Wednesday, June 24, 2026 04:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

ପୂର୍ବ ଭାରତରେ ପ୍ରଥମ

by Our Correspondent
29 Jul, 2025- 10:01 PM
in Health, Latest News, News
1 min read
0
କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର: କିମ୍‍ସ ସୁପର ସ୍ପେସିଆଲିଟି ହସ୍‍ପିଟାଲରେଜଣେ ୮୭ ବର୍ଷୀୟା ମହିଳାଙ୍କଠାରେ ଉଭୟ ଆଣ୍ଠୁର ସଫଳ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଛି। ଜଣେ ବୟସ୍କା ମହିଳାଙ୍କ ଦୁଇଟି ଆଣ୍ଠୁର ସମ୍ପୂର୍ଣ୍ଣ ସଫଳ ପ୍ରତିରୋପଣ କରାଯିବା ହେଉଛି ଓଡ଼ିଶା ଓ ପୂର୍ବ ଭାରତରେ ପ୍ରଥମ। ମହିଳା ଜଣକ ଗତ ୧୫ବର୍ଷ ଧରି ଗୁରୁତର ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ଥିଲେ ଏବଂ ୫ ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ଏଥିପାଇଁ ଅସ୍ତ୍ରୋପଚାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ସୁଦ୍ଧା ଅସ୍ତ୍ରୋପଚାର ସଫଳ ହେବ କି ନାହିଁ କିମ୍ବା ଆହୁରି ଅକ୍ଷମ ହୋଇଯିବେ, ଏହି ଭୟରେ ସେ ଅସ୍ତ୍ରୋପଚାର ପାଇଁ ରାଜି ହେଉ ନ ଥିଲେ।

କିନ୍ତୁ ତାଙ୍କ ଅବସ୍ଥା ଅତି ଶୋଚନୀୟ ହେବାପରେ ଦୈନନ୍ଦିନ କାର୍ଯ୍ୟ କରିପାରିବେ ବୋଲି ତାଙ୍କ ପରିବାର ଲୋକ ଅନୁଭବ କଲେ। ପରେ ତାଙ୍କୁ କିମ୍‍ସ ଆଣ୍ଠୁ ଗଣ୍ଠି ପ୍ରତିରୋପଣ ବିଶେଷଜ୍ଞ ଡା ବସନ୍ତ ବେହେରାଙ୍କ ସହ ପରାମର୍ଶ କରିଥିଲେ। ମହିଳାଙ୍କର ବୟସ ଦୃଷ୍ଟିରୁ ଏବଂ ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହାଇପୋଥାରଏଡ଼ିଜିମ୍‍ ଆଦି ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ୩ମାସ ଅନ୍ତରରେ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରିବା ପାଇଁ ଡା. ବେହେରା ନିଷ୍ପତ୍ତି ନେଇଥିଲେ। ଗତ ଏପ୍ରିଲ୍‍ ୭ରେ ଡାହଣ ଆଣ୍ଠୁ ଏବଂ ଜୁଲାଇ ୨୧ରେ ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଅତ୍ୟାଧୁନିକ କୌଶଳ ଅବଲମ୍ବନ କରାଯାଇଥିବାରୁ ଯନ୍ତ୍ରଣା ଓ ବିପଦ କମ୍‍ ରହିଥିଲା। ଅସ୍ତ୍ରୋପଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମହିଳା ଜଣକ ଯେପରି ଯନ୍ତ୍ରଣା ଅନୁଭବ ନ କରିବେ ସେଥିପାଇଁ ନିଶ୍ଚେତକ ବିଶେଷଜ୍ଞ ଡା. ରାଜ ମୋହନ ଓ ତାଙ୍କ ଦଳ ନର୍ଭ ବ୍ଲକ ସହ ମେରୁଦଣ୍ଡ ନିଶ୍ଚେତକ ବ୍ୟବହାର କରିଥିଲେ। ପ୍ରତ୍ୟେକ ଅସ୍ତ୍ରୋପଚାରର ଦିନକ ପରେ ମହିଳା ଜଣକ ସାହାରା ନେଇ ଚାଲିଥିଲେ। ଶେଷ ଅସ୍ତ୍ରୋପଚାରର ମାତ୍ର ୫ଦିନ ପରେ କୌଣସି ଜଟିଳତା ନ ଥାଇ ତାଙ୍କୁ ହସ୍ପିଟାଲ୍‍ରୁ ଡ଼ିସ୍‍ଚାର୍ଜ କରାଯାଇଥିଲା।

ସାଧାରଣତଃ ବୟସ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ୮୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଗଣ୍ଠି ପ୍ରତିରୋପଣ କରିବା ଅଧିକ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ଏବେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଜ୍ଞାନ କୌଶଳ, ନିଶ୍ଚେତକ ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ପାଇଁ ଏହି ଅସ୍ତ୍ରୋପଚାର ଅଧିକ ସୁରକ୍ଷିତ ଏବଂ ସଫଳ ହୋଇପାରୁଛି। ଏହା ବ୍ୟତୀତ ଆଣ୍ଠୁ ପ୍ରତିରୋପଣ ପାଇଁ ସେପରି କିଛି ବୟସ ସୀମା ନାହିଁ ବୋଲି ଆଣ୍ଠୁଗଣ୍ଠି ପ୍ରତିରୋପଣ ବିଶେଷଜ୍ଞ ଡା. ବେହେରା ପ୍ରକାଶ କରିଛନ୍ତି। ଏଥିପାଇଁ ରୋଗୀଙ୍କ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା, ଚଳନ ଶକ୍ତି ଏବଂ ଯନ୍ତ୍ରଣାର ମାତ୍ରାକୁ ଦେଖି ନିଷ୍ପତ୍ତି ନିଆଯାଇଥାଏ। କିମ୍‍ସ ସୁପରସ୍ପେସିଆଲିଟି ହସ୍‍ପିଟାଲରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଥିବାରୁ ବିଭିନ୍ନ ଜଟିଳ ଅସ୍ତ୍ରୋପଚାର କରାଯାଇପାରୁଛି ବୋଲି ଡା. ବେହେରା କହିଛନ୍ତି ।

Previous Post

ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

Next Post

ଡକାଏତ ବାବୁ; ଏମାନଙ୍କ ଗଡଫାଦର୍ କିଏ?

Next Post
ଡକାଏତ ବାବୁ; ଏମାନଙ୍କ ଗଡଫାଦର୍ କିଏ?

ଡକାଏତ ବାବୁ; ଏମାନଙ୍କ ଗଡଫାଦର୍ କିଏ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA