Sunday, June 28, 2026 08:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୀରେ କଂଗ୍ରେସର ବିଶାଳ ରାଲି

by Our Correspondent
16 Oct, 2023- 07:56 PM
in Latest News, News
1 min read
0
ପୁରୀରେ କଂଗ୍ରେସର ବିଶାଳ ରାଲି

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀ ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ପୁରୀ ଶରଧା ବାଲିଠାରେ ଏକତ୍ରିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି । ମନ୍ଦିର ଭିତରକୁ ଗୋଟିଏ ଦ୍ୱାର ଦେଇ ଯିବାର ବ୍ୟବସ୍ଥା ଥିବାରୁ ଭକ୍ତମାନେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଘଂଟା ଘଂଟା ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗ କରୁଛନ୍ତି । ଅନେକ ତୀର୍ଥଯାତ୍ରୀ, ଦର୍ଶନାର୍ଥିମାନେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ମୃତ୍ୟୁବରଣ କରୁଥିବାର ନଜିର ମଧ୍ୟ ରହିଛି । ଶିଶୁ ଓ ବୃଦ୍ଧଙ୍କ କଥା କହିଲେ ନ ସରେ । ପବିତ୍ର କାର୍ତିକ ମାସ ଆସୁଥିବାରୁ ଭକ୍ତ ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ଏଣୁ ରାଜ୍ୟ ସରକାର ଭକ୍ତମାନଙ୍କ ପାଇଁ ତୁରନ୍ତ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲନ୍ତୁ ।

ସେହିଭଳି ଦୀର୍ଘଦିନ ଧରି ରତ୍ନଭଣ୍ଡାର ଚାବି ହଜିବା ବାହାନାରେ ଆଜିପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଖୋଲାଯାଉ ନାହିଁ । ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ଏବଂ ଭକ୍ତମାନଙ୍କର ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନଥିବା ଘୋର ପରିତାପର ବିଷୟ । ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସହିତ ଏହାର ଗଣତି, ମଣତି ଓ ମରାମତି କରନ୍ତୁ ।

ପୁରୀରେ ବସବାସ କରୁଥିବା ପ୍ରାୟ ୮୦ ହଜାର ପରିବାରଙ୍କର ଭୂ ସମ୍ପତିର ମାଲିକାନା ସତ୍ୱ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି । ସେମାନେ ଏହି ସମ୍ପତିକୁ ବିଭିନ୍ନ ମଠମାନଙ୍କ ଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ । ମାତ୍ର ଏବେବି ସେହି ସମ୍ପତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି । ସରକାର ପନୁଃରାୟ ଏହି ସତ୍ୱକୁ ସେହି ପରିବାରମାନଙ୍କୁ ଦିଆଯାଉ। ପୁରୀରେ ଭୂମିହିନ ଓ ବାସହିନ ସେବାୟତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଘର ଖଣ୍ଡେ ଯୋଗାଇଦେଲେ ନାହିଁ । କିନ୍ତୁ ପୁରୀରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଶହ ଶହ ଏକର ଯୋଗାଇଦେଲେ । ଏହି ଭୂମିହୀନ ସେବାୟତଙ୍କୁ ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିସିସି ସଭାପତି ଦାବି କରିଛନ୍ତି । 

ସାରା ଭାରତ ବର୍ଷରେ ବେଦାନ୍ତ ଗୋଟିଏ ବି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ହଜର ହଜାର ଏକକରୁ ଅଧି ଜମି ଏପରିକି ଚାଷୀମାନଙ୍କର ଚାଷ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନିମିତ ଭାବେ ଅଧିଗ୍ରହଣ କରିଥିଲେ । ନଦୀନାଳ, ଜଙ୍ଗଲ ଏପରିକି ଗୋଚର ଓ ଶ୍ମସାନ ଜମିକୁ ଛାଡ଼ିନଥିଲେ । ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର ୨୨ ମୌଜାର ନିରୀହ ଚାଷିମାନଙ୍କର ଚାଷ ଜମି ତୁରନ୍ତ ଫେରାଇ ଦିଅନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଏହି ରାୟରେ ତୀବ୍ର ଭର୍ତ୍ସନା କରିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜୋରିମନା ରାଶି ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜମିର ମାଲିକାନା ମୂଳସ୍ଥିତିବାନ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ଆର୍ଥିକ ଭାର ବହନ କରିବା ସହ ବିହିତ ବ୍ୟବସ୍ଥା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଥିଲା ।

ଯଦି ସରକାର କାର୍ତିକ ମାସ ପୂର୍ବରୁ ଏହି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ଏବଂ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି ।

ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ଶରଧା ବାଲି ଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଉପରୋକ୍ତ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି, ଶରତ ରାଉତ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ରାମଚନ୍ଦ୍ର ଖୁଂଟିଆ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରବିନ୍ଦ୍ର କୁମାର ସେଠୀ, ଗଣେଶ୍ୱର ବେହେରା, ବିଜୟ ଲକ୍ଷ୍ମୀ ସାହୁ, ସୁରେଶ କୁମାର ମହାପାତ୍ର, ବିଭୁତି ମିଶ୍ର, ବିନାୟକ ଦାସ, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ ।

Previous Post

୭୫୭୯ଟି ଯାକ ମିନି ଅଙ୍ଗନବାଡି କେନ୍ଦ୍ର ହେଲା ନିୟମିତ

Next Post

Pandian Reviews Progress in EKAMRA Project

Next Post
Pandian Reviews Progress in EKAMRA Project

Pandian Reviews Progress in EKAMRA Project

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA