Wednesday, April 22, 2026 07:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପେଟ୍ରୋଲ୍ ପମ୍ପରେ ଭୟଙ୍କର ବିସ୍ଫୋରଣ, ନିଆଁ

ରାସ୍ତାରେ ପଡ଼ିଛି ମଣିଷର ଛିନଛତ୍ର ଶରୀର

by Our Correspondent
07 Oct, 2020- 03:46 PM
in Latest News
1 min read
0
ପେଟ୍ରୋଲ୍ ପମ୍ପରେ ଭୟଙ୍କର ବିସ୍ଫୋରଣ, ନିଆଁ

ଭୁବନେଶ୍ୱର: ଦିନ ପ୍ରାୟ ୧.୧୫ ମିନିଟ୍ । ହଠାତ୍ ପେଟ୍ରୋଲ୍ ପମ୍ପଟି ଥରିବାକୁ ଲାଗିଲା । ଚାରିଆଡ଼େ ଅନ୍ଧାର ହୋଇଗଲା । ତାପରେ ବିକଟାଳ ଶବ୍ଦରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଉଚ୍ଚା ଆକାଶ ଯାଏଁ ନିଆଁ ଉଠି ହୁତୁ ହୁତୁ ଜଳିବାକୁ ଲାଗିଲା । କେହି କିଛି ବୁଝିପାରି ନ ଥିଲେ କ’ଣ ଘଟୁଛି । ଗାଡ଼ି ମଟର ଛାଡ଼ି ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିଲେ । ଅତ୍ୟନ୍ତ ଭୟାନକ ଥିଲା ଏ ଦୃଶ୍ୟ ।

ରାଜଭବନ ନିକଟ ପେଟ୍ରୋଲ୍ ପମ୍ପରେ ଥିବା ସିଏନଜି ଟାଙ୍କିରେ ବିସ୍ଫୋରଣ ଘଟିବାରୁ ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ପ୍ରାୟ ୫ କିଲୋମିଟର ଦୂରକୁ ଥରେଇଥିଲା । ଏଥିରେ ପେଟ୍ରୋଲ୍ ପମ୍ପଟି ଛିନଛତ୍ର ହୋଇଯାଇଛି । ମଣିଷ ମାଂସ ଖଣ୍ଡ ଖଣ୍ଡ ହୋଇ ତଳେ ପଡ଼ିଛି । କିଛି ଖଣ୍ଡ ବିଖଣ୍ଡିତ ହାତ, ଗୋଡ଼, କାନ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଅନେକ ମଟରସାଇକେଲ୍ ଭାଙ୍ଗିରୁଜି ଯାଇଛି । ରାସ୍ତାରେ ଥିବା କିଛି କାର୍ ର କାଚ ଭାଙ୍ଗିଯାଇଛି । ଆଖପାଖ ଦୋକାନଗୁଡ଼ିକ ଧ୍ୱଂସ ହୋଇଯାଇଛି । ପାଖ ଘର ଏବଂ ପାଚେରୀ ଭୁଷୁଡ଼ି ଯାଇଛି ।

ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଆହତ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ଏହି ସଂଖ୍ୟା ଅଧିକ ବୋଲି ଅନୁମାନ କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁର୍ଘଟଣା ବେଳେ ୧୦ ରୁ ୧୫ ଜଣ ଜଣ ପେଟ୍ରୋଲ୍ ପମ୍ପ କର୍ମଚାରୀ କାମ କରୁଥିଲା ବେଳେ ପ୍ରାୟ ୧୦ ଜଣ ଲୋକ ପେଟ୍ରୋଲ୍ ପକାଉଥିଲେ । ତେଣୁ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜାଣିବା ସମ୍ଭବ ହୋଇନାହିଁ ।

ଅଗ୍ନିକାଣ୍ଡ ଖବର ପାଇଲା କ୍ଷଣି ପୁଲିସ କମିଶନର, ଡିସିପିଙ୍କ ସମେତ ୬ ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ପୁଲିସ ସହ ମିଶି ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ କରିଥିଲେ । କମିଶନର ସୁଧାଶୁଂ ଷଡ଼ଙ୍ଗୀଙ୍କ କହିବାନୁଯାୟୀ ୮ ଜଣ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅବସ୍ଥା ନିୟନ୍ତ୍ରଣକୁ ଆସିଥିବା କମିଶନର ସୂଚନା ଦେଇଛନ୍ତି ।

ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Previous Post

MI beat RR by 57 Runs

Next Post

୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ

Next Post
୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ

୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA