Tuesday, April 21, 2026 10:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

by Our Correspondent
22 Dec, 2022- 03:43 PM
in Latest News, News
1 min read
0
ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର
ଭୁୁବନେଶ୍ୱର: ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ଆଜି ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି ।
୨୦୧୭ ମସିହାରେ ପ୍ରକାଶିତ ‘ଦୟାନଦୀ’ କବିତା ସଙ୍କଳନ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା । ନିକଟରେ ରାଜକମଲ ପ୍ରକାଶନୀ ଦ୍ୱାରା ଏହାର ହିନ୍ଦୀ ଅନୁବାଦ ପ୍ରକାଶ ପାଇଥିଲା । ଏହା ଗାୟତ୍ରୀବାଳାଙ୍କୁ ଜାତୀୟ ସ୍ତରରେ ପ୍ରସିଦ୍ଧି ଆଣିଛି ।
୧୯୭୭ ମସିହାରେ ଜନ୍ମିତ ଗାୟତ୍ରୀବାଳା ଏକାଧାରରେ ଜଣେ ସାମ୍ବାଦିକ, କବି, ଗାଳ୍ପିକ ଓ ଔପନାସିକ । ତାଙ୍କର ପ୍ରମୁଖ କବିତା ସଙ୍କଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଛି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାର(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି(୨୦୨୨) । ବିସର୍ଜନ(୨୦୧୫), ନିଜକୁ ନେଇ ସତ ଗପ(୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଙ୍କଳନ ଏବଂ ମମି ଯାହା ଜାଣେନାହିଁ(୨୦୧୬) ନାଁରେ ଏକ ଉପନ୍ୟାସ ମଧ୍ୟ ରହିଛି । ତାଙ୍କର ଦୁଇଟି କବିତା ଇଂରାଜୀରେ ଏବଂ ୪ ଟି କବିତା ହିନ୍ଦୀରେ ଅନୁବାଦିତ ହୋଇଛି ।
୨୦୧୧ ମସିହାରେ ତାଙ୍କୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା । ଏହାପୂର୍ବରୁ ୨୦୦୦ ମସିହାରେ ରାଜ୍ୟ ଯୁବ ପୁରସ୍କାର, ୨୦୦୩ ରେ କାଦମ୍ବିନୀ କବିତା ସମ୍ମାନ. ୨୦୧୧ ରେ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ, ୨୦୧୫ ରେ ଦୀପକ ମିଶ୍ର କବିତା ସମ୍ମାନ ମିଳିଥିଲା । ୨୦ ରୁ ଅଧିକ ଅନୁଷ୍ଠାନରୁ ସେ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।
Previous Post

ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

Next Post

ହକି ବିଶ୍ୱକପ୍ ପାଇଁ ସମସ୍ତେ ଏକାଠି

Next Post
ହକି ବିଶ୍ୱକପ୍ ପାଇଁ ସମସ୍ତେ ଏକାଠି

ହକି ବିଶ୍ୱକପ୍ ପାଇଁ ସମସ୍ତେ ଏକାଠି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA