Saturday, April 18, 2026 06:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାବ୍ରି ଭଙ୍ଗା ଘଟଣାରେ କେହି ଦୋଷୀ ହେଲେନି

ସୋସିଆଲ୍ ମିଡ଼ିଆରେ ବୁଲିଲା ପ୍ରଜ୍ଞା ଠାକୁରଙ୍କ ଭିଡ଼ିଓ

by Our Correspondent
30 Sep, 2020- 07:25 PM
in Latest News, National
1 min read
0
ବାବ୍ରି ଭଙ୍ଗା ଘଟଣାରେ କେହି ଦୋଷୀ ହେଲେନି

ନୂଆଦିଲ୍ଲୀ: ୧୯୯୨ ଡିସେମ୍ବର ୬ ବହୁ ଚର୍ଚ୍ଚିତ ବାବ୍ର ମସଜିଦ୍ ରାୟ ଭଙ୍ଗା ଘଟଣାରେ କେହି ଦୋଷୀ ନୁହଁନ୍ତି । ମସଜିଦ୍ ଭାଙ୍ଗିବା ପାଇଁ ସୁପରିକଳ୍ପିତ ଯୋଜନା ନ ଥିଲା କି ଷଡ଼ଯନ୍ତ୍ର ନଥିଲା । ସାମୟିକ ଆବେଗରୁ ଘଟଣା ଘଟିଥାଇପାରେ । ଦୀର୍ଘ ୨୮ ବର୍ଷ ପରେ ଆଜି ଏହି ରାୟ ଶୁଣାଇଛନ୍ତି ଲକ୍ଷ୍ମୋ ସିବିଆଇ ସ୍ପେଶାଲ୍ କୋର୍ଟ ।

ବିଚାରପତି ଏସ୍.କେ. ଯାଦବ ତାଙ୍କ ୨୩୦୦ ପୃଷ୍ଠାର ରାୟରେ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ । ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତା’ର କିଛି ପ୍ରମାଣ ନାହିଁ । ତେଣୁ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦୋଷରେ ଖଲାସ କରାଗଲା ।

କୋର୍ଟ ତାଙ୍କ ରାୟରେ କହିଛନ୍ତି,

*ବାବ୍ରି ମସଜିଦ୍ ଭଙ୍ଗ ସ୍ୱତଃପ୍ରବୃତ୍ତ, ଯୋଜନାବଦ୍ଧ ନୁହେଁ ।

*ଅସାମାଜିକ ଲୋକଙ୍କ ଦ୍ୱାରା ଭଙ୍ଗାଯାଇଛି । ଅଭିଯୁକ୍ତମାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ନାହିଁ ।

*ଅଶୋକ ସିଂହଲ ଏବଂ ସଂଘ ପରିବାର ବାବ୍ରି ଷ୍ଟ୍ରକଚର୍ କୁ ସୁରକ୍ଷା ଦେବାକୁ ଚାହିଁଥିଲେ । କାରଣ ଭିତରେ ଥିବା ରାମ ଲାଲା ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବାକୁ ଚାହିଁଥିଲେ ।

*ସ୍ଥାନୀୟ ଗୁଇନ୍ଦା ରିପୋର୍ଟ ଘଟଣା ସମ୍ପର୍କରେ ଆଗୁଆ ସତର୍କ କରାଇଥିଲା । ମାତ୍ର ତାହାକୁ ଦୃଷ୍ଟି ଦିଆଗଲା ନାହିଁ ।

*ଅଭିଯୁକ୍ତମାନଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ନାହିଁ ।

*ଭିଡ଼ିଓ କ୍ୟାସେଟ୍ ସିଲଡ୍ ନ ଥିଲା କି ସ୍ପଷ୍ଟ ନ ଥିଲା । ତେଣୁ ତାହା ଗ୍ରହଣଯୋଗ୍ୟ ନୁହେଁ ।

*ବିନୟ କଟିଆରଙ୍କ ଘରେ ଷଡ଼ଯନ୍ତ୍ର ରଚାଯାଇଥିବାର ଯେଉଁ ଭିଡ଼ିଓ ଏବଂ ଫଟୋ ଦାଖଲ ହୋଇଥିଲା ତାହା ଫାବ୍ରିକେଟେଡ଼ ଏବଂ ଟାମ୍ପରିଂ ହୋଇଥିଲା ।

*ସିବିଆଇ ୬୫ ଏଭିଡେନସ୍ ଆକ୍ଟକୁ ଫଲୋ କରିନି ।

କୋର୍ଟ ରାୟ ଆସିଲା ପରେ ଅଭିଯୁକ୍ତ ଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଡ. ମୁରଲୀ ମନୋହର ଯୋଶୀ ପ୍ରମୁଖ ସ୍ୱାଗତ କରିଛନ୍ତି । ରାମ ଜନ୍ମଭୂମି ଆନେ୍ଦାଳନ ଓ ବିଜେପି ପ୍ରତି ମୋର ବିଶ୍ୱାସକୁ ଏହା ଦୃଢ଼ୀଭୂତ କରିଛି ବୋଲି ଆଡଭାନୀ ପ୍ରତିକ୍ରିୟା ଦେଇଥିଲା ବେଳେ ବାବ୍ରି ଭଙ୍ଗା ଘଟଣାରେ ଷଡ଼ଯନ୍ତ୍ର ନ ଥିଲା ବରଂ ଏହା ଅଚାନକ ଥିଲା ବୋଲି ଡ. ଯୋଶୀ କୋର୍ଟ ରାୟଙ୍କୁ ଦୋହରାଇ କହିଛନ୍ତି । ଏହା ସତ୍ୟର ବିଜୟ ବିଜୟ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପ୍ରତିକ୍ରିୟା ଦେଇଛି ।

ଅନ୍ୟପକ୍ଷରେ, କୋର୍ଟ ରାୟ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ଦେଶରେ ଗଣତନ୍ତ୍ରର ହତ୍ୟା ହୋଇସାରିଲାଣି ଏବଂ ଏକଛତ୍ରବାଦ ଶାସନ ଆରମ୍ଭ ହୋଇସାରିଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ସିପିଏମ୍ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନ୍ୟାୟିକ ବ୍ୟବସ୍ଥାକୁ ମୋଡ଼ିମକଚି ଦିଆଯାଇଥିବା କୁହାଯାଇଛି । ବାବରୀ ମସଜିଦ୍ ଆକ୍ସନ୍ କମିଟି ଆବାହକ ତଥା ଏଆଇଏମପିଏଲବି ମୁଖ୍ୟ ଜାଫରୟାବ୍ ଜିଲାନୀ ଲକ୍ଷ୍ମୋ ସିବିଆଇ କୋର୍ଟ ବିରୋଧରେ ହାଇକୋର୍ଟ ଯିବାକୁ ଘୋଷଣା କରିଛନ୍ତି । ମୁସଲିମ୍ ନେତା ଆସଉଦ୍ଦିନ୍ ଓୟସି ଆଜିର ଦିନକୁ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କଳା ଦିବସ ଭାବେ ବର୍ଣ୍ଣନା କରିଛନ୍ତି ।

ରାୟକୁ ନେଇ ସୋସିଆଲ୍ ମିଡ଼ିଆରେ ଶାଣିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇ ଜୀବନ ହାରିଥିବା ଦଳିତ ଯୁବତୀଙ୍କ ପାଇଁ ଗୋଟେ ଆଇନ, ଆଡଭାନୀ/ଯୋଶୀଙ୍କ ପାଇଁ ଗୋଟେ ଆଇନ, ରିୟାଙ୍କ ପାଇଁ ଗୋଟିଏ ଆଇନ, କଙ୍ଗନାଙ୍କ ପାଇଁ ଗୋଟିଏ ଆଇନ, ଉମର ଖଲିଦଙ୍କ ପାଇଁ ଗୋଟିଏ ଆଇନ ତ କପିଲ ମିଶ୍ରଙ୍କ ପାଇଁ ଗୋଟିଏ ଆଇନ । ‘ଗୋଟିଏ ଦେଶ, ଅନେକ ଆଇନ’ ଲେଖାଥିବା ପୋଷ୍ଟର୍ ବୁଲୁଛି ସୋସିଆଲ୍ ମିଡ଼ିଆରେ । ବାବ୍ରିକୁ କେହି ଭାଙ୍ଗିନାହାନ୍ତି, ଶୂନ୍ୟରେ ଭାଙ୍ଗିଗଲା ବୋଲି ଅନେକ କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ମାମଲାରେ ସମୁଦାୟ ୪୮ ଅଭିଯୁକ୍ତ ଥିଲେ । ମାତ୍ର ଇତିମଧ୍ୟରେ ୧୬ ଜଣଙ୍କର ମୃତୁ୍ୟ ହୋଇସାରିଛି । ୩୨ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବିଜେପିର ଟପ୍ ବ୍ରାଣ୍ଡ ନେତା ।
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶମତେ ୨୦୧୭ ମସିହାରୁ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ମାମଲାର ଦୈନିକ ଶୁଣାଣି ଚାଲିଥିଲା । ସିବିଆଇ ପକ୍ଷରୁ ମୋଟ ୩୫୧ ଜଣ ସାକ୍ଷୀ ଏବଂ ୬୦୦ ଦସ୍ତାବିଜ୍ ଦାଖଲ କରିଥିଲା । ମାମଲାର ରାୟ ଶୁଣାଇଥିବା ୬୦ ବର୍ଷ ବୟସ୍କ ବିଚାରପତି ଏସ.କେ.ଯାଦବ ୨୦୧୯ରେ ଚାକିରିରୁ ଅବସର ଗ୍ରହଣ କରିବାର ଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ପାଇଁ ଚାକିରିକାଳ ବୃଦ୍ଧି ପାଇଛନ୍ତି ।

ଆଜି ରାୟ ପ୍ରକାଶ ବେଳେ ୩୨ ଜଣ ଯାକ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ବିଚାରପତି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତେବେ ୨୬ ଜଣ ଉପସ୍ଥିତ ଥିଲେ । ଲାଲକୃଷ୍ଣ ଆଡଭାନୀ, ଡ. ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ସତୀଶ ପ୍ରଧାନ, ନୃତ୍ୟ ଗୋପାଳ ଦାସ ଏବଂ କଲ୍ୟାଣ ସିଂହ ଅନୁପସ୍ଥିତ ଥିଲେ ।

ସୋସିଆଲ୍ ମିଡ଼ିଆରେ ବୁଲିଲା ପ୍ରଜ୍ଞା ଠାକୁରଙ୍କ ଭିଡ଼ିଓ

ବାବ୍ରି ରାୟ ଅସିବା ପରେ ଭୋପାଳ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଏକ ପୁରୁଣା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏକ ସଭାରେ ପ୍ରଜ୍ଞା କହୁଛନ୍ତି, ବାବ୍ରି ଷ୍ଟ୍ରକଚର୍ ଭାଙ୍ଗିବାକୁ ମୁଁ ଅଯୋଧ୍ୟା ଯାଇଥିଲି । ମୁଁ ବାବ୍ରି ଭାଙ୍ଗିଛି । ୨୦୧୯ ରେ ଏଏନଆଇ ପକ୍ଷରୁ ଟୁଇଟରରେ ଏହି ଭିଡ଼ିଓଟିକୁ ପୋଷ୍ଟ କରାଯାଇଥିଲା । ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ଏହାକୁ ସେୟାର୍ କରିବା ସହ କୋର୍ଟ ରାୟକୁ ଏଭଳି କଟାକ୍ଷ କରିଛନ୍ତି ।

ପ୍ରଜ୍ଞା ଠାକୁର: ମସଜିଦ୍ ମୁଁ ଭାଙ୍ଗିଛି ।

କୋର୍ଟ: ନା, ତୁମେ ଭାଙ୍ଗିନ ।

Previous Post

SRH beat DC by 15 Runs

Next Post

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସ ତଦନ୍ତ ଶିଥିଳତା ନେଇ ହାଇକୋର୍ଟ କ୍ଷୁବ୍ଧ

Next Post
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସ ତଦନ୍ତ ଶିଥିଳତା ନେଇ ହାଇକୋର୍ଟ କ୍ଷୁବ୍ଧ

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସ ତଦନ୍ତ ଶିଥିଳତା ନେଇ ହାଇକୋର୍ଟ କ୍ଷୁବ୍ଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA