Thursday, June 18, 2026 01:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଏଜି ରିପୋର୍ଟ: ଧର୍ମେନ୍ଦ୍ରଙ୍କ ଟୁଇଟ୍, ଅମରଙ୍କ ଜବାବ

by Our Correspondent
26 Sep, 2025- 11:51 PM
in Latest News, News
1 min read
0
ସିଏଜି ରିପୋର୍ଟ: ଧର୍ମେନ୍ଦ୍ରଙ୍କ ଟୁଇଟ୍, ଅମରଙ୍କ ଜବାବ

ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସିଏଜି ରିପୋର୍ଟ ଭାରତର ଏକ ବିଶ୍ୱସନୀୟ ଦସ୍ତାବିଜ୍ । ଓଡ଼ିଶା ବିଧାନସଭାରେ ସଦ୍ୟ ଉପସ୍ଥାପିତ ସିଏଜି ରିପୋର୍ଟ, ପୂର୍ବ ସରକାରର ବ୍ୟାପକ ଦୁର୍ନୀତି ଓ ଘୋର ଅନିୟମିତତାକୁ ପଦାରେ ପକାଇଛି, ଯାହା ସେ ସମୟର ଅପାରଗତା ଓ ପ୍ରଶାସନିକ ସ୍ଥାଣୁତାର ଏକ ଜ୍ୱଳନ୍ତ ଉଦାହରଣ । ରିପୋର୍ଟରୁ ଏ କଥା ସ୍ପଷ୍ଟ ଯେ ଗତ ସରକାର ଅମଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିବା ସହ ପ୍ରଶାସନର ସବୁ ସ୍ତରରେ କାୟା ବିସ୍ତାର କରିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଏପରିକି ଆଦିବାସୀ କଲ୍ୟାଣ ଭଳି ମୌଳିକ କ୍ଷେତ୍ରରେ ସରକାରୀ ଅର୍ଥର ବ୍ୟାପକ ଦୁରୁପଯୋଗ ଗତ ସରକାରର ସମ୍ବେଦନହୀନତାକୁ ସ୍ପଷ୍ଟ କରୁଛି । ବିଭିନ୍ନ କ୍ଷେତ୍ରରେ ଚଞ୍ଚକତା କରି ଜନକଲ୍ୟାଣ ଲାଗି ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରାଯାଇଛି । ପୂର୍ବ ସରକାର ଅମଳର ବ୍ୟବସ୍ଥାଗତ ହରିଲୁଟ୍ ଏବଂ ପ୍ରିୟା-ପ୍ରୀତି-ତୋଷଣ ଆଜି ପ୍ରମାଣିତ ହୋଇଛି । ଆମ ଉପରେ ଓଡ଼ିଶାବାସୀଙ୍କ ଆଶା ଓ ଭରସା ଅତୁଟ ରହିଥିବା ବେଳେ ଆମ ସରକାର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ପ୍ରତି ବେଶ୍ ଯତ୍ନବାନ ଅଛନ୍ତି । ପୂର୍ବ ସରକାରରେ ହୋଇଥିବା ବ୍ୟତିକ୍ରମକୁ ସୁଧାରିବା ଦିଗରେ ଡବଲ ଇଞ୍ଜିନ ସରକାର ପଦକ୍ଷେପ ନେବେ ବୋଲି ମୋର ଦୃଢ଼ ବିଶ୍ୱାସ ।

ଅମର ପଟ୍ଟନାୟକ, ବିଜେଡି ମୁଖପାତ୍ର

ସିଏଜି ଏକ ବିଶ୍ୱସନୀୟ ସଂସ୍ଥା, ଏଥିରେ କୈାଣସି ଦ୍ୱିମତ ନାହିଁ। ହେଲେ ଆପଣଙ୍କ ପୋଷ୍ଟ ପଢିଲା ପରେ ଲାଗୁଛି ନଈ ନ’ ଦେଖୁଣୁ ଆପଣ…। ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଭୁଲିଗଲେଣି, ନା ସେସବୁକୁ ବେଖାତିର୍ କରିବା ଆରମ୍ଭ କଲେଣି? ଆପଣ ଜାଣିବା ଦରକାର, ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା ପରେ ଏହାକୁ ପବ୍ଲିକ୍ ଆକାଉଣ୍ଟସ କମିଟି (ପିଏସି)କୁ ପଠାଯାଏ। ରିପୋର୍ଟରେ ଉଲ୍ଲେଖ ହୋଇଥିବା ସମସ୍ତ ତଥ୍ୟ ଉପରେ ତର୍ଜମା ହୁଏ। ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ଦସ୍ତାବିଜ୍ ଉପସ୍ଥାପନ କରନ୍ତି। ଆଉ ସବୁ କିଛି ବିଶ୍ଳେଷଣ କରିବା ପରେ ପିଏସି ଦେଇଥିବା ଚୂଡାନ୍ତ ରିପୋର୍ଟ ବିଧାନସଭାରେ ପୁନର୍ବାର ଉପସ୍ଥାପନ କରାଯାଏ। ତେଣୁ ଚୂଡାନ୍ତ ରିପୋର୍ଟ ଆସିବା ଆଗରୁ ରାଜନୈତିକ ହଟଚମଟ ସୃଷ୍ଟି କରି ନିଜକୁ ଚର୍ଚ୍ଚାରେ ରଖିବାକୁ ଆପଣ ଉଦ୍ୟମ କରୁଛନ୍ତି କି? ମୁଁ ଆଶ୍ଚର୍ଯ୍ୟ ଏତେ ଲମ୍ବା ସମୟ ଧରି ରାଜନୀତିରେ ରହିଲା ପରେ ମଧ୍ୟ ଏହି ପ୍ରକ୍ରିୟା କଥା ଆପଣ ଭୁଲିଗଲେ କାହିଁକି? ଏହା ଆପଣଙ୍କର ପଦମର୍ଯ୍ୟାଦା ଏବଂ ଅଭିଜ୍ଞତାକୁ ଶୋଭାଦେଉନି। ଲାଗୁଛି, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରର ଚରମ ବିଫଳତା ପରେ କୌଣସି ବି ଉପଲବ୍ଧି ଯେତେବେଳେ ଓଡିଶାବାସୀଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଆପଣ ଅସମର୍ଥ, ସେତେବେଳେ ଏଭଳି ବୃଥା ପ୍ରଚେଷ୍ଟା କରୁଛନ୍ତି। ଉପରୁ ତଳ ଯାଏଁ ସରକାରୀ ବ୍ୟବସ୍ଥାକୁ ଦୁର୍ନୀତି ଗ୍ରାସ କରିସାରିଲାଣି। ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବା ପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି। ସରକାର ନା ଚାଷୀଙ୍କୁ ସାର ଯୋଗାଇ ପାରୁଛି ନା ମହିଳାଙ୍କୁ ସୁରକ୍ଷା। ଏସବୁରୁ ନଜର ହଟେଇବାକୁ ଆପଣଙ୍କ ଉଦ୍ୟମ ଆଦୌ ସଫଳ ହେବନି। ହଁ ବାକି ରହିଲା ସ୍ୱଚ୍ଛ ଶାସନର କଥା, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସଂସ୍ଥା ବିଜେଡି ସରକାରକୁ ଦେଇଥିବା ପୁରଷ୍କାର ତାଲିକାକୁ ଦେଖନ୍ତୁ ଉତ୍ତର ପାଇଯିବେ। ଦୟାକରି କେନ୍ଦ୍ରୀୟ ସ୍ତରରେ ‘ଆୟୁଷ୍ମାନ’ ଯୋଜନା ବାବଦରେ ସିଏଜି ଦେଇଥିବା ରିପୋର୍ଟ ଉପରେ ଆପଣଙ୍କର ସୁଚିନ୍ତିତ ଉତ୍ତର ରଖିବେ।

Previous Post

‘ରାଷ୍ଟ୍ର ଗଠନ ଶ୍ରେଣୀ ଗୃହରୁ ଆରମ୍ଭ ହୋଇଥାଏ’

Next Post

ଓଡିଶାକୁ ୬୦,୦୦୦ କୋଟିର ପ୍ରକଳ୍ପ

Next Post
ଓଡିଶାକୁ ୬୦,୦୦୦ କୋଟିର ପ୍ରକଳ୍ପ

ଓଡିଶାକୁ ୬୦,୦୦୦ କୋଟିର ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA