Monday, August 17, 2026 01:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫମ୍ପା ମାଠିଆର ଶବ୍ଦ ବେଶୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଉପରେ ବିଜେଡିର ପ୍ରତିକ୍ରିୟା

by Our Correspondent
16 Aug, 2026- 07:07 PM
in Latest News, News
1 min read
0
ଫମ୍ପା ମାଠିଆର ଶବ୍ଦ ବେଶୀ

ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣରେ କରାଯାଇଥିବା ଦାବି ‘ଫମ୍ପା ମାଠିଆର ଶବ୍ଦ ବେଶୀ ସଦୃଶ୍ୟ’ । ବିଭିନ୍ନ ମିଥ୍ୟା ଅଭିଯୋଗ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ମଧ୍ୟ ମିଥ୍ୟାର ସାହାରା ନେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପପ୍ରୟାସ କରୁଛି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ ଲେନିନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସମସ୍ତ ବିନ୍ଦୁକୁ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି ।

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୬ ଥର ପ୍ରୟାସ ସୀମା ହଟାଇବା ପ୍ରସଙ୍ଗ ଉପରେ ସେ କହିଛନ୍ତି, ଏହା କେବଳ ଏକ ଦେଖାଣିଆ ପ୍ରଶାସନିକ ପଦକ୍ଷେପ । ୨୦୨୬ ଆରମ୍ଭ ସୁଦ୍ଧା ୪୧ଟି ବିଭାଗରେ ପ୍ରାୟ ୯୪,୪୮୫ଟି ସରକାରୀ ପଦବୀ ଖାଲି ପଡ଼ିଥିଲା । ସ୍ୱଚ୍ଛ, ନିରପେକ୍ଷ ଓ ସମୟବଦ୍ଧ ନିଯୁକ୍ତି ବ୍ୟବସ୍ଥା ନକରି କେବଳ ପ୍ରୟାସ ସୀମା ହଟାଇଦେଲେ ବେକାର ଯୁବକ-ଯୁବତୀଙ୍କ ସମସ୍ୟାର ସମାଧାନ ହେବ ନାହିଁ । ସେହିପରି, ୨୦୨୪ ଜୁନ୍ ପରଠାରୁ ୪୫,୦୦୦ ସରକାରୀ ଚାକିରି ଦିଆଯାଇଥିବା ବିଜେପି ସରକାରର ଦାବି ଅତ୍ୟନ୍ତ ବିଭ୍ରାନ୍ତିକର । ଏହି ନିଯୁକ୍ତିଗୁଡ଼ିକର ଏକ ବଡ଼ ଅଂଶର ବିଜ୍ଞପ୍ତି ୨୦୨୦ରୁ ୨୦୨୩ ମଧ୍ୟରେ ପୂର୍ବତନ ବିଜେଡି ସରକାର ସମୟରେ ପ୍ରକାଶ ପାଇଥିଲା । ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ୫ ବର୍ଷରେ ୧.୫ ଲକ୍ଷ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା । ବର୍ତ୍ତମାନର ନିଯୁକ୍ତି ଗତି ଏହି ଲକ୍ଷ୍ୟଠାରୁ ବହୁ ପଛରେ ରହିଛି ।

ଅନୁକମ୍ପାମୂଳକ ନିଯୁକ୍ତି ନିୟମରେ କୋହଳ ଏକ ମାନବିକ ପଦକ୍ଷେପ ଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ଏହା ଦ୍ୱାରା ବଡ଼ ସମସ୍ୟାକୁ ଲୁଚାଇ ହେବ ନାହିଁ । ବିଭିନ୍ନ ବିଭାଗରେ ଗୁରୁତର କର୍ମଚାରୀ ଅଭାବ ଜାରି ରହିଛି । ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ବିଜେପି ବିରୋଧୀ ଦଳରେ ଥିବା ସମୟରେ ସମାଲୋଚନା କରୁଥିଲା, ସେହି ବ୍ୟବସ୍ଥା ଉପରେ ବର୍ତ୍ତମାନର ସରକାର ମଧ୍ୟ ବାରମ୍ୱାର ନିର୍ଭର କରୁଛି । ଅପରପକ୍ଷରେ, ନବମ ଓ ଦଶମ ଶ୍ରେଣୀକୁ ମାଗଣା ପାଠ୍ୟପୁସ୍ତକ ଓ ମଧ୍ୟାହ୍ନ ଭୋଜନ ସୁବିଧାରେ ସମ୍ପ୍ରସାରଣ ପ୍ରସଙ୍ଗରେ, ସେ କହିଛନ୍ତି, ଏହାକୁ ଏକ “ବଡ଼ ସଂସ୍କାର’ ବୋଲି କୁହାଯାଇପାରିବ ନାହିଁ । ଏହି ସରକାର ନିଜେ ଏଭଳି ପାଠ୍ୟପୁସ୍ତକକୁ ନେଇ ବିବାଦରେ ପଡ଼ିଥିଲା, ଯେଉଁଥିରେ ଶତାଧିକ ତଥ୍ୟଗତ ଓ ବ୍ୟାକରଣଗତ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା । ସେହିପରି, ୧୮ଟି ନୂଆ ସରକାରୀ କଲେଜ୍ ଓ ୪ଟି ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ସେ କହିଛନ୍ତି, ସମୟସୀମା, ଜମି ଚିହ୍ନଟ, ଅଧ୍ୟାପକ ନିଯୁକ୍ତି ଓ ବଜେଟ୍ ବ୍ୟବସ୍ଥା ସ୍ପଷ୍ଟ ନକରି କେବଳ ଘୋଷଣା କରିଦେବାର କୌଣସି ଅର୍ଥ ନାହିଁ । କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ ଐତିହାସିକ ବୋଲି ପ୍ରଚାର କରାଯାଉଛି । କିନ୍ତୁ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ଏଥିରୁ ବାଦ୍ ପଡ଼ୁଛି । ଏହା ପାଇଁ ହଜାର ହଜାର କୋଟି ଟଙ୍କା ଆବଶ୍ୟକ ହେବ । ଶିକ୍ଷାର ଗୁଣବତ୍ତାକୁ କ୍ଷତି ନପହଞ୍ଚାଇ ସରକାର ଏହାକୁ କିପରି ଦୀର୍ଘକାଳୀନ ଭାବେ ଚଳାଇବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।

୨,୨୦୦ ଗୋଦାବରୀଶ ମିଶ୍ର ମଡେଲ୍ ପ୍ରାଥମିକ ବିଦ୍ୟାଳୟ ଓ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସେ କହିଛନ୍ତି, ୨,୨୦୦ଟି ମଡେଲ୍ ସ୍କୁଲ୍ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ କିଛି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଜମି ଚିହ୍ନଟ ପ୍ରକ୍ରିୟା ମଧ୍ୟ ୨୦୨୭ ପର୍ଯ୍ୟନ୍ତ ବିଳମ୍ୱିତ ହୋଇଛି । ୨୬,୦୦୦ରୁ ଅଧିକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇଥିବା ଦାବି କରାଯାଉଛି । କିନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଏବେ ମଧ୍ୟ ବହୁ ପଦବୀ ଖାଲି ରହିଛି । ଅନେକ ସ୍କୁଲରେ ପ୍ରାୟ ୩୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ଥିବାବେଳେ ଶତାଧିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନା ଚାଲୁଛି ।

କୃଷକଙ୍କ ପାଇଁ ଆଗ୍ରି-ଷ୍ଟାକ୍ ପ୍ରସଙ୍ଗରେ ସେ କହିଛନ୍ତି, କୃଷକମାନେ ପଞ୍ଜୀକରଣ ସମୟରେ ବ୍ୟାପକ ଦ୍ୱନ୍ଦ୍ୱ ଓ ହଇରାଣ ହେବା ପରେ ଆଗ୍ରି-ଷ୍ଟାକ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଏକ ପ୍ରକାର “ଡ୍ୟାମେଜ୍ କଣ୍ଟ୍ରୋଲ୍’ । ଆଗ୍ରି-ଷ୍ଟାକ୍ର ପି-ପାସ୍ ଧାନ କ୍ରୟ ସହ କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ନିଜ ସରକାର ସୃଷ୍ଟି କରିଥିବା ପ୍ରଶାସନିକ ଅବ୍ୟବସ୍ଥାକୁ ହିଁ ପଦାରେ ପକାଇଛି । ସେହିପରି, ଆଗାମୀ ଦୁଇରୁ ତିନି ବର୍ଷରେ ୩ ଲକ୍ଷ ନିଯୁକ୍ତି ସୁଯୋଗ ଏବଂ ଆଗାମୀ ଦିନରେ ମୋଟ ୨୦ ଲକ୍ଷ ସୁଯୋଗ ସୃଷ୍ଟି କରିବାର ଦାବି କେବଳ କାଗଜରେ ସୀମିତ । ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନର ଦାବି ହୋଇଥିଲେ ମଧ୍ୟ ପ୍ରକୃତରେ ଭୂମିସ୍ତରରେ କେତେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ କେତେ ନୂଆ ଚାକିରି ସୃଷ୍ଟି ହୋଇଛି, ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଅତିରଞ୍ଜିତ କଥା କହି, ଜନସାଧାରଣଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବିଜେଡି ମୁଖପାତ୍ର କହିଛନ୍ତି ।

Previous Post

ବିଜେପି ନେତାଙ୍କ ଗୁଣ୍ଡାରାଜ, ମହିଳା ବିଡିଓ ଗୁରୁତର

Next Post

ଚାକିରିରୁ ଅବସର ନେଲେ ଖୁରାନିଆ

Next Post
ଚାକିରିରୁ ଅବସର ନେଲେ ଖୁରାନିଆ

ଚାକିରିରୁ ଅବସର ନେଲେ ଖୁରାନିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA