Saturday, April 25, 2026 07:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହଙ୍ଗା ପଡ଼ିପାରେ ପୁରୀ ଅଣ୍ଡାମାଡ଼

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ବିଜେପିର କୁଠାରାଘାତ !

by Our Correspondent
24 Nov, 2021- 10:28 PM
in Latest News, News
1 min read
0
ମହଙ୍ଗା ପଡ଼ିପାରେ ପୁରୀ ଅଣ୍ଡାମାଡ଼

ଭୁବନେଶ୍ୱର: ସ୍ଥାନ, କାଳ, ପାତ୍ର ଭୁଲିଗଲାଣି ବିଜେପି । ମହାପ୍ରଭୁଙ୍କ କାର୍ଯ୍ୟରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରିକେଡ୍ ଉପରକୁ ଆଜି ଅଣ୍ଡାମାଡ଼ କରିଛି । ଏହି ସ୍ପର୍ଶକାତର ଘଟଣାଟି ଆଜି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଯୁବମୋର୍ଚ୍ଚାର ଏଭଳି ହୀନ କାର୍ଯ୍ୟକୁ ଦଳର ବରିଷ୍ଠ ନେତାମାନେ ଉପଭୋଗ କରିବା ଦଳକୁ ଅଧିକ ନିନ୍ଦିତ କରିଛି । ଘଟଣାରେ ସଂପୃକ୍ତ ୩ ଜଣ ଯୁବମୋର୍ଚ୍ଚା ନେତାଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଦଳୀୟ ନେତାମାନେ ଥାନା ଆଗରେ ପ୍ରତିବାଦ ଧାରଣା ଦେବା ଆହୁରି ଲଜ୍ଜାକର ବିଷୟ ହୋଇଛି ।

ମୁଖ୍ୟମନ୍ତ୍ରୀ କୌଣସି ରାଜନୈତିକ ସଭାକୁ ଯାଇଥିଲେ ହୁଏତ ଏଭଳି ଅଣ୍ଡାମାଡ଼ କ୍ଷମଣୀୟ ହୋଇଥାଆନ୍ତା । ମାତ୍ର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାରିକେଡ୍ ଉପରକୁ ଅଣ୍ଡାମାଡ଼ ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରୁନାହାନ୍ତି । ରାଜନୈତିକ ବାହାବା ଗୋଟାଇବା ପାଇଁ ବିଜେପି ନିମ୍ନସ୍ତରକୁ ଖସିଯିବା ଏବଂ ଏଭଳି କାଣ୍ଡ ଘଟାଇବା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରାଘାତ ବୋଲି କୁହାଯାଉଛି ।

ସୂଚନାଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ବଡ଼ ମେଡ଼ିକାଲ ଛକରେ ଛକି ରହିଥିବା ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାରିକେଡ୍ ଉପରକୁ ଅଚାନକ ଅଣ୍ଡାମାଡ଼ କରିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ମଧ୍ୟ ବିଜେପିର କିଛି କର୍ମୀ ତାଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଗୋବର ଫିଙ୍ଗାଯାଇଥିବା ମଧ୍ୟ ପ୍ରଚାର କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାରିକେଡ୍ ଉପରକୁ ଲୁଚିଛପି ଅଣ୍ଡାମାଡ଼ କରିବା ପରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରେସମିଟ୍ କରି ପ୍ରବଳ କଷ ଦେଖାଇଛନ୍ତି । କହିଛନ୍ତି, ହଁ ଆମେ ଅଣ୍ଡାମାଡ଼ କରିଛୁ । ଆଗକୁ ଅଣ୍ଡାମାଡ଼ ଜାରି ରହିବ ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ମିଳିନି ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯାଇନି ।

ସେପଟେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ଜାରି ରହିବ ବୋଲି ସଂକଳ୍ପ ନିଆଯାଇଛି । ଅନ୍ୟ ଅର୍ଥରେ ବୁଝିଲେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼/କଳାପତାକା ପ୍ରଦର୍ଶନ ଜାରି ରଖିବାକୁ ଧମକ ଦିଆଯାଇଛି ।

ବିଜେଡ଼ି ଏହାର ଜବାବରେ କହିଛି ଯେ ଦୁର୍ବଳ ସ୍ଥିତିରେ ଥିବା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଚଳାଇଥିବା ହୀନ ପ୍ରୟାସର ଏହା ପ୍ରତିଫଳନ । ପ୍ରକୃତ ଜନସମସ୍ୟା ସମ୍ପର୍କିତ ମୂଳ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବିଜେପି ନିମ୍ନମାନର ରାଜନୀତି ଆପଣେଇଥିବା ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।

ତେବେ ସେ ଯାହା ହେଉ, ଆଜି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ପରେ ମାମଲା ବିଜେପି-ବିଜେଡ଼ି କଳି ଭିତରେ ସୀମିତ ନାହିଁ । ଏହା ମହାପ୍ରଭୁଙ୍କ ଭାବାବେଗ ସହ ଯୋଡି ହୋଇଯାଇଛି । ମମିତା ମେହେର ମାମଲାରେ ମନ୍ତ୍ରୀମାନଙ୍କ ଗାଡ଼ି ଉପରକୁ ବିରୋଧୀ ଦଳର ଅଣ୍ଡାମାଡ଼ ଘଟଣାରୁ ମଜ୍ଜା ଉଠାଉଥିବା ଲୋକେ ଆଜିର ଘଟଣାକୁ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରାଘାତ ବୋଲି ଧରିନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଏକ ମହତ୍ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ମହାପ୍ରଭୁଙ୍କ ଧାମରେ ମହାପ୍ରଭୁଙ୍କ ମହତ୍ କାର୍ଯ୍ୟରେ ଯୋଗଦାନ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୁହେଁ, ସବୁ ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ପବିତ୍ର ମୁହୁର୍ତ୍ତ । ଆଉ ସେତିକିବେଳେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରି ଅପମାନିତ କରିବାକୁ ଉଦ୍ୟମ କରିବା ଧର୍ମୀୟ ଭାବନା ପ୍ରତି କୁଠାରାଘାତ ବୋଲି ପୁରୀର ସେବାୟତ ଓ ପଣ୍ଡିତମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି । ଖୋଦ ବିଜେପିର ଅନେକ ନେତା ଏହାକୁ ନାପସନ୍ଦ କରିଛନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଅଣ୍ଡାମାଡ଼ ସମସ୍ୟାର ସମାଧାନ ନୁହେଁ । ଖାସ୍ କରି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ଆଦୌ ଶୋଭନୀୟ ନୁହେଁ । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଭଳି ଜନହିତକର କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ତାଙ୍କୁ ଅଣ୍ଡାମାଡ଼ କରିବା ଏକ ଜନବିରୋଧୀ କାର୍ଯ୍ୟ । ଆଉ ମହାପ୍ରଭୁଙ୍କ କାର୍ଯ୍ୟରେ ଯୋଗଦେବାକୁ ଯିବାବେଳେ ଅଣ୍ଡାମାଡ଼ କରିବା ଆଦୌ ସ୍ପୃହଣୀୟ ନୁହେଁ । ଏହା ବିଜେପିକୁ ଫାଇଦା ଦେବା ବଦଳରେ ବୁମେରାଂ ହୋଇପାରେ ବୋଲି ସେମାନଙ୍କର ଆଶଙ୍କା । ବିଜେପିର ଏଭଳି ଅପରାଧିକତତ୍ତ୍ୱ ବିଜେଡ଼ିକୁ ଅଧିକ ଫାଇଦା ଦେବ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ, ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ଗିରଫ ୩ ଜଣ ଅଭିଯୁକ୍ତ ବିଜେପି ଯୁବମୋର୍ଚ୍ଚାର ଜୟନ୍ତ ଦାସ, ପ୍ରଦୀପ ପରିଡ଼ା ଏବଂ ବିଭୂତି ରଥଙ୍କୁ ଆଜି ରାତିରେ କୋର୍ଟ ଚାଲାଣ କରାଯାଇଛି । ଏହି ତିନିଜଣଙ୍କ ନାଁରେ ପୂର୍ବରୁ ସଙ୍ଗୀନ ଅପରାଧ ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଜୟନ୍ତଙ୍କ ନାଁରେ ଦଙ୍ଗା ମାମଲା ଥିବା ବେଳେ ପ୍ରଦୀପଙ୍କ ନାଁରେ ଡକାୟତି ମାମଲା ଏବଂ ବିଭୂତିଙ୍କ ନାଁରେ ମଧ୍ୟ ସଙ୍ଗୀନ ମାମଲା ଅଛି ।

Previous Post

ଶ୍ରୀକ୍ଷେତ୍ରରେ ଯୋଡିହେଲା ଐତିହାସିକ ଅଧ୍ୟାୟ

Next Post

ଗ୍ୟାସ୍ ଦର ହ୍ରାସ୍ ପାଇଁ ବିଜେଡ଼ିର ଡେଡଲାଇନ୍

Next Post
ଗ୍ୟାସ୍ ଦର ହ୍ରାସ୍ ପାଇଁ ବିଜେଡ଼ିର ଡେଡଲାଇନ୍

ଗ୍ୟାସ୍ ଦର ହ୍ରାସ୍ ପାଇଁ ବିଜେଡ଼ିର ଡେଡଲାଇନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA