ ପାଣ୍ଡିଆନ୍

Next Post

୨୦୨୨ ଜୁଲାଇ ସୁଦ୍ଧା ନିର୍ମାଣ ହେବ ରାଉରକେଲା ହକି ଷ୍ଟାଡିୟମ

Next Post
୨୦୨୨ ଜୁଲାଇ ସୁଦ୍ଧା ନିର୍ମାଣ ହେବ ରାଉରକେଲା ହକି ଷ୍ଟାଡିୟମ

୨୦୨୨ ଜୁଲାଇ ସୁଦ୍ଧା ନିର୍ମାଣ ହେବ ରାଉରକେଲା ହକି ଷ୍ଟାଡିୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA