Thursday, May 21, 2026 04:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ନିରବ କାହିଁକି?

ଏସଆଇ ପରୀକ୍ଷା କେଳେଙ୍କାରୀ

by Our Correspondent
04 Oct, 2025- 11:59 PM
in Latest News, News
1 min read
0
କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ନିରବ କାହିଁକି?

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ସବ୍‌ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାରେ ଯେଉଁଭଳି ବିଶାଳ ଦୁର୍ନୀତି ଓ ଅନିୟମିତତା ଦେଖା ଦେଇଛି, ତାହା ରାଜ୍ୟର ଯୁବଶକ୍ତିର ଆସ୍ଥାକୁ ଭଙ୍ଗି ଦେଇଛି। ବର୍ଷକୁ ବର୍ଷ ଧରି ପରିଶ୍ରମ କରୁଥିବା ଯୁବକମାନେ ଆଜି ଅନ୍ୟାୟରେ ଅଭିଯୁକ୍ତ ହୋଇଛନ୍ତି, ଯେଉଁଥିରେ ମୁଖ୍ୟ ଦୁର୍ନୀତିକାରୀମାନେ ସ୍ଵାଧୀନ ଘୂରୁଛନ୍ତି। ଏହାକୁ ନେଇ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଏହା ୨୫ ଲକ୍ଷ ଟଙ୍କାର ଡ଼ିଲ। ଏହା ଆମେ କହୁନୁ, ଏହା ପୋଲିସ କହୁଛି। ଗରିବ ବାପାମା ତାଙ୍କ ପିଲାର ଭବିଷ୍ୟତ ପାଇଁ ଝିଅ ବାହାଘର ପାଇଁ ରଖିଥିବା ଟଙ୍କାକୁ ଦଲାଲକୁ ଦେଇଦେଲେ। ଏପଟେ ପିଲାର ଚାକିରି ନାହିଁ, ପିଲା ଧରା ପଡ଼ିଲେ, ତାଙ୍କ ଭବିଷ୍ୟତ ଅନ୍ଧାର। ସେପଟେ ଝିଅ ବାହାଘର ପାଇଁ ଟଙ୍କା ନାହିଁ। ଏବେ ସେମାନେ କରିବେ କଣ। ଏହା କେବଳ ଯେ ବିଜେପି ସରକାରରେ ଚାଲୁଥିଲା ତାହା ନୁହେଁ, ଏହା ବିଜେଡି ସରକାରରେ ବି ଚାଲୁଥିଲା। ବିଜେଡି ଯେପରି ଆଉଟସୋର୍ସିଂ କରି ଚାନ୍ଦା ଆଦାୟ କରିଥିଲା, ବିଜେପି ମଧ୍ୟ ସେଇଆ କରୁଛି। ବିଜେପି, ବିଜେଡି ଭାଇଭାଇ। ସେ ଆହୁରି କହିଛନ୍ତି, ଲୋକେ ଟିକେ ଟିକେ କଥାରେ ନାଲି କୋଠା ଦେଖେଇଦେବୁ ବୋଲି କହୁଥିଲେ। କାରଣ କୋର୍ଟ ଉପରେ ଲୋକଙ୍କ ଭରସା ରହିଥିଲା, ଏବେ ବି ରହିଛି। କିନ୍ତୁ ସରକାର ଏବେ ପିଲାଙ୍କୁ ଲାଞ୍ଚ ଦେବା ଶିଖାଇଲା। ଯିଏ ଲାଞ୍ଚ ଦେଇକି ଚାକିରି କରିବ ସେ ଲାଞ୍ଚ ନବନି କେମିତି?

