Tuesday, May 12, 2026 09:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣିଥିବା ଟିଭିବାଲା କିଏ ?

କମିଶନରେଟ୍ ପୁଲିସର ଛାନଭିନ୍ ଆରମ୍ଭ

by Our Correspondent
11 Sep, 2021- 06:15 PM
in Latest News, News
1 min read
0
ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣିଥିବା ଟିଭିବାଲା କିଏ ?

ଭୁୁବନେଶ୍ୱର: ଦୁଷ୍ମନ୍ତ ଦାସଙ୍କୁ ଏସସିବିରୁ ବିଧାନସଭା ପାଖକୁ ଡାକିନେଇଥିବା ଲୋକଟିର ପରିଚୟ ଏ ଯାଏଁ ଜଣାପଡ଼ିନାହିଁ । ତେବେ ଦୁଷ୍ମନ୍ତଙ୍କ ମା ଏବଂ ପତ୍ନୀଙ୍କ ଅଭିଯୋଗ ସତ ହୋଇଥିଲେ ନିଶ୍ଚିତ ସାଂଘାତିକ । ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ନେଇ ଆତ୍ମହତ୍ୟା ପାଇଁ ଉସକାଇଥିବା ବ୍ୟକ୍ତିଜଣଙ୍କ ସାମ୍ବାଦିକ ବୋଲି ସେମାନେ କହୁଛନ୍ତି । ତାଙ୍କ ମା’ କଥାଟିକୁ ଆହୁରି ସ୍ପଷ୍ଟ କରିଛନ୍ତି । ମୋ ପୁଅକୁ ଟିଭିବାଲା ଭୁବନେଶ୍ୱର ଡାକିକି ନେଇ ମାରିଦେଲେ ବୋଲି ସେ ସିଧା ସିଧା ଅଭିଯୋଗ କରିଛନ୍ତି ।

ଆଶା କରାଯାଉଛି, ପୁଲିସ ଏ ଦିଗରେ ତଦନ୍ତ କରୁଥିବ । ଇତିମଧ୍ୟରେ ମାମଲା କୁଜଙ୍ଗ ଥାନାରୁ କଟକକୁ ସ୍ଥାନାନ୍ତର କରାଯାଇଥିବା କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସୂଚନା ଦେଇଛନ୍ତି । ଦୁଷ୍ମନ୍ତ ମା’ ଙ୍କ ଏତଲା ଆଧାରରେ ସବୁ ଦିଗରୁ ତଦନ୍ତ ହେବ ବୋଲି କମିଶନର କହିଛନ୍ତି ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ମାମଲା ସ୍ଥାନାନ୍ତର କ୍ଷଣି କଟକ ପୁଲିସ ଛାନଭିନ୍ ଆରମ୍ଭ କରିଦେଇଛି । କେଉଁ ଭଦ୍ରବ୍ୟକ୍ତି ଦୁଷ୍ମନ୍ତଙ୍କୁ ଧରି ଭୁବନେଶ୍ୱର ନେଇଥିଲେ, ହାତ କାଟିଦେବା ପାଇଁ ଛୁରୀ ଧରାଇଥିଲେ ଏବଂ ବିଷ ପିଇବାକୁ ବୋତଲ କିଣି ଦେଇଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଏକ ସ୍ୱତନ୍ତ୍ର ଟିମ୍ । ଦୁଷ୍ମନ୍ତଙ୍କ ମୋବାଇଲ୍ କୁ ଆସିଥିବା ନମ୍ବରଗୁଡ଼ିକୁ ଧରି ପୁଲିସ ଆଗକୁ ବଢୁଛି ।

ସୂଚନାଥାଉକି, କୁଜଙ୍ଗ ଥାନାରେ ଦୁଷ୍ମନ୍ତଙ୍କ ମା ବାସନ୍ତୀ ଦାସ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ତାଙ୍କ ପୁଅ ଚଲାବୁଲା କରିବାକୁ ଅକ୍ଷମ ଥିଲା । ତା’ ପାଖେ ଦୁଇ ମାସ ହେଲା ଏସସିବି ମେଡ଼ିକାଲ୍ ରେ ରହି ଆସୁଥିଲେ । ବୁଧବାର ସକାଳେ ଜଣେ ଲୋକ ମେଡ଼ିକାଲ୍ ରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଆସିଥିଲେ । ଭୁବନେଶ୍ୱରରୁ ଫେରିଲେ ଗାଁ କୁ ଯିବା ବୋଲି ପୁଅ ଗଲା ବେଳେ କହିଥିଲା । ହେଲେ ସେ ଯିବାର କିଛି ସମୟ ପରେ ବିଧାନସଭା ସମ୍ମୁଖରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଥିଲେ । କଟକରୁ ତାଙ୍କ ପୁଅକୁ ନେଇ ଯାଇଥିବା ବ୍ୟକ୍ତି ଏହି କାଣ୍ଡ କରାଇଥିବା ସେ ସନେ୍ଦହ କରୁଛନ୍ତି ବୋଲି ଏତଲାରେ ଲେଖିଛନ୍ତି ମା ବାସନ୍ତୀ ।

ପତ୍ନୀ ଏଲିନା କହିଛନ୍ତି, ଦୁଷ୍ମନ୍ତ ଏଭଳି କାମ କେବେ ବି କରିବେନି । ତାଙ୍କୁ ପ୍ଲାନ୍ କରି ବିଷ ଖୁଆଇ ମାରିଦେଲେ । କଟକ ଏସସିବିରେ ଚିକିତ୍ସା ଅବହେଳା ଯୋଗୁଁ ସେ ପଙ୍ଗୁ ଜୀବନ ବିତାଉଥିଲେ । ମାତ୍ର ମିଡ଼ିଆବାଲା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଲେ । ଜଣେ ରିପୋର୍ଟର ତାଙ୍କୁ ଭୁବନେଶ୍ୱର ନେଇକି ଯାଇଥିଲେ । ସ୍ୱର୍ଗରେ ଥିବା ମୋ ସ୍ୱାମୀଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଏଲିନା ।

ମା ଓ ପତ୍ନୀଙ୍କ ଅଭିଯୋଗ ସତ ହୋଇଥିଲେ, ଦୁଷ୍ମନ୍ତଙ୍କୁ ମରଣ ମୁହଁକୁ ଠେଲିଦେବା ପାଇଁ ଏକ ସୁଚିନ୍ତତ ଷଡ଼ଯନ୍ତ୍ର ହୋଇଥିବା କୁହାଯାଇପାରିବ । ଏକ ବା ଏକାଧିକ ମିଡ଼ିଆ ସଂସ୍ଥା ସେମାନଙ୍କ ରାଜନୈତିକ ପ୍ରଭୁଙ୍କ ସ୍ୱାର୍ଥ ଚରିତାର୍ଥ ପାଇଁ ନିଜର ସାମ୍ବାଦିକଙ୍କୁ ଲଗାଇ ଏହି ବର୍ବର କାଣ୍ଡ ଘଟାଇ ଥିବେ । ବିଧାନସଭା ଚାଲିଥିବାରୁ ସରକାରଙ୍କୁ ସହଜରେ ବଦନାମ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବ । ମିଡ଼ିଆର ଟିଆରପି ବଢ଼େଇବାର ସୁଯୋଗକୁ ବି ଧ୍ୟାନ ଦିଆଯାଇଥିବ ।

ଦୁଷ୍ମନ୍ତଙ୍କ ମା ଓ ପତ୍ନୀଙ୍କ ଏହି ଅଭିଯୋଗର ସତ୍ୟତା ବାହାର କରିବା ଦାୟିତ୍ୱ ପୁଲିସର । ପୁଲିସ ଏହି ସତ୍ୟକୁ ଯଥାଶୀଘ୍ର ଲୋକଲୋଚନକୁ ଆଣିବା ଦରକାର । ନଚେତ ଏହିଭଳି ଗୋଟିଏ ଗୁଳିରେ ଦି ଦିଇଟା ଶିକାର ସଂଖ୍ୟା ବଢ଼ିଚାଲିଥିବ । ରାଜନୈତିକ ଷଡ଼ଯନ୍ତ୍ରରେ ତଥାକଥିତ ମିଡ଼ିଆ ମୋହରା ସାଜୁଥିବେ । ଆଉ.. ଗରିବ, ନିଷ୍ପେସିତ ଲୋକ ଅକାଳରେ ଝଡି ପଡୁଥିବେ ।

ସୂଚନାଥାଉକି, ପୂର୍ବରୁ ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ପରୀର ବାପା ମା’ ଙ୍କୁ ଭୁବନେଶ୍ୱର ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଉସୁକା ଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର କିଛି ସମୟ ପୂର୍ବରୁ ଜୟଦେବ ଭବନ ଆଗରେ ନିର୍ଦ୍ଦିଷ୍ଟ ଦଳର ନେତା ଓ ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ମେଳରେ ପରୀର ବାପା ଚା ପିଉଥିବାର ଦେଖିବାକୁ ମିଳିଥିଲା । ଘଟଣାର ପୃଷ୍ଠଭୂମି ଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଏହି ଭିଡ଼ିଓରୁ ଆତ୍ମହତ୍ୟା ଉଦ୍ୟମ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିବାର ବାରି ହୋଇଯାଉଥିଲା ।

ତେବେ ସେ ଯାହା ହେଉ, ଦୁଷ୍ମନ୍ତଙ୍କ କ୍ଷେତ୍ରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ ସରକାର ଅଣଦେଖା କରିପାରିବେ ନାହିଁ । ତାଙ୍କୁ କେହି ଆତ୍ମହତ୍ୟା କରିବା ପାଇଁ ଉସକାଇ ଥାଇପାରନ୍ତି । ମାତ୍ର ତାଙ୍କର ଯେ ଜୀବନ ପ୍ରତି ମୋହ ତୁଟି ସାରିଥିଲା ତାହା ସ୍ୱୀକାର କରିବାକୁ ପଡ଼ିବ । ଏସସିବିରେ ଦୁଷ୍ମନ୍ତଙ୍କର ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ମଧ୍ୟ ତାଙ୍କ ଘର ଲୋକ ମନା କରୁଛନ୍ତି । ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ବାଛବିଚାରର ଲମ୍ବା ଅଭିଯୋଗ ଥିବାରୁ ଏହାକୁ ଅବିଶ୍ୱାସ କରିହେବ ନାହିଁ । ଏହା ଏକ ବ୍ୟବସ୍ଥାରେ ପରିଣତ ହୋଇଯାଇଥିବା ଅନୁଭବୀ ଜାଣନ୍ତି । ସୁତରାଂ ସରକାର ଏ ଦିଗକୁ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଦୁଷ୍ମନ୍ତଙ୍କ ମୃତ୍ୟୁ ପରଦିନ ବିଜେପି ନେତା ମନମୋହନ ସାମଲ, ସୁରମା ପାଢ଼ୀ, ରମା ବଳିଆରସିଂହ ପ୍ରମୁଖ ଦୁଷ୍ମନ୍ତଙ୍କ ଘରକୁ ଶାନ୍ତ୍ୱନା ଦେବା ଆଳରେ ଯାଇଥିଲେ । ପୂର୍ବତନ ବିଧାୟକ ରମା ବଳିଆରସିଂହ ତାଙ୍କ ବାପା ମା ଓ ପତ୍ନୀଙ୍କୁ ପୁଲିସ ଠାଣିରେ ଜେରା କରିବା ଆରମ୍ଭ କରିଥିଲେ । ଏହି ଦୃଶ୍ୟର ଭିଡ଼ିଓ ରେକର୍ଡ କରିବା ପାଇଁ ସେ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦୁଷ୍ମନ୍ତଙ୍କ ମାଆ ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ମୋ ପୁଅ ଭଲ ଚିକିତ୍ସା ପାଇବା ପାଇଁ ସମସ୍ତଙ୍କୁ ନେହୁରା ହେଲାବେଳେ ଆପଣମାନେ କେଉଁଠି ଥିଲେ ବୋଲି ଉପସ୍ଥିତ ବିଜେପି ନେତାଙ୍କୁ ପଚାରିଥିଲେ । ତାଙ୍କ ପୁଅ ମୃତ୍ୟୁକୁ ନେଇ ରାଜନୀତି କରିବା ଘଟଣାକୁ ଦୁଷ୍ମନ୍ତଙ୍କ ପରିବାର ପସନ୍ଦ କରି ନ ଥିଲେ ।

Previous Post

ପ୍ରମୋଦ ଭଗତଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Next Post

ନୂଆଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

Next Post
ନୂଆଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ନୂଆଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA