Monday, April 27, 2026 06:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ୫ ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି

by Our Correspondent
09 Oct, 2023- 05:09 PM
in Latest News, News
1 min read
0
ଆଉ ୫ ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍

ଭୁବନେଶ୍ୱର: ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ।

୫ଟି ସହର ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ ହୋଇଛି । ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଞ୍ଚଳ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। ୫-ଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି। ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକମାନେ ବିଶେଷ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛି।

ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘ (International Water Association)ର Executive Director ଡ. କାଲାନିଥି ଭୈରବମୂର୍ତ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ। ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଟେକ୍‌ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ। ୱାଟକୋର ସିଇଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

Previous Post

୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା

Next Post

୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

Next Post
୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA