Friday, August 21, 2026 02:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖଣି ବିଲ୍ କୁ ଐତିହାସିକ ପଦକ୍ଷେପ କହିଲେ ଧର୍ମେନ୍ଦ୍ର

ନବୀନଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା

by Our Correspondent
20 Aug, 2026- 11:40 PM
in Latest News, News
1 min read
0
ଖଣି ବିଲ୍ କୁ ଐତିହାସିକ ପଦକ୍ଷେପ କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ‘ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬’ (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହାର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ। ସୁବିଧାବାଦୀ ରାଜନୈତିକ ଫାଇଦା ନେବା ପାଇଁ ନବୀନ ବାବୁ ପ୍ରୟାସ କରୁଛନ୍ତି । ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ କହିଛନ୍ତି।

ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ଯେ, ମୋଦୀ ସରକାର ଆଣିଥିବା ଏହି ନୂଆ ଏମଏମଡିଆର ବିଲ୍ ହେଉଛି ଦେଶର ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ଥିକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ । ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ ୧୪ ପ୍ରକାରର ଅଲଗା ଅଲଗା ଅତ୍ୟଧିକ ଟିକସ ଲଗାଉଥିଲେ। ଏମଏମଡିଆର  ବିଲ୍‌ର ଧାରା 9D ରାଜ୍ୟଗୁଡ଼ିକରୁ ମୂଳ ରାଜସ୍ୱ ନ ଛଡ଼ାଇ ମଲଟି-ଲେଭଲ୍ ଟ୍ୟାତ୍ସ ବୋଝକୁ ରୋକିବା ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଛି। ପୁରୁଣା ବକେୟା ଟିକସ ବୋଝ ଯୋଗୁଁ ଅନେକ ଖଣି କମ୍ପାନୀ ବନ୍ଦ ହେବାର ସମ୍ଭାବନା ଥିଲା। ଏହି ବିଲ୍ ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁରର ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇ ଯାଇଛି ଏବଂ ଖଣି ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି, ବୃତ୍ତି ଓ ଜୀବିକା ସୁରକ୍ଷିତ ହୋଇପାରିଛି।

ଖଣି ଉପରେ ୭୦% ରୁ ୮୦% ମନୋମୁଖୀ ଟିକସ ଲଦିଲେ ଲୁହା, କୋଇଲା, ସିମେଣ୍ଟର ଦାମ୍ ଆକାଶଛୁଆଁ ହୋଇଥାନ୍ତା, ଯାହାଦ୍ୱାରା ସପ୍ଲାଇ ଚେନ୍, ଶିଳ୍ପ ଓ ଭିତ୍ତିଭୂମି ବିକାଶ ବାଧାପ୍ରାପ୍ତ ହୋଇଥାନ୍ତା। ଓଡ଼ିଶାର ସାଧାରଣ ମଧ୍ୟବିତ୍ତ ପରିବାରଟିଏ ଘର ତିଆରି କରିବା ସହ ମୋଟରସାଇକେଲ, ଟ୍ରକ୍ ଓ ଟ୍ରାକ୍ଟର କିଣିବା ମଧ୍ୟ କଷ୍ଟକର ହୋଇପଡ଼ିଥାନ୍ତା। ଏହି ବିଲ୍ ସାଧାରଣ ଲୋକଙ୍କୁ ଏହି ମହଙ୍ଗା ମାଡ଼ରୁ ରକ୍ଷା କରିଛି । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ଓଡ଼ିଶା ଯେଉଁ ନିଲାମ ପ୍ରିମିୟମ୍, ରୋୟାଲଟି ଓ ଡିଏମଏଫ ପାଉଥିଲା, ତାହାର ୧୦୦ ପ୍ରତିଶତ ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ।  ସାରା ଦେଶରେ ସମାନ ଖଣି ଟିକସ ନୀତି ଲାଗୁ ହେଲେ ବ୍ୟବସାୟ ସୁଗମ ହେବା ସହ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ସୁଧୁରିବ। ଏଥିପାଇଁ ଆମର ସମସ୍ତ ସାଂସଦମାନେ ଏହାକୁ ସମର୍ଥନ କରିଛନ୍ତି।

ତେବେ ଗତକାଲି ନବୀନ ବାବୁ ଯାହା କହିଛନ୍ତି, ତାହା ଓଡ଼ିଶାବାସୀଙ୍କୁ ଭ୍ରମିତ କଲା ଭଳି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲାଲକିଲ୍ଲା ଭାଷଣରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ପୂର୍ବ ଭାରତ ସମେତ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି, ତାଙ୍କ ବାବଦରେ ପ୍ରଶ୍ନ ଉଠାଇବା ପୂର୍ବରୁ ନବୀନ ବାବୁ ନିଜର ୨୪ ବର୍ଷର ରିପୋର୍ଟ କାର୍ଡ ଦେଖି ଆତ୍ମସମୀକ୍ଷା କରିବା ଦରକାର।

ନବୀନ ବାବୁଙ୍କୁ ତାଙ୍କ ୨୪ ବର୍ଷର ରିପୋର୍ଟ କାର୍ଡ଼ ମନେପକାଇ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନବୀନ ବାବୁ କ୍ଷମତାରେ ଥିବାବେଳେ ୨୦୦୪ ମସିହାରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ଆୟ ଥିଲା ମାତ୍ର ୧,୦୦୦ କୋଟି।୨୦୧୪ ପର୍ଯ୍ୟନ୍ତ (ଯେଉଁ ପର୍ଯ୍ୟନ୍ତ ମୋଦୀ ସରକାର ଖଣି ନୀତିରେ ସଂସ୍କାର ଆଣିନଥିଲେ) ଏହା ମାତ୍ର ୫,୦୦୦ କୋଟିରେ ସୀମିତ ଥିଲା, କାରଣ ସେତେବେଳେ ଖଣି  କମ୍ପାନୀମାନଙ୍କୁ ଶାଗ ମାଛ ଦରରେ ଖଣି ବଣ୍ଟାଯାଉଥିଲା। ଭାଇ-ବନ୍ଧୁ-କୁଟୁମ୍ବ ହିସାବରେ ଓଡ଼ିଶାର ନିର୍ଦ୍ଦିଷ୍ଟ କେତେକ ପରିବାର ଗୁଡ଼ିକୁ ଖଣି ଟେକି ଦିଆଯାଉଥିଲା। ୨୦୧୫ରେ ମୋଦୀ ସରକାର ଏମଏମଡିଆର ଆଇନରେ ଐତିହାସିକ ସଂଶୋଧନ ଆଣି ମନମୁଖୀ ଖଣି ବଣ୍ଟନ ବନ୍ଦ କଲେ ଏବଂ ସ୍ୱଚ୍ଛ ‘ନିଲାମ’ ପ୍ରକ୍ରିୟା ବାଧ୍ୟତାମୂଳକ କରି ପାରଦର୍ଶିତା ଆଣିଲେ। ଏଥିସହିତ Ad Valorem ରୋୟାଲଟିକୁ ମଧ୍ୟ ୧୦% ରୁ ୧୫% କୁ ବୃଦ୍ଧି କରାଗଲା। ରାଜ୍ୟରେ ଜନହିତକର ଯୋଜନା ପାଇଁ DMF ବ୍ୟବସ୍ଥା ମଧ୍ୟ କରାଗଲା। ଏହି ସ୍ୱଚ୍ଛ ନୀତି ଯୋଗୁଁ ହିଁ ଯେଉଁ ଖଣିଜ ଆୟ ୫,୦୦୦ କୋଟି ଟଙ୍କାରେ ଅଟକିଥିଲା, ତାହା ୧୦ ଗୁଣା ବୃଦ୍ଧି ପାଇ ଆଜି ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠି ଜରିଆରେ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି। ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତି ଓ ରିଫର୍ମର ପ୍ରତିଫଳନ।

ଶ୍ରୀ ପ୍ରଧାନ ଉଦାହରଣ ଦେଇ କହିଛନ୍ତି ଯେ ଲୁହାପଥରର ହାରାହାରି ବିକ୍ରୟ ମୂଲ୍ୟ ଯଦି ଟନ୍ ପିଛା ୩,୦୦୦ ଟଙ୍କା ହୁଏ, ତେବେ ଓଡ଼ିଶା ସରକାରଙ୍କୁ ପ୍ରିମିୟମ୍ ବାବଦରେ ଅଧିକ ୩,୩୦୦ ଟଙ୍କା (ଯାହା ବିକ୍ରୟ ମୂଲ୍ୟର 110%), Ad Valorem ରୋୟାଲଟି ବାବଦରେ ୪୫୦ ଟଙ୍କା ଏବଂ ଡିଏମ୍‌ଏଫ୍ ବାବଦରେ ୪୫ ଟଙ୍କା ମିଳେ। ଏପରି ମୋଟ ୩,୭୯୫ ଟଙ୍କା ଓଡ଼ିଶାର ରାଜକୋଷକୁ ଆସୁଛି। ମୋଦୀ ସରକାରଙ୍କ ଖଣି ସୁଧାର ନୀତି ଯୋଗୁଁ ରାଜସ୍ୱ କାହାର ବଢ଼ିଲା… ରାଜ୍ୟର ନା କେନ୍ଦ୍ରର? ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି Orissa Rural Infrastructure and Socio-Economic Development Act ନାମରେ ଯେଉଁ ଖଣି ଟିକସ ଆଇନ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସେମାନେ ୨୦୦୪ରେ ଆଣିଥିଲେ। ୨୦୦୫ରେ ମାନ୍ୟବର ହାଇକୋର୍ଟ ତାହାକୁ ରଦ୍ଦ କରିବା ପରେ ବିଜେଡି ସରକାର ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ମାନ୍ୟବର ସୁପ୍ରିମକୋର୍ଟରେ ମାମଲା ଗଡ଼ାଇ ଚାଲିଲେ ଓ କୌଣସି ପଦକ୍ଷେପ ନେଲେ ନାହିଁ ।      

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବୀନ ବାବୁ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦ କୋଟି ଟଙ୍କା ଥିଲା ବେଳେ ମୁଣ୍ଡ ପିଛା ଋଣ ଭାର ଥିଲା ୬୦୦୦ ଟଙ୍କା  । ଯାହା ୨୦୨୪ରେ ନବୀନ ବାବୁଙ୍କ ଶାସନ ଶେଷ ବେଳକୁ ବୃଦ୍ଧି ପାଇ ୯୬,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏବଂ ମୁଣ୍ଡପିଛା ଋଣ ୨୬,୦୦୦ ଟଙ୍କାରେ ପହଞ୍ଚିଥିଲା। ଏହା କ’ଣ ନବୀନ ବାବୁଙ୍କ ଆର୍ଥିକ ସଂସ୍କାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନବୀନ ବାବୁ ଆପଣ ଯୁବବର୍ଗର ଭବିଷ୍ୟତ କଥା କହି ସେମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏପରି କଥା ଆପଣଙ୍କ ମୁହଁରେ ଶୋଭାପାଉନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ବାଟମଣା ନ କରି ଏହି ବିଲ୍ ଦ୍ୱାରା ଓଡ଼ିଶା କ’ଣ ଲାଭ ପାଇବ, ତାହା ଉପରେ ନିଜର ମତ ରଖିବାକୁ ଶ୍ରୀ ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ଅଧିକାରକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଦାବି ରଖିଛନ୍ତି, ତାହା ତଥ୍ୟକୁ ଅଧାରେ ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ଏକ ରାଜନୈତିକ ପ୍ରୟାସ। ଖଣିଜ ସମ୍ପଦ ଓ ରାଜସ୍ୱ ଓଡ଼ିଶାର ଅଧିକାର—ଏହାକୁ କୌଣସି ଦଳୀୟ ପ୍ରଚାରରେ ଲୁଚାଇ ହେବ ନାହିଁ।

ପ୍ରଥମ ପ୍ରଶ୍ନ—MMDR Bill-2026ର Section 9D ରାଜ୍ୟର ଅଧିକାରକୁ ସୀମିତ କରୁନାହିଁ କି?

କେନ୍ଦ୍ର ସରକାରଙ୍କ ନିଜସ୍ୱ ବ୍ୟାଖ୍ୟାରେ ମଧ୍ୟ ସ୍ପଷ୍ଟ ଯେ ପ୍ରସ୍ତାବିତ Section 9D ଅନୁଯାୟୀ ରାଜ୍ୟ ସରକାର mineral rights କିମ୍ବା mineral-bearing land ଉପରେ କୌଣସି tax, cess କିମ୍ବା ଅନ୍ୟ levy ଲଗାଇବାର କ୍ଷମତାକୁ କେନ୍ଦ୍ର ନିର୍ଦ୍ଧାରିତ conditions ଓ restrictions ଅଧୀନ କରାଯାଉଛି।

ତେଣୁ “ଓଡ଼ିଶାର କୌଣସି ଅଧିକାର କ୍ଷୁଣ୍ଣ ହୋଇନାହିଁ” ବୋଲି ସରଳ ଭାବରେ କହିଦେବା ସତ୍ୟର ସମ୍ପୂର୍ଣ୍ଣ ଚିତ୍ର ନୁହେଁ। ପ୍ରଶ୍ନ ହେଉଛି—ଆସନ୍ତା ଦିନରେ ଓଡ଼ିଶା ନିଜ ଖଣିଜ ସମ୍ପଦ ଉପରେ ନିଜ ଆଇନ ଅନୁଯାୟୀ ଅତିରିକ୍ତ ରାଜସ୍ୱ ଆଦାୟ କରିବାର କ୍ଷମତା ରଖିବ କି ନାହିଁ?

ଦ୍ୱିତୀୟ—ସୁପ୍ରିମକୋର୍ଟର ରାୟକୁ ଭୁଲ୍ ଭାବେ ପ୍ରଚାର କରାଯାଉଛି

୨୦୨୪ ମସିହାରେ ୯ ଜଣିଆ ସମ୍ବିଧାନ ବେଞ୍ଚ ସ୍ପଷ୍ଟ କରିଥିଲେ ଯେ ରାଜ୍ୟମାନଙ୍କର mines and mineral-bearing land ଉପରେ tax ଲଗାଇବାର କ୍ଷମତା ରହିଛି।

ଏହା ପରେ ରାଜ୍ୟମାନଙ୍କ ଏହି ସମ୍ବିଧାନିକ କ୍ଷମତାକୁ ସୀମିତ କରିବା ପାଇଁ MMDR ଆଇନରେ ନୂଆ ବ୍ୟବସ୍ଥା ଆଣିବାର ପ୍ରଶ୍ନ ଉଠିଛି। ଏହି ପୃଷ୍ଠଭୂମିକୁ ଲୁଚାଇ “ରାଜ୍ୟର କୌଣସି କ୍ଷତି ନାହିଁ” କହିବା ଓଡ଼ିଶାବାସୀଙ୍କ ସହ ନ୍ୟାୟ ନୁହେଁ।

ତୃତୀୟ—ORISED Actକୁ ନେଇ ମିଛ ରାଜନୀତି ବନ୍ଦ କରନ୍ତୁ

ଓଡ଼ିଶା ସରକାର ୨୦୦୪ରେ ORISED Act ଆଣିଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ ଏବଂ ରାଜ୍ୟ ସରକାର ଏହା ବିରୋଧରେ ୨୦୦୬ରେ ସୁପ୍ରିମକୋର୍ଟକୁ ଯାଇଥିଲେ। ୨୦୨୪ ପର୍ଯ୍ୟନ୍ତ ଏହି ମାମଲା ଆଇନଗତ ପ୍ରକ୍ରିୟାରେ ରହିଥିଲା।

ତେଣୁ ଏହାକୁ “୧୮ ବର୍ଷ ଧରି କିଛି କଲେ ନାହିଁ” ବୋଲି ରାଜନୈତିକ ଭାବେ ପ୍ରଚାର କରିବା ଏକପାଖିଆ ବ୍ୟାଖ୍ୟା। ଏହା ଏକ ନ୍ୟାୟିକ ବିବାଦ ଥିଲା ଏବଂ ଏହାର ସମ୍ପୂର୍ଣ୍ଣ ଆଇନଗତ ପୃଷ୍ଠଭୂମିକୁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖାଯିବା ଦରକାର।

ଚତୁର୍ଥ—ଖଣି ରାଜସ୍ୱକୁ କେବଳ ୫,୦୦୦ରୁ ୫୦,୦୦୦ କୋଟି କହି ନିଜସ୍ୱ ରାଜନୈତିକ ଶ୍ରେୟ ନେବା ବନ୍ଦ କରନ୍ତୁ

ଓଡ଼ିଶା ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ ୨୦୧୪-୧୫ରେ mining revenue ₹5,335.05 କୋଟି ଥିଲା; ୨୦୨୧-୨୨ରେ ଏହା ₹49,859.12 କୋଟି ଏବଂ ୨୦୨୩-୨୪ରେ ₹46,396.27 କୋଟି ଥିଲା।

ଅର୍ଥାତ୍ ଖଣି ରାଜସ୍ୱ ବୃଦ୍ଧିର ସମସ୍ତ ଶ୍ରେୟ କେବଳ କେନ୍ଦ୍ର ସରକାରଙ୍କୁ ଦେବା ଅର୍ଥନୈତିକ ବାସ୍ତବତାକୁ ଅତ୍ୟଧିକ ସରଳୀକରଣ କରିବା। ଖଣିଜର ମୂଲ୍ୟ, ଉତ୍ପାଦନ, ବିଶ୍ୱ ବଜାର, ରପ୍ତାନି, ନିଲାମ, ରୋୟାଲଟି, DMF ଓ ରାଜ୍ୟର ନିଜସ୍ୱ ପ୍ରଶାସନିକ ପଦକ୍ଷେପ—ସବୁ ଏହି ରାଜସ୍ୱରେ ପ୍ରଭାବ ପକାଏ।

ପଞ୍ଚମ—୨୦୨୪ର ସୁପ୍ରିମକୋର୍ଟ ରାୟର ଲାଭ କାହାର?

ସୁପ୍ରିମକୋର୍ଟ ୨୦୨୪ରେ ରାଜ୍ୟମାନଙ୍କ mineral-bearing land ଉପରେ tax ଲଗାଇବାର କ୍ଷମତାକୁ ସ୍ୱୀକାର କରିଥିଲେ ଏବଂ ପରବର୍ତ୍ତୀ ଆଦେଶରେ ଏହାର retrospective application ବିଷୟରେ ମଧ୍ୟ ସ୍ପଷ୍ଟତା ଦେଇଥିଲେ।

ଏହା ଓଡ଼ିଶା ଭଳି ଖଣିସମୃଦ୍ଧ ରାଜ୍ୟ ପାଇଁ ଏକ ବଡ଼ ଆର୍ଥିକ ସୁଯୋଗ। ଏହି ଅଧିକାରକୁ ସୁରକ୍ଷିତ ରଖିବା ବଦଳରେ ଏହାକୁ ସୀମିତ କରୁଥିବା ପ୍ରସ୍ତାବିତ ବ୍ୟବସ୍ଥାକୁ “ଐତିହାସିକ ସଫଳତା” ବୋଲି ପ୍ରଚାର କରିବା ଓଡ଼ିଶାର ସ୍ୱାର୍ଥ ସହ ସମଞ୍ଜସ ନୁହେଁ।

ଷଷ୍ଠ—ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାର ହକ୍

ଓଡ଼ିଶାର ଲୁହାପଥର, କୋଇଲା, ବକ୍ସାଇଟ୍ ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଏହି ରାଜ୍ୟର ପ୍ରାକୃତିକ ସମ୍ପଦ। ଏଥିରୁ ରାଜ୍ୟବାସୀଙ୍କୁ ଅଧିକତମ ଆର୍ଥିକ ଲାଭ ମିଳିବା ଦରକାର।

କେବଳ ରୋୟାଲଟି, auction premium ଓ DMFର ବର୍ତ୍ତମାନର ଅଂଶ ରାଜ୍ୟକୁ ମିଳୁଛି ବୋଲି କହି ଭବିଷ୍ୟତରେ ରାଜ୍ୟର ନୂଆ revenue instruments ଉପରେ ନିୟନ୍ତ୍ରଣ ଲାଗିବାର ପ୍ରଶ୍ନକୁ ଏଡ଼ାଇ ଯିବା ଯାଇପାରିବ ନାହିଁ।
ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ସାମ୍ବିଧାନିକ ଓ ଆର୍ଥିକ ଅଧିକାରକୁ କୌଣସି ଭାବରେ ସୀମିତ କରାଯିବା ଉଚିତ୍ ନୁହେଁ।

ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଆକ୍ଷେପ ନକରି ସ୍ପଷ୍ଟ ଭାବେ ଓଡ଼ିଶାବାସୀଙ୍କୁ କହନ୍ତୁ—Section 9D ଦ୍ୱାରା ରାଜ୍ୟର ଭବିଷ୍ୟତ mineral-taxing power ଉପରେ କୌଣସି ସୀମା ଲାଗୁନାହିଁ ବୋଲି ସେ କେଉଁ ଆଇନଗତ ଆଧାରରେ କହୁଛନ୍ତି?

ଓଡ଼ିଶାର ହକ୍‌କୁ “କେନ୍ଦ୍ରର ଉପହାର” ଭାବେ ଦେଖାଇବା ବନ୍ଦ ହେଉ। ଖଣିଜ ସମ୍ପଦ ଓଡ଼ିଶାର—ରାଜସ୍ୱର ନ୍ୟାୟସଙ୍ଗତ ଅଂଶ ମଧ୍ୟ ଓଡ଼ିଶାର।

ଓଡ଼ିଶା ଧୂଳି-ଧୂଆଁ ସହିବ, ଦିଲ୍ଲୀ ସମୃଦ୍ଧ ହେବ? ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ?

କେନ୍ଦ୍ର ସରକାର MMDR ସଂଶୋଧିତ ବିଲ୍ ଆଣି ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି।

ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଓଡ଼ିଶା ମାଟି ପାଇଁ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାର ସ୍ୱାର୍ଥ, ସମ୍ବିଧାନିକ ଅଧିକାର ଏବଂ ଭବିଷ୍ୟତ ରାଜସ୍ୱ ସୁରକ୍ଷା ପାଇଁ ଦୃଢ଼ ଭାବେ ଲଢ଼ିବ।

Previous Post

୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA