Sunday, August 16, 2026 05:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ନେତାଙ୍କ ଗୁଣ୍ଡାରାଜ, ମହିଳା ବିଡିଓ ଗୁରୁତର

ଡେରାବିଶ୍ ବ୍ଲକ୍ ଅଫିସରେ ଥରହର

by Samar Pradhan
15 Aug, 2026- 08:13 PM
in Crime, Latest News, News
1 min read
0
ବିଜେପି ନେତାଙ୍କ ଗୁଣ୍ଡାରାଜ, ମହିଳା ବିଡିଓ ଗୁରୁତର

ଭୁବନେଶ୍ୱର: ଆଉ ଜଣେ ବିଜେପି ନେତାଙ୍କ ଗୁଣ୍ଡାରାଜ ସାମନାକୁ ଆସିଛି । ଜଣେ ମହିଳା ବିଡିଓଙ୍କୁ ତାଙ୍କ ଅଫିସରେ ପଶି ଆକ୍ରମଣ ଉଦ୍ୟମ କରିଛନ୍ତି । ବିଜେପି ନେତାଙ୍କ ଚଢ଼ଉରେ ଅଚେତ ହୋଇ ପଡ଼ିଥିବା ବିଡ଼ିଓଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ଶୁକ୍ରବାର) ଘଟିଥିବା ଏହି ଘଟଣା ସଂକ୍ରାନ୍ତରେ ବ୍ଲକ୍ କର୍ମଚାରୀ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ହୋଇଛି ।

ମହିଳା ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ କରିଥିବା ଏହି ନେତାଜଣଙ୍କ ହେଉଛନ୍ତି ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ତଥା ପାଟକୁରା ନିର୍ବାଚନମଣ୍ଡଳୀର ବିଜେପି ନେତା ଉମାକାନ୍ତ ପଟ୍ଟନାୟକ । ଏବେ ସେ ରାଜ୍ୟ ବିଜେପି ସୋସିଆଲ୍ ମିଡିଆର ମୁଖିଆ ଦାୟିତ୍ୱରେ ଅଛନ୍ତି ।

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଦିନ ଉମାକାନ୍ତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା । ବ୍ଲକ୍ ନିକଟରୁ ଠାକୁରହାଟ ଯାଏ ଶୋଭାଯାତ୍ରା ଯିବାର ଥିଲା । ଆରମ୍ଭ ପୂର୍ବରୁ ୪୦ରୁ ୫୦ ସମର୍ଥକଙ୍କୁ ଧରି ଉମାକାନ୍ତ ଅଚାନକ ବ୍ଲକ୍ ଅଫିସ୍ ଆସିଥିଲେ । ବିଡିଓ ନମିତା ବାରିକଙ୍କ ଚାମ୍ବରକୁ ଧସେଇ ପଶିଥିଲେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ଧମକେଇଥିଲେ । ବିଡିଓ କିଛି କହିବା ପୂର୍ବରୁ ନାଲି ଆଖି ଦେଖାଇ ଚିହିଁକି ଉଠିଥିଲେ ଉମାକାନ୍ତ । ସାଙ୍ଗରେ ଥିବା ସମର୍ଥକମାନେ ହୋ ହଲ୍ଲା କରି ବିଡିଓଙ୍କୁ ଘେରିଯାଇଥିଲେ । ଠେଲାପେଲାରେ ତଳେ ପଡ଼ି ଅଚେତ ହୋଇଯାଇଥଲେ ବିଡିଓ । ତାଙ୍କ ଅବସ୍ଥା ଗୁରୁତର ଥିବା ଜାଣି ବ୍ଲକ୍ କର୍ମଚାରୀମାନେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ । ପରେ ଭୁବନେଶ୍ୱର ଅଣାଯାଇଛି ।

ଏହି ଘଟଣା ପରେ ବ୍ଲକ୍ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଯେଉଁଠି ଜଣେ ମହିଳା ବିଡିଓ ସୁରକ୍ଷିତ ନୁହଁନ୍ତି ସେଠି ତାଳିଆ କର୍ମଚାରୀମାନେ କିପରି ସୁରକ୍ଷିତ ରହିବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି । ଅଭିଯୁକ୍ତ ଗିରଫ ନ ହେଲା ପର୍ଯ୍ୟନ୍ତ ସମୂହ ଅଫିସ୍ କାର୍ଯ୍ୟ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସଂଘ ପକ୍ଷରୁ ଆଜି ଥାନାରେ ଏତଲା ଦିଆଯାଇଥିଲା ବେଳେ ବ୍ଲକ୍ ପରିସରରେ କର୍ମଚାରୀମାନେ ପ୍ରତିବାଦ ଧାରଣାରେ ବସିଥିଲେ ।

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କିଛି ମାସ ପୂର୍ବେ ରାଜନଗର ବ୍ଲକ୍ ରେ ଅନୁରୂପ କାଣ୍ଡ ହୋଇଥିଲା । ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସ୍ ଚାମ୍ବରକୁ ନିଜର ସମର୍ଥକଙ୍କ ଗହଣରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ବ୍ଲକ୍ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ । ଜିଲ୍ଲା ଓଏଏସ୍ ସଂଘ ଜିଲ୍ଲାପାଳଙ୍କୁ ଭେଟି ପ୍ରତିବାଦ କରିଥିଲେ ।

ମାତ୍ର ବିଜେପି ନେତା ଲଳିତ ବେହେରା ଛାତି ଦେଖାଇ ବୁଲିଲେ । ତାଙ୍କୁ ପୁଲିସ ଧରିବ କ’ଣ ଓଲଟି ତାଙ୍କୁ ଦେଖି ପୁଲିସ ବାଟ ଭାଙ୍ଗିଲା । ଶାସକ ଦଳର ସେହି ବଳ ଯୋଗୁଁ ଏବେ ଜିଲ୍ଲାର ଡେରାବିଶରେ ସମାନ ଘଟଣା ଘଟିଲା । ବିଜେପି ନେତା ଓ କର୍ମୀଙ୍କ ଗୁଣ୍ଡାରାଜରେ ସାଧାରଣ ଜନତାଙ୍କଠାରୁ ସରକାରୀ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଥରହର ହେଉଛନ୍ତି ।

ଡେରାବିଶ ଘଟଣା ଉପରେ ଅଭିଯୁକ୍ତ ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କର ପ୍ରତିକ୍ରିୟା ମିଳିନାହିଁ ।

Previous Post

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA