ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ଗସ୍ତରେ ଯାଇନାହାନ୍ତି । ନବୀନ ନିବାସରେ ଥାଇ ପୁରୁଣା ଉଡାଣ ଭିଜୁଆଲ୍ ଜରିଆରେ ଲୋକଙ୍କୁ କୁଆଡ଼େ ଭୁଆଁ ବୁଲାଇଛନ୍ତି । ଗତକାଲି ଓଟିଭିରେ ପ୍ରସାରିତ ଏଭଳି ଖବର ସମ୍ପୂର୍ଣ୍ଣ ଫେକ୍ ବୋଲି ଆଜି ସ୍ପଷ୍ଟ ହୋଇଯାଇଛି । ଏହି ଖବରଟି ଠିକ୍ ନୁହେଁ ବୋଲି କହି ବିମାନବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ଆରଟିଆଇ ତଥ୍ୟକୁ ଆଗରେ ରଖି ଓଟିଭି ଏହି ଭୁଲ୍ ଖବର ପ୍ରସାରଣ କରିଛି ।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଅନୁଯାୟୀ
(୧) ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବିମାନବନ୍ଦରରୁ ଅପରାହ୍ନ ୩.୪୨ ମିନିଟ୍ ରେ ଛାଡ଼ିଥିଲା । ୪ଟା ୧ ମିନିଟ୍ ରେ ତାହା ବିମାନ ବନ୍ଦରକୁ ଫେରିଥିଲା । ୱାର୍ମଅପ୍ ଟାଇମ୍, ଷ୍ଟାର୍ଟଅପ୍ ଟାଇମ୍ ଏବଂ ଲ୍ୟାଣ୍ଡିଂ ସମୟକୁ ଛାଡ଼ି ମୁଖ୍ୟମନ୍ତ୍ରୀ ୧୯ ମିନିଟ୍ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏହିଭଳି ସମୁଦାୟ ୩୦ ମିନିଟ୍ ରୁ ୧୯ ମିନିଟ୍ ହେଲିକପ୍ଟରରେ ଉଡ଼ିଥିଲେ ମୁଖ୍ୟମନ୍ତ୍ରୀ ।
ଓଟିଭି ପ୍ରସାରଣ କରିଥିଲା ଯେ ଅଗଷ୍ଟ ୩୧ ତାରିଖରେ କେବଳ ଗୋଟିଏ ହେଲିକପ୍ଟର(ଓଏସଏସ ଏୟାର ମ୍ୟାନେଜମେଣ୍ଟ୍) ଦିନ ୧୦.୧୨ ରୁ ୧୦.୩୧ ମିନିଟ୍ ପର୍ଯ୍ୟନ୍ତ ଆକାଶମାର୍ଗରେ ଉଡ଼ାଣ କରିଥିଲା ।
(୨) ଓଟିଭିରେ ପ୍ରସାରିତ ହୋଇଥିଲା ସେ ସେଦିନ ବିମାନବନ୍ଦରରୁ କୌଣସି ଭିଭିଆଇ ଉଡାଣ କରିନାହାନ୍ତି । ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ଉଡାଣ ମିଛ । ମାତ୍ର ଏଏଆଇ ଏସଓପିରେ ମୁଖ୍ୟମନ୍ତ୍ରୀ ଭିଭିଆଇପି ଶ୍ରେଣୀର ଅନ୍ତର୍ଭୁକ୍ତ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଛି । କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମୁଖ୍ୟମାନେ ଭିଭିଆଇପି ଶ୍ରେଣୀ ଅନ୍ତର୍ଭୁକ୍ତ ।








