ଭୁବନେଶ୍ୱର: ଭୟଙ୍କର କୋଭିଡ୍ ମହାମାରୀରେ ଦେଶ ଜୁଝୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ସହଯୋଗର ହାତ ବଢ଼ାଇଛନ୍ତି । କୋଭିଡ୍ ଯୁଦ୍ଧରେ ଓଡ଼ିଶା ସବୁ ପ୍ରକାର ସହଯୋଗ କରିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ତଥା ଦେଶର କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । କୋଭିଡ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଜାତୀୟସ୍ତରରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ସବୁପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶେଷ କରି ବିଭିନ୍ନ ଜାଗାରେ ଅକ୍ସିଜେନ୍ ଅଭାବ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଇଛନ୍ତି । ଏହି ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶାରେ ଅକ୍ସିଜେନ୍ ଉତ୍ପାଦନକୁ ବୃଦ୍ଧି କରାଯିବ ଏବଂ ଅନ୍ୟ ରାଜ୍ୟମାନଙ୍କୁ ସହାୟତା କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ ।








