ଭୁବନେଶ୍ୱର: ୨ ଆଇଏଏସ୍ ଅଧିକାରୀ ଏବଂ ୫ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି ଆଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିସନ । ସେମାନଙ୍କୁ ନିର୍ବାଚନ କାମ ନ ଥିବା ସ୍ଥାନରେ ଅବସ୍ଥାପିତ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅଫିସରମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରି, ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,ବ୍ରହ୍ମପୁର ଏସପି ଏସ ବିବେକ ଏମ୍, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଏସପି କନୱର୍ ବିଶାଲ ସିଂହ(କଟକ ଡିସିପି) ଏବଂ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ ।