ଅନ୍ୟତମ ପିସିସି ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଓଡ଼ିଶାର ଯୁବକ ମାନଙ୍କୁ ଦାଦନ ଖଟିବାକୁ ବାଧ୍ୟ କରୁଛି ସରକାର। ଗରିବ, ଶ୍ରମିକଙ୍କ ପିଲାଙ୍କୁ ଚାକିରି ଦେବା ନାଁ’ରେ ହଜାର ହଜାର କୋଟି ଲୁଟୁଛି ସରକାର। ରାଜ୍ୟରେ ୧୫ ମାସର ସରକାରରେ ୧୫ ଥର ପ୍ରଶ୍ନ ପତ୍ର ଲିକ ହେବା ଦର୍ଶାଉଛି, ସରକାରୀ ମେଧାବୀ ଗରିବ ଯୁବକଙ୍କଠାରୁ ପରୀକ୍ଷା ଫି ବାବଦ କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି। OTET ପରୀକ୍ଷା ୪ ଥର( ୨୦୨୪ ରେ ଦୁଇଥର ଏବଂ ୨୦୨୫ ରେ ଦୁଇଥର), ଆର୍ ଆଇ ଅମିନ ପରୀକ୍ଷା ୨ ଥର, ଯାହାକି ଦ୍ୱିତୀୟ ଥର ଜଣେ ବିଜେପି ନେତାଙ୍କ ଇଣ୍ଟରନେଟ କାଫେରୁ ଲିକ୍ ହୋଇଛି। ଓଜେଏସ ପରୀକ୍ଷା ବାତିଲ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ପାଇଁ ପାଖାପାଖି ୨୫୦୦ ପିଲା ଓଜେଏସ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ହାଇକୋର୍ଟରେ କେସ ହେଲା ପରେ ମାନ୍ୟବର ହାଇକୋର୍ଟ ମଧ୍ୟ ସରକାରଙ୍କ ଅପାରଗତା ପାଇଁ ଭର୍ତ୍ସନା କରି ପ୍ରତି ପରୀକ୍ଷାର୍ଥୀଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସରକାର ଦେଲେନି। ଏହି କେସ ଏବେ ସୁପ୍ରିମ କୋର୍ଟରେ ଅଛି। ସେହିପରି ସିଜିଏଲ୍ (Combined Graduated Level) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଥରେ, ଓଏଏସ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଥରେ, ଏ ଏସଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଥରେ, ଏସଡିଆଇପିଆରଓ, ଯାହାକୁ କି ଓପିଏସସି ପରିଚାଳନା କରିଥାଏ, ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଥରେ। ଆଉ ଏବେ ଏସଆଇ ପ୍ରଶ୍ନପତ୍ର ଲିକ୍। ଏହାକୁ ମିଶାଇ ୪ ଥର ଏସଆଇ ପ୍ରଶ୍ନପତ୍ର ଲିକ୍ କରାଗଲାଣି। ୨୦୨୪ ଏବଂ ୨୦୨୫ ରେ ଦୁଇଥର ଲେଖାଏଁ ୪ ଥର ପ୍ରଶ୍ନପତ୍ର ଲିକ୍ ହେଲାଣି। ଏହି ଏସଆଇ ପରୀକ୍ଷା ବାତିଲ ପାଇଁ ପ୍ରାୟ ୬୦୦ ଶିକ୍ଷିତ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ବୋଲି ମୁଖପାତ୍ର ଶ୍ରୀମତୀ ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି କି ସରକାରଙ୍କ ପକ୍ଷରୁ ଯଦିଓ ସଫେଇ ଦିଆଯାଇଛି କି ଚାକିରି ପିଛା ୨୫ ଲକ୍ଷ ଟଙ୍କାର ପିସି କାରବାର ହୋଇଛି। ବାସ୍ତବିକ୍ ଏହା ଅନଅଫିସିଆଲ୍ ପାଖାପାଖି ୫୦ ଲକ୍ଷ ଟଙ୍କା ଅର୍ଥାତ୍ ସିଧାସଳଖ ୩୦୦ କୋଟି ଟଙ୍କାର ସ୍କାମ। ରାଜ୍ୟରେ ଗରିବ ପିଲାଙ୍କୁ ଲୁଟିବା ପାଇଁ ଏକ ଦୁର୍ନୀତିର ଚକ୍ରବ୍ୟୁହ ରଚନା କରାଗଲା। ପ୍ରଥମେ OPRB ଏହି ପରୀକ୍ଷା ନିଜେ ପରିଚାଳନା ନକରି ଏକ କେନ୍ଦ୍ରୀୟ ସଂସ୍ଥା ଆଇଟିଆଇ ଲିମିଟେଡକୁ ଦେଲା। ଉକ୍ତ ସଂସ୍ଥା ଏହି ପରୀକ୍ଷା ପରିଚାଳନା ପାଇଁ ଭୁବନେଶ୍ଵରର ଏକ ସଂସ୍ଥା ସିଲିକନକୁ ଦେଲା। ସିଲିକନ ସଂସ୍ଥା ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କଲା। ଏତେ ସବୁ ଡ୍ରାମା ରଚଗଲା ପଞ୍ଚାସଫ୍ଟକୁ ରିକୃଟମେଣ୍ଟ ଦେବା ପାଇଁ। କାରଣ ପଞ୍ଚସଫ୍ଟର ମୁଖ୍ୟ ହେଉଛନ୍ତି ଶଙ୍କର ପୃଷ୍ଠି, ଯିଏ କି ଜଣେ ବିଜେପିର ଟାଣୁଆ ନେତା। ତାଙ୍କ ସମ୍ପର୍କ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଅତି ଘନିଷ୍ଠ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ବ୍ୟକ୍ତିଙ୍କୁ ଦଳରେ ବିଧିବଦ୍ଧ ଭାବରେ ସାମିଲ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ବୁଲୁଛି ବୋଲି କହିବା ସହ ସାମ୍ବାଦିକଙ୍କୁ ଦେଖାଇଥିଲେ। ଗରିବ ପିଲାଙ୍କୁ ଲୁଟି ଶଙ୍କର ପୃଷ୍ଟି ଜରିଆରେ ବିଜେପି ନେତାଙ୍କୁ ମାଲାମାଲ କରିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ତେଣୁ ପିଲାଙ୍କୁ ବସରେ ନେଇ ସେମାନଙ୍କଠାରୁ ଟଙ୍କା ନେଇ ପ୍ରଶ୍ନପତ୍ର ଦେବା ପାଇଁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ପୋଲିସ ଦଲାଲଙ୍କ ଏଜେଣ୍ଟ ସମେତ ବସରେ ଥିବା ପରୀକ୍ଷାର୍ଥୀଙ୍କୁ ଧରି ବ୍ରହ୍ମପୁର ପୋଲିସକୁ ହସ୍ତାନ୍ତର କରିଥିଲା। କିନ୍ତୁ ଏଠି ଓଡ଼ିଶା ବିଜେପିର କୁଜିନେତା ଓଡ଼ିଶା ପୋଲିସର ସଫଳତା ବୋଲି ଦିଣ୍ଡିମ ପିଟିବା ହାସ୍ୟାସ୍ପଦ। ଦୁର୍ଭାଗ୍ୟର କଥା ପୋଲିସ ୧୪୪ ଜଣ ପରୀକ୍ଷାର୍ଥୀଙ୍କୁ ଅର୍ଥ ଦେବା ଅଭିଯୋଗରେ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ଏଥିରେ ଅବସରପ୍ରାପ୍ତ ଜେଲ ଡିଆଜି କୁଳମଣି ବେହେରାଙ୍କ ପୁଅ ଅମିୟ ବେହେରା ରହିଛି। ଏ ସ୍କାମ୍ ପଛରେ ଥିବା ବିଜେପିର ବଡ଼ ବଡ଼ ନେତା, ମନ୍ତ୍ରୀ, ପୋଲିସ କମିଶନରଙ୍କୁ ଥରେ ହେଲେ ବି ପଚରା ଉଚରା କରାଗଲା ନାହିଁ। ଓଲଟା ଏତେ ବଡ ସ୍କାମ ପଛରେ ଥିବା ବ୍ୟକ୍ତିମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି କେସକୁ କ୍ରାଇମ୍ ବ୍ରାଞ୍ଚକୁ ଦେଇ ସରକାର ତାଙ୍କ ଦାୟିତ୍ୱ ସାରିଦେଲେ, ଯଦିଓ ଏହା ଏକ ଅନ୍ତଃରାଜ୍ୟ ରାକେଟ ଥିବା ପରି ଲାଗୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସବୁ କ୍ଷେତ୍ରରେ ସିବିଆଇ ହସ୍ତକ୍ଷେପ ଲୋଡୁଥିବା ବିଜେପି ଏ କ୍ଷେତ୍ରରେ କାହିଁକି ସିବିଆଇକୁ ଦେଲା ନାହିଁ। ନା ବିଜେପିର ଅସଲ ମୁଖା ଖୋଲିଯିବ ବୋଲି ଡରିକି ସିବିଆଇକୁ ଦେଲା ନାହିଁ? ଆଗରୁ ଯେଉଁ ୧୪ଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି ତାର ଏବେ ଷ୍ଟାଟସ୍ କଣ ? ନିଜକୁ ସଫେଇ ଦେବା ପାଇଁ ମୋହନ ସରକାର ୨୦୨୪ ଡିସେମ୍ବର ୧ ତାରିଖରେ ” Odisha Public Examination Prevention of Unfair Act” ଓଡ଼ିଶା ବିଧାନସଭାରେ ପାସ କଲେ। ଏହି ଆକ୍ଟ ଅନୁସାରେ ଦୋଷୀକୁ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜୋରିମାନା। ଯେଉଁ ପ୍ରଶ୍ନପତ୍ର ଲିକ୍ ପାଇଁ ପରୀକ୍ଷା ବାତିଲ ହୋଇଛି ଏଥିପାଇଁ କେତେଜଣଙ୍କୁ ଜେଲ ହୋଇଛି ? କେତେଜଣଙ୍କୁ ୧ କୋଟି ଜୋରିମାନା ପକାଯାଇଛି ? ସରକାର କହୁଛନ୍ତି ତଦନ୍ତ ଚାଲିଛି। କି ପ୍ରକାର ତଦନ୍ତ ଚାଲିଛି ?ଏତେ ବଡ ସ୍କାମ ହେଲା ଅଥଚ ମୁଖ୍ୟମନ୍ତ୍ରୀ ଚୁପ୍ ! ଦୁଃଖ ପ୍ରକାଶ ବି କଲେ ନାହିଁ। କ’ଣ ନା ଓଡ଼ିଆ ଅସ୍ମିତା! ସେହିପରି ସବୁ କଥାରେ ‘କାହାକୁ ଛଡ଼ାଯିବନି’ ଡାଇଲଗ ମାରୁଥିବା ଆଇନ ମନ୍ତ୍ରୀ ବି ଚୁପ୍ । ସରକାରଙ୍କ ନୂଆ ଯୋଜନା ଟଙ୍କା ଦିଅ, ଚାକିରି ନିଅ। ଚାନ୍ଦା ଦିଅ, ଧନ୍ଦା ନିଅ। ଡବଲ ଇଞ୍ଜିନ ସରକାରରେ ଡବଲ ପିସିକୁ ଡବଲ ଧୋକା। ତଦନ୍ତ କମିଟି ପ୍ରହସନ ଭାଇ ଏଠି ସବୁ ପ୍ରହସନ ବୋଲି ସେ କହିଥିଲେ। ଏବେ ଶଙ୍କର ପୃଷ୍ଟି ଓ ତାର ସହଯୋଗୀ ମୁନା ମହାନ୍ତି ଫେରାର। ସିଲିକନର ମାଲିକ ସୁରେଶ ନାୟକଙ୍କୁ ପୋଲିସ ପଚରା ଉଚରା କରୁଛି। ଏହି ସ୍କାମରେ ବିଜେପିର ଶୀର୍ଷ ନେତୃତ୍ବ ସାମିଲ ଅଛି ଏବଂ ତା ସହିତ ଓପିଆରବି ସଂପୃକ୍ତ ଅଛି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବ କେବେ ? ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରୁଛି କଂଗ୍ରେସ। ସେହିପରି ରାଜ୍ୟର ଶୀର୍ଷ ପାହ୍ୟାର ଜଣେ ଆଇଏଏସ ଅଫିସରଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ତେଣୁ ଆମେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲିଛୁ ବୋଲି ସେ ପ୍ରକାଶ କରିଥିଲେ।

ରାବଣ ହାତରେ ଶାସନ ଥିଲେ ଭୟ, ଆଉ ରାମ ହାତରେ ଶାସନ ରହିଲେ ଅଭୟ। ତେଣୁ ବର୍ତ୍ତମାନ ଶାସନ ଯେଉଁ ରାବଣ ହାତରେ ରହିଛି ସେଥିରେ ଓଡ଼ିଶାର ଯୁବପିଢିଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇ ଯାଇଛି ବୋଲି ଅନ୍ୟତମ ମୁଖପାତ୍ର ଡ଼ ମନିଷା ଦାସ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ମାଛ ଖାଇବ ଇଲିସି ଚାକିରି କରିବ ପୋଲିସି। ଏହି ନ୍ୟାୟରେ ସେ ପ୍ରଶ୍ନ କରିବା ସହ ଇଲିସି ଖାଇବାର ଯୋଜନା କିଏ କରିଥିଲା, କିଏ କେତେ ଇଲିସି ଖାଇଲେ, କାହାକୁ ଇଲିସି ନ ମିଳିବାରୁ ପରଦା ଉଠିଲା, ଇଲିସି ଖାଇ କିଏ କିଏ ଖସିଲେ, ଆଉ କାହା ଜରିଆରେ କିଏ ଇଲିସି ଜାଲ ପକାଇଥିଲା ତାହାର ଜବାବ ସରକାର ରଖନ୍ତୁ। କେରାଣ୍ଡି ଧରି ବାଳିଆ ଖସାଅ ଯୋଜନା ନା ମାର ମାର ଭଣ୍ଡାରିଆକୁ ମାର ନୀତିରେ ୧୧୪ ପିଲାଙ୍କୁ ପ୍ରଲୋଭନ ଦେଖାଇ, ଟଙ୍କା ଖାଇ, ସେମାନଙ୍କ ଭବିଷ୍ୟତ ବରବାଦ୍ କରି ସେମାନଙ୍କୁ ଅପରାଧୀ ସଜାଇଥିବା କାର୍ପଟଦାର କାହା ଛତ୍ର ଛାୟା ତଳେ ବୋଲି ସେ ସରକାରଙ୍କ ଠାରୁ ଉତ୍ତର ମାଗିଥିଲେ।

ସେହିପରି ଛାତ୍ର ନେତା ତଥା ଅନ୍ୟତମ ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର ରାଜ୍ୟରେ ନିଯୁକ୍ତି ଦୁର୍ନୀତି ଏକ ବ୍ୟବସାୟ ହେଇଯାଇଛି ଓ ଏହି ବ୍ୟବସାୟୀ ମାନଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି। ସେ କହଛନ୍ତି ଉଭୟ ପୂର୍ବ ସରକାର ଓ ବର୍ତ୍ତମାନ ସରକାର ମିଲିଭଗତରେ ନିଯୁକ୍ତି ଦୁର୍ନୀତି ସହ ଲିପ୍ତ ଅଛନ୍ତି କାରଣ ଦଲାଲଙ୍କ ସହ ସରକାରୀ ନେତାଙ୍କ ଫଟୋ ଓ ବିଜେଡି ନେତାଙ୍କ ମାଲିକାନାରେ ଥିବା କୋଚିଂ ସେଣ୍ଟରରୁ ସର୍ବାଧିକ ପରୀକ୍ଷାର୍ଥୀ ଗିରଫ ହେଇଛନ୍ତି। ଆଜି ଯୋଉ ଦଲାଲଙ୍କ ନାଁ ସାମ୍ନାକୁ ଆସୁଛି , ସେମାନଙ୍କ ବାବଦରେ ଆମେ ଆଗରୁ ସତର୍କ କରାଇଥିଲେ ବି ସରକାର କାହିଁକି ନିରବଦ୍ରଷ୍ଟା ସାଜି ଚାକିରୀ ବିକ୍ରିକୁ ପ୍ରୋତ୍ସାହନ ଦେଇଥିଲେ ବୋଲି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

କଂଗ୍ରେସର ଦାବି: – ଏହା ଏକ ଅନ୍ତଃରାଜ୍ୟ ରାକେଟ୍; ତେଣୁ ତଦନ୍ତ ଭାର ସିବିଆଇକୁ ଦିଆଯାଉ। ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଉ। କ୍ଷତିପୂରଣ ଦେବାଯାଏ ମାସିକ ୨୦ ହଜାର ଭତ୍ତା ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Previous Post

ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

Next Post

ସାଇବର ସିକ୍ୟୁରିଟି ପରିଚାଳନାରେ ଏମଟେକ୍ ପାଠ୍ୟକ୍ରମ ଆରମ୍ଭ

Next Post
ସାଇବର ସିକ୍ୟୁରିଟି ପରିଚାଳନାରେ ଏମଟେକ୍ ପାଠ୍ୟକ୍ରମ ଆରମ୍ଭ

ସାଇବର ସିକ୍ୟୁରିଟି ପରିଚାଳନାରେ ଏମଟେକ୍ ପାଠ୍ୟକ୍ରମ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA