Monday, August 17, 2026 07:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍‌ସନ୍‌ !

ରାଜ୍ୟସ୍ତରୀୟ କ୍ରାନ୍ତି ଦିବସ ୨୦୨୪

by Our Correspondent
09 Aug, 2024- 06:37 PM
in Latest News, News
1 min read
0
ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍‌ସନ୍‌ !

ଭୁବନେଶ୍ୱର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଶହୀଦ ସ୍ତମ୍ବରେ ପୁଷ୍ପ ପ୍ରଦାନ କରି ଶହୀଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରର ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ସଂଗ୍ରାମ ଇତିହାସର ଏକ ପବିତ୍ର ଦିନ। ଅଗଷ୍ଟ କ୍ରାନ୍ତି ଦେଶର ଇତିହାସର ଦିଗ ପରିବର୍ତ୍ତନ କରିଥିଲା ଏବଂ ସ୍ୱାଧୀନତା ପାଇଁ ପଥ ଉନ୍ମୁକ୍ତ କରିଥିଲା। ଆଜିର ଦିନଟି ହେଉଛି ଦେଶ ପାଇଁ ଅସୀମ ତ୍ୟାଗ କରିଥିବା ସଂଗ୍ରାମୀମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଜୀବନରୁ ପ୍ରେରଣା ନେବାର ଦିନ।

ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ସାରା ଭାରତର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଥିଲା। ଭାରତଛାଡ ଆନ୍ଦୋଳନ ଥିଲା ବାସ୍ତବରେ ଏକ ସର୍ବଭାରତୀୟ ଆନ୍ଦୋଳନ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ, ଧନୀ ଗରିବ ସମସ୍ତେ ଏ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

ସେ କହିଥିଲେ ଯେ ଓଡିଶାରେ ମଧ୍ୟ ଏ ଆନ୍ଦୋଳନର ପ୍ରଭାବ ସର୍ବବ୍ୟାପୀ ଥିଲା। କଟକ ଠାରୁ ଆରମ୍ଭକରି କୋରାପୁଟ ପର୍ଯ୍ୟନ୍ତ, ବାଲେଶ୍ୱରଠାରୁ ଆରମ୍ଭ କରି ବରଗଡ ପର୍ଯ୍ୟନ୍ତ, ଏ ଆନ୍ଦୋଳନ ଓଡିଶାର ପୁରପଲ୍ଲୀରେ ସଂଗ୍ରାମର ଶିଖା ପ୍ରଜ୍ଜ୍ୱଳିତ ହୋଇଥିଲା। ନବକୃଷ୍ଣ ଚୌଧରୀ, ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ଆଚାର୍ଯ୍ୟ ହରିହର ଓ ଆହୁରି ଅନେକ ନେତୃବୃନ୍ଦ ଗିରଫ ହୋଇଥିଲେ। କୋରାପୁଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ ହୋଇଥିଲା। ଶେଷରେ ଲକ୍ଷ୍ମଣ ନାୟକଙ୍କୁ ଚରମ ବଳିଦାନ ଦେବାକୁ ପଡିଥିଲା ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ ସଂଗ୍ରାମ, ଏ ତ୍ୟାଗ ବାସ୍ତବରେ ଆଜିର ସମାଜ ପକ୍ଷରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ। ସେଇ ମହାପୁରୁଷମାନଙ୍କ ତ୍ୟାଗର ଫଳ ହେଉଛି ଆଜିର ଉଦିତ ଭାରତ। ଆଜି ଆମର ବ୍ୟକ୍ତିଗତ ବା ସାମୁହିକ- ଯେ କୌଣସି କ୍ଷେତ୍ରରେ ଆମେ ଯଦି କିଛି ସଫଳତା ହାସଲ କରୁଛୁ, ଆମେ ଯଦି ଖୁସି ବା ଆନନ୍ଦିତ ହେଉଛୁ, ତେବେ ମନେ ରଖିବା ଦରକାର ଯେ ଆମର ଏ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସଂଗ୍ରାମୀମାନଙ୍କର ମହାନ ତ୍ୟାଗ।

ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ଙ୍କ ସଂଗ୍ରାମର କାହାଣୀ ବର୍ଣ୍ଣନା କରିଥିଲେ।

ଆଜି ମଧ୍ୟ ଓଡିଶାରେ ଏକ କ୍ରାନ୍ତି ଆରମ୍ଭ ହେବାକୁ ଯାଉଛି। ଓଡିଆ ଅସ୍ମିତା ଆଜି ଆମର ଜନମାନସକୁ ଆଚ୍ଛାଦିତ କରିଛି। ଅସ୍ମିତାକୁ ସାଥିରେ ଧରି ବିକାଶର ମାର୍ଗରେ ଅଗ୍ରସର ହେବା ପାଇଁ ଓଡିଆ ଜାତି ଏକ ନୂଆ ଯାତ୍ରା ଆରମ୍ଭ କରିଛି।

ସେ କହିଥିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଓଡିଶାର ଶତ ବାର୍ଷିକୀ ପାଳିତ ହେବ । ୨୦୪୭ରେ ସ୍ୱାଧୀନତାର ଶତ ବାର୍ଷିକୀ ମଧ୍ୟ ପାଳିତ ହେବ। ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡିଶା’ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରୁଛୁ। ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ଆଣିବ ‘ବିକାଶର ଏକ ନୂଆ କ୍ରାନ୍ତି’। ସେ କ୍ରାନ୍ତିରେ ପ୍ରତ୍ୟେକ ଓଡିଆ ହେବେ ଜଣେ ଜଣେ ସଂଗ୍ରାମୀ । ଶିକ୍ଷା, ସ୍ୱାସ୍ଥ୍ୟ, ଜ୍ଞାନ ବିଜ୍ଞାନ- ସବୁ କ୍ଷେତ୍ରରେ ଓଡିଆ ହେବେ ଅଗ୍ରଣୀ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଯେତେବେଳେ ସମଗ୍ର ଦେଶ ଏକାଠି ହୋଇ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଲେ ସେତେବେଳେ ସ୍ୱାଧୀନତାର ରାସ୍ତା ଫିଟିଥିଲା। ଯେତେବେଳେ ଅନ୍ୟାୟ ଅତ୍ୟାଚାର ବଢିଛି ସେତେବେଳେ କ୍ରାନ୍ତି ଆରମ୍ଭ ହୋଇଛି। ସେ ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

କ୍ରୀଡା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଶହୀଦ ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଦେଉଛି, ପ୍ରୋତ୍ସାହନ ଦେଉଛି। ଆଜିର ଏଭଳି କାର୍ଯ୍ୟକ୍ରମ ସାମୁହିକ ସ୍ତରରେ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଅନେକ ପ୍ରଚ୍ଛଦପଟର ସଂଗ୍ରାମୀମାନଙ୍କୁ ଚିହ୍ନଟ କରିବାର ଦାୟିତ୍ୱ ସଂସ୍କୃତି ବିଭାଗ ଗ୍ରହଣ କରିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ମଧ୍ୟ ଯୋଗ ଦେଇ ଶହୀଦମାନଙ୍କ ସ୍ମୃତିଚାରଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ବିରୁପାକ୍ଷ ତ୍ରିପାଠୀ ଓ ଉପେନ୍ଦ୍ର ପାଢୀ ସଞ୍ଚାଳନ କରିଥିଲେ।

Previous Post

ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ

Next Post

ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ବିଜେଡିର ଉଦ୍ୟମ ଜାରି ରହିବ: ନବୀନ

Next Post
ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ବିଜେଡିର ଉଦ୍ୟମ ଜାରି ରହିବ: ନବୀନ

ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ବିଜେଡିର ଉଦ୍ୟମ ଜାରି ରହିବ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA