Tuesday, May 26, 2026 11:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ ତଟ ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

by Our Correspondent
05 Nov, 2025- 11:08 PM
in Latest News, News
1 min read
0
୨୦୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ ତଟ ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା

ଭୁବନେଶ୍ୱର: : ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି ।

କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେ ପୁଣି କହିଥିଲେ ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟ ର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ପ୍ରଦାନ ପାଇଁ ସରକାରଂକ ପକ୍ଷରୁ ଉଦ୍ୟମ ଜାରିରହିଛି ଏବଂ ଓଡ଼ିଶାର ଗର୍ବ ବାରବାଟୀ ଦୁର୍ଗ ଓ ଗଡଖାଇର ବିକାଶ କାର୍ଯ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଗମୀ ଦିନରେ ମହାନଦୀ ପଠା ରେ ଥିବା ଧବଳେଶ୍ଵର ପୀଠ ଓ ନନ୍ଦୀକିଶୋର ପୀଠର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ବାଲିଯାତ୍ରା କେବଳ ଏକ ବାଣିଜ୍ୟ ଉତ୍ସବ ନୁହେଁ ଏହା ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମୀୟ ଭାବନା ସହିତ ଓତପ୍ରତ ଭାବେ ଜଡ଼ିତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ସ୍ଲୋଗାନ, ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରକୁ ପାଥେୟ କରି ଆମ ସରକାର ରାଜ୍ୟରେ ସାଂସ୍କୃତିକ ଧୋରୋହର ଏବଂ ବିକାଶକୁ ଏକ ନୂଆ ଗତି ଦେଇଛନ୍ତି। ବାଲିଯାତ୍ରା ଉତ୍ସବ ହେଉଛି ଆମ ସଂସ୍କୃତିକ ଧରୋହରର ଜୀବନ୍ତ ପ୍ରତିକ।ଓଡିଶାରେ ୫୭୫ କିଲୋମିଟର ସୁଦୀର୍ଘ ତଟ ରେଖା ଅଛି, ଆମ ସରକାର ଏହାର ସଦୂପଯୋଗ କରି ପ୍ରମୁଖ ବନ୍ଦର ଭିତ୍ତିକ ଅର୍ଥନୀତି ମାଧ୍ୟମରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ। ପାରାଦୀପ, ଧାମରା, ଗୋପାଳପୁର ବ୍ଯତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାର ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ପାରାଦୀପ ପରେ ବାହୁଦା ହେବଓଡିଶା ର ଦ୍ୱିତୀୟ ବୃହତ୍ତମ ବନ୍ଦର। ୨୪ ହଜାର ୭୦୦ କୋଟି ଟଙ୍କାରେ ପାରାଦୀପ ନିକଟରେ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବା ପାଇଁ ଯୋଜନା ରହିଛି। ଆଗମୀ ଦିନରେ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଗେଟ୍ ୱେ ବୋଲି ସେ କହିଥିଲେ।

ସରକାର ଗଠନର ୫୦୦ ଦିନ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ଶିଳ୍ପ, ମହିଳା ସଶକ୍ତି କରଣ ,ଭିତ୍ତିଭୂମି, ଓଡିଆ ଅସ୍ମିତା ଆଦି ସମସ୍ତ କ୍ଷେତ୍ରରେ ସରକାର ମନପ୍ରାଣ ଦେଇ କାମ କରୁଛନ୍ତି।

କଟକ ବାସୀଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ହେଉଛି ଭାଇଚାରାର ସହର। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।

ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି। ଏ ବର୍ଷ ପାଖାପାଖି ୨୦୦୦ ଟି ଷ୍ଟଲ ଖୋଲାଯାଉଛି। ବ୍ୟବସାୟ ଦୃଷ୍ଟିକୋଣ ସହିତ, ନୂଆ ନୂଆ ପ୍ରଡକ୍ଟ ସମ୍ପର୍କରେ ଜାଣିବା ଏବଂ ଭାଇଚାରାର ବନ୍ଧନକୁ ସୁଦୃଢ କରିବା ହେଉଛି ଆମର ଲକ୍ଷ୍ୟ। ଗତବର୍ଷ ୨୦୦ କୋଟି ଟଙ୍କାର ବିଜନେସ ହୋଇଥିବା ବେଳେ ଚଳିତବର୍ଷ ଆହୁରି ଅଧିକ ହେବ ବୋଲି ସେ ଆଶା କରିଥିଲେ।।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡ଼ମ୍ବା ମୋହନ୍ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଳା ନନ୍ଦିନୀ ନାଟକ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହିତ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ପ୍ରକ୍ରିୟାରେ ପିଲାମାନଙ୍କୁ ପୁସ୍ତକ ବିତରଣ କରିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ବାଲିଯାତ୍ରା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଇଥାଏ ଏ ଜାତିର ସ୍ୱାଭିମାନ ବିଷୟରେ। ଓଡିଆତ୍ୱର ଛାପ ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କ ମଧ୍ୟରେ ଆଜି ମଧ୍ଯ ଉଜ୍ଜୀବିତ ହୋଇ ରହିଛି। ଆମର ପୂର୍ବ ସ୍ୱାଭିମାନ ଓ ଅସ୍ମିତାରୁ ପ୍ରେରଣା ନେଇ ଆତ୍ମାନିର୍ଭରତା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବାଲିଯାତ୍ରାର ସଫଳ ଅୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ଏକ ନିରବଚ୍ଛିନ୍ନ ଐତିହ୍ୟ ଏବଂ କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କଟକ ଓ ବାରବାଟୀ ଅଞ୍ଚଳରେ ଅନେକ ଲୁକ୍କାୟିତ ଇତିହାସ ରହିଛି, ସେ ସବୁ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି। ଆଗମୀ ଦିନରେ କଟକର କୁଶଳୀ ମାନବ ସମ୍ବଳ ଜରିଆରେ କଟକ ଆହୁରି ସମୃଦ୍ଧଶାଳୀ ହେବ।

ହୋଷ୍ଟ କଣ୍ଟ୍ରି ଭାବେ ଯୋଗଦେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ କୃଷ୍ଣମୂର୍ତ୍ତି କହିଥିଲେ ଯେ ବାଲିଯାତ୍ରା କେବଳ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଅତୀତ ନୁହେଁ ଏହା ଓଡ଼ିଶା ଓ ଇଣ୍ଡୋନେସିଆର ସୁସମ୍ପର୍କକୁ ଦର୍ଶାଉଛି। ଇଣ୍ଡୋନେସିଆର ସାଂସ୍କୃତିକ ପରମ୍ପରାରେ ମଧ୍ୟ ବାଲିଯାତ୍ରା କଥା ରହିଛି। ହୋଷ୍ଟ କଣ୍ଟ୍ରି ଭାବେ ଇଣ୍ଡୋନେସିଆକୁ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ୍ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦୋଶ, ପ୍ରକାଶ ଚନ୍ଦ୍ର ସେଠୀ ବାଲିଯାତ୍ରା ଉଦଘାଟନୀ ଅବସରରେ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଆରଡିସି ଶ୍ରୀମତୀ ଗୁହା ପୁନମ ତାପସ କୁମାର, ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ ଧନ୍ୟବାଦ୍ ଅର୍ପଣ କରିଥିଲେ।

Previous Post

‘ନବୀନ ଭିତରେ କୋଳାକୋଳି ବାହାରେ କଳି କରନ୍ତି’

Next Post

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ତାହାର ଉତ୍ତର ଦିଅନ୍ତୁ କଳ୍ପନା ଢୋଲକିଆ: ବିଜେଡି

Next Post
ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ତାହାର ଉତ୍ତର ଦିଅନ୍ତୁ କଳ୍ପନା ଢୋଲକିଆ: ବିଜେଡି

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ତାହାର ଉତ୍ତର ଦିଅନ୍ତୁ କଳ୍ପନା ଢୋଲକିଆ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA