Thursday, July 23, 2026 01:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାରା ରାଜ୍ୟରେ ସାରର ଘୋର ଅଭାବ

ବିଜେଡିର ଆନ୍ଦୋଳନ ଧମକ

by Our Correspondent
22 Jul, 2026- 11:49 PM
in Latest News, News
1 min read
0
ସାରା ରାଜ୍ୟରେ ସାରର ଘୋର ଅଭାବ

ଭୁବନେଶ୍ୱର: ଚଳିତ ଖରିଫ ଚାଷ ଋତୁରେ ସମଗ୍ର ଓଡ଼ିଶାରେ ଦେଖାଦେଇଥିବା ସାରର ଘୋର ଅଭାବ, ବ୍ୟାପକ କଳାବଜାରୀ ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ କଲବଲ ହେଉଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟରେ ସାରର ଅଭାବ ନଥିବା କଥା ସରକାର ବାରମ୍ୱାର ଚାଷୀମାନଙ୍କୁ ଆଶ୍ୱାସନା ଦେଉଥିବା ବେଳେ, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ରୁଆ କାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀଙ୍କୁ ସାର ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।

ଡ଼ ସାହୁ କହିଥିଲେ ଯେ ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ପ୍ରାୟ ୩୯ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଏ । ଚଳିତ ଖରିଫ ଋତୁରେ ରାଜ୍ୟକୁ ପ୍ରାୟ ୧୧.୪୩ ଲକ୍ଷ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଛି । କିନ୍ତୁ ୧୭ ଜୁଲାଇ ସୁଦ୍ଧା ମାତ୍ର ପ୍ରାୟ ୧.୮୧ ଲକ୍ଷ ମେଟ୍ରିକ ଟନ ସାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡ଼ିକରେ ପହଞ୍ଚିଛି । ଚାଷୀଙ୍କୁ ପ୍ରାୟ ୧.୧୪ ଲକ୍ଷ ମେଟ୍ରିକ ଟନ ସାର ବଣ୍ଟନ କରାଯାଇଛି । ସମଗ୍ର ଖରିଫ ଋତୁରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ସାର ଯୋଗାଣ ହୋଇଥିବାରୁ ରାଜ୍ୟରେ କୃତ୍ରିମ ସାର ସଙ୍କଟ ସୃଷ୍ଟି ହୋଇଛି । ଧାନ ରୁଆ କାମର ଶୀର୍ଷ ସମୟରେ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । “ଡବଲ ଇଞ୍ଜିନ ସରକାର’ ବାସ୍ତବରେ ଓଡ଼ିଶାର ଚାଷୀଙ୍କ ପାଇଁ “ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି । କେନ୍ଦ୍ରରେ ବିଜେପି ସରକାର ପ୍ରାୟ ୧୨ ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ତାଳଚେର ସାର କାରଖାନାରେ ଏପର୍ଯ୍ୟନ୍ତ ସାର ଉତ୍ପାଦନ ହୋଇପାରିଲା ନାହିଁ । ୨୦୧୪ ମସିହାରେ ପ୍ରତି ଏକରରେ ସାର ବାବଦରେ ପ୍ରାୟ ୩,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ବଢ଼ି ପ୍ରାୟ ୭,୦୦୦ରୁ ୭,୫୦୦ ଟଙ୍କାରେ ପହଞ୍ଚିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କ ଉପରେ ଆର୍ଥିକ ବୋଝକୁ ଦ୍ୱିଗୁଣିତ କରୁଛନ୍ତି ।

ଶ୍ରୀ ନାୟକ କହିଥିଲେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଅମୂଳକ । ବହୁ ଜିଲ୍ଲାରେ ଚାଷୀମାନେ ଗୋଟିଏ ବସ୍ତା ୟୁରିଆ ପାଇଁ ପ୍ୟାକ୍ସ ଓ ସାର ଦୋକାନ ଆଗରେ ସାରା ରାତି ଅପେକ୍ଷା କରି ରହୁଛନ୍ତି । ୟୁରିଆ ଅଭାବକୁ ଲୁଚାଇବା ପାଇଁ ସରକାର କମ୍ପ୍ଲେକ୍ସ ସାର ଓ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦୁର୍ଭାଗ୍ୟଜନକ । ସରକାର ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ବିକଳ୍ପ ସାର ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ୟୁରିଆରେ ୪୬ ପ୍ରତିଶତ ନାଇଟ୍ରୋଜେନ ଥିବାବେଳେ ବିକଳ୍ପ ଭାବେ ପ୍ରଚାର କରାଯାଉଥିବା ଅନେକ ସାରରେ ମାତ୍ର ୨୧ ପ୍ରତିଶତ ନାଇଟ୍ରୋଜେନ ରହିଛି । ତେଣୁ ସେଗୁଡ଼ିକ ୟୁରିଆର ପ୍ରକୃତ ବିକଳ୍ପ ହୋଇପାରିବ ନାହିଁ । ସରକାରଙ୍କ ନିର୍ଦ୍ଧାରିତ ୪୫ କେଜି ୟୁରିଆ ବସ୍ତାର ଖୁଚୁରା ମୂଲ୍ୟ ୨୬୬.୫୦ ଟଙ୍କା ଥିବାବେଳେ ସାର ଅଭାବ ଯୋଗୁଁ ଚାଷୀମାନେ ଖୋଲା ବଜାରରୁ ଏହାକୁ ୫୦୦ରୁ ୬୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ସୁଲଭ ମୂଲ୍ୟରେ ୟୁରିଆ ଯୋଗାଇବା ପରିବର୍ତ୍ତେ ସରକାର ଚାଷୀଙ୍କୁ ଅଧିକ ମୂଲ୍ୟର କମ୍ପ୍ଲେକ୍ସ ସାର କିଣିବାକୁ ବାଧ୍ୟ କରି ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଛନ୍ତି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଭାରତ ସରକାରଙ୍କ ଜାତୀୟ ସାର ବଣ୍ଟନ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ସାରର କୌଣସି ଅଭାବ ନଥିବା ସମବାୟ ମନ୍ତ୍ରୀ ଦାବି କରୁଥିବା ବେଳେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ଜିଲ୍ଲା ପ୍ରଶାସନକୁ ବିକଳ୍ପ ସାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ବର୍ତ୍ତମାନ ୬୦ ପ୍ରତିଶତ ସାର ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ସମବାୟ ସମିତି ମାଧ୍ୟମରେ ବଣ୍ଟନ କରାଯାଉଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ହୋଲସେଲରଙ୍କ ମାଧ୍ୟମରେ ଯୋଗାଣ କରାଯାଉଛି । ଅନେକ ସମବାୟ ସମିତିରେ ହଜାର ହଜାର ପଞ୍ଜୀକୃତ ଚାଷୀ ଥିବା ସତ୍ତ୍ୱେ ପ୍ରତିଦିନ ମାତ୍ର ୩୦ରୁ ୭୦ ଜଣ ଚାଷୀଙ୍କୁ ସାର ବଣ୍ଟନ କରାଯାଉଛି । ସମବାୟ ସମିତିଗୁଡ଼ିକ ଚାଷୀଙ୍କୁ ୟୁରିଆ ସହିତ ବାଧ୍ୟତାମୂଳକ ଭାବେ ନାନୋ ୟୁରିଆ, ଜିଙ୍କ ଓ ଅନ୍ୟାନ୍ୟ ଉତ୍ପାଦ କିଣିବାକୁ ବାଧ୍ୟ କରୁଛନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି, ସମବାୟ, ଖାଦ୍ୟ ଯୋଗାଣ ଏବଂ ମାର୍କଫେଡ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକି ରାଜ୍ୟରେ ସାର ଆବଶ୍ୟକତାର ଆକଳନ କରନ୍ତୁ ଏବଂ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ସାର ଯୋଗାଣ ସୁନିଶ୍ଚିତ କରନ୍ତୁ । ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇକୁ ଆହୁରି ତୀବ୍ରତର କରିବ ।

Previous Post

ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

Next Post

ସୁରକ୍ଷା କ୍ଷେତ୍ରରେ ସାଲିସ କରାଯିବ ନାହିଁ

Next Post
ସୁରକ୍ଷା କ୍ଷେତ୍ରରେ ସାଲିସ କରାଯିବ ନାହିଁ

ସୁରକ୍ଷା କ୍ଷେତ୍ରରେ ସାଲିସ କରାଯିବ ନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA