Monday, May 11, 2026 11:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନାସ୍ଥା ବିଜେଡି ଆଣୁ ନଚେତ୍ କଂଗ୍ରେସ ଆଣିବ

by Our Correspondent
23 Jul, 2025- 11:22 PM
in Latest News, News
1 min read
0
ଅନାସ୍ଥା ବିଜେଡି ଆଣୁ ନଚେତ୍ କଂଗ୍ରେସ ଆଣିବ

ଭୁବନେଶ୍ୱର: : ରାଜ୍ୟବ୍ୟାପି ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ଵାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଭାପତି ଶ୍ରୀ ଦାସ ଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଜୟଦେବ ଜେନା ପ୍ରମୁଖ ନାରୀ ନ୍ୟାୟ ଆନ୍ଦୋଳନ ଏକ ସନ୍ତୋଷଜନକ ପର୍ଯ୍ୟାୟକୁ ଏବଂ ଅତ୍ୟାଚାରୀତ ନାରୀଙ୍କ ପାଇଁ ନ୍ୟାୟର ଉପଯୁକ୍ତ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ ଏହା ଆଗକୁ ଯୋରଦାର ହେବା ସହିତ ଅବିରାମ ଜାରି ରହିବ ବୋଲି ବକ୍ତାଗଣ ପ୍ରକାଶ କରିଛନ୍ତି । ତେବେ ଏତେସବୁ ବିଭତ୍ସ ଘଟଣା ଘଟିବା ପରେ ମଧ୍ୟ ସରକାରଙ୍କୁ ସାମାନ୍ୟତମ ଲଜ୍ଜାବୋଧ ହେଉନି ବୋଲି ପିସିସି ସଭାପତି ଶ୍ରୀ ଦାସ କଟୁକ୍ତି ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ । କିନ୍ତୁ ରାଜ୍ୟ ସରକାର କିଛି ହୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ଆମେରିକା ରାଷ୍ଟ୍ରପତି, ଆମେରିକୀୟ ନାଗରିକ ନଯିବା ପାଇଁ ବାରଣ କରିଛନ୍ତି । ଆମ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ଲୋକସଭା ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ତାଙ୍କ ଓଡ଼ିଶାଗସ୍ତ ସମୟରେ ନାରୀ ନିର୍ଯାତନା ବିଷୟରେ ସରକାରଙ୍କୁ ସୂଚାଇଥିଲେ । ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି । ବିଧାନସଭାରେ ଗଣ୍ଡଗୋଳ ହେବା ସମୟରେ ଆମେ ଗୃହ କମିଟି ଗଠନ କରିବା ପାଇଁ ଦାବି କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ଯାହାଫଳରେ ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି । ଆମେ କିନ୍ତୁ ବିରୋଧି ଦଳ ହିସାବରେ ଲଜ୍ଜିତ । ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ । ନିର୍ବାଚନ ବର୍ତ୍ତମାନ ନାହିଁ ଏବଂ ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ । ଏହା କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ ।

ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି । ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ । ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ । ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ସବୁ ଘଟୁଛି ଏବଂ ଆଇନ ଶୃଙ୍ଖଳାକୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଓଡ଼ିଶାର ବିଜେପି ସରକାର ବିରୋଧରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଜି ମୋହର ଲଗାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଭତ୍ସନାପରେ ସରକାର ଅନ୍ତତଃ ଇସ୍ତଫା ଦେଇଦେବା ଉଚିତ । ଏହା ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ସ୍ୱତଃପ୍ରବୃତ ଭାବେ ଓଡ଼ିଶାର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ ଏହା ଜଣାଇ ଦେଉଛି ଯେ ଓଡ଼ିଶାର ଜନସାଧାରଣ ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ।

ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ।ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି । ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।

ମୁଁ ପିସିସି ସଭାପତି ଦାୟିତ୍ୱ ନେବା ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ମହାନଦୀ ଜଳବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ

Next Post

ସୋଆ ଏସ୍ଏଚ୍ଏମ୍ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

Next Post
ସୋଆ ଏସ୍ଏଚ୍ଏମ୍ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

ସୋଆ ଏସ୍ଏଚ୍ଏମ୍ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA