ଭୁବନେଶ୍ୱର: ଓଡ଼ିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାରଙ୍କ ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୬ ତାରିଖ ଦିନ ୧୧ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ । ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।
ଉକ୍ତ ଦିନ ୧୨.୩୦ ବେଳେ ପିସିସି କାର୍ଯ୍ୟାଳୟ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ଟାରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ଟା ସମୟରେ ୨୦୧୭ ଓ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍.ଏ.ସି /ମ୍ୟୁନିସ୍ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍ସିଲର / କର୍ପୋରେଟର ମାନଙ୍କ ବୈଠକରେ ଡ. ଅଜୟ କୁମାର ଯୋଗଦେବେ । ସେହିପରି ଜାନୁଆରୀ ୭ ତାରିଖ ଦିନ ଡ. କୁମାର ଦିବା ୧୦ଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକରେ ଯୋଗଦେବେ । ୧୧.୦୫ ମି. ସମୟରେ ଡ. ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ, ଘ. ୧୧.୩୦ମି. ସମୟରେ ଜିଲ୍ଲା,ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକ, ୩ ଘଂଟା ସମୟରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ, ୪ ଘଂଟା ସମୟରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ୫ ଘଂଟା ଠାରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟା ୭ଟା ସମୟରେ ଡ. ଅଜୟ କୁମାର ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।
ସମସ୍ତ ବର୍ଗର ନେତୃବୃନ୍ଦଙ୍କୁ ନିର୍ଦ୍ଧର୍ାରିତ ସମୟରେ ବୈଠକରେ ଯୋଗଦେବା ନିମନ୍ତେ ପତ୍ର ମାଧ୍ୟମରେ ଓ ଟେଲିଫୋନ ଯୋଗେ ଅନୁରୋଧ କରାଯାଇଛି । କୌଣସି କାରଣବଶତଃ କେହି ନେତୃବୃନ୍ଦ ଏ ସଂପର୍କରେ ଅବଗତ ହୋଇପାରିନଥିବେ ତେବେ ଉକ୍ତ ସମ୍ବାଦକୁ ନିମନ୍ତ୍ରଣ ମନେକରି ନିଜ ପାଇଁ ଉଦ୍ଦିଷ୍ଟ ବୈଠକରେ ନିର୍ଦ୍ଧାରିତ ସମୟରେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଉଛି ।