Sunday, May 24, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାର ପାଇଁ ଡ଼ହଳ ବିକଳ

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

by Our Correspondent
15 Sep, 2025- 08:38 PM
in Latest News, News
1 min read
0
ସାର ପାଇଁ ଡ଼ହଳ ବିକଳ

ଭୁବନେଶ୍ୱର: ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଚାଷୀଙ୍କୁ ସାର ଯୋଗାଣ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ସାର ତଥ୍ୟ ରଖିଥିଲେ । ୨୦୨୫ ଖରିଫ୍ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟ ପାଇଁ ଆବଶ୍ୟକ ଥିବା ୯,୫୫,୦୦୦ ମେଟ୍ରିକ୍ ଟନ ସାରକୁ କେନ୍ଦ୍ର ସରକାର ଆବଣ୍ଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଅଛି ୧୧,୬୬,୭୩୩ ମେଟ୍ରିକ୍ ଟନ ସାର । ସେଥିରୁ ୯,୮୫,୯୬୭ ମେଟ୍ରିକ୍ ଟନ ସାର ଚାଷୀଙ୍କୁ ଦିଆସରିଛି । ସୁତରାଂ ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ସାର ଆବଣ୍ଟନ କାର୍ଯ୍ୟକୁ ଠିକ୍ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଥିଲେ ।

ଆଜି ୧୫ ତାରିଖ । ରାଜ୍ୟର ବିଭିନ୍ନ ସ୍ଥାନରେ ସାର ପାଇବା ପାଇଁ ଚାଷୀ କିଭଳି ଡହଳ ବିକଳ ତାହାର ଚିତ୍ର ସାମନାକୁ ଆସିଛି । ଦୁଇଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଞ୍ଜାମ ଗସ୍ତରେ ଯାଇ ସାର ସ୍ଥିତିର ସମୀକ୍ଷା କରିଥିଲେ । କୌଣସି ଅଭାବ ନାହିଁ ବୋଲି କହି ଫେରିଥିଲେ । ମାତ୍ର ସାର ସଙ୍କଟରେ ଅତିଷ୍ଠ ଚାଷୀକୂଳ ଆଜି ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଅବରୋଧ କରି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ଆସ୍କାରେ ଚାଷୀମାନେ ସାର ପାଇଁ ସମବାୟ ସମିତି ଆଗରେ ରାତି ଅଧରୁ ଲାଇନ୍ ରେ ଛିଡ଼ା ହେବା ପରେ ନିରାଶ ହୋଇ ଘରକୁ ଫେରିଛନ୍ତି । କୋରାପୁଟ ଜିଲ୍ଲାର ବିଭିନ୍ନ ଜାଗାରେ ମଧ୍ୟ ସମାନ ଅବସ୍ଥା । ବସ୍ତେ ସାର ପାଇଁ ଚାଷୀମାନେ ଡହଳ ବିକଳ ହେଉଛନ୍ତି ।

ସାରର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କଥା ଯଦି ସତ ତାହାହେଲେ ଆହୁରି ସାଂଘାତିକ । କାରଣ ସାର ଗଚ୍ଛିତ ଥାଇ ମଧ୍ୟ ସରକାର ଚାଷୀଙ୍କୁ ସାର ଯୋଗାଇ ପାରୁନାହାନ୍ତି । ଏହା ସରକାରଙ୍କ ବିଫଳତା । ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କ’ଣ ହେଲା?

ଚାଷୀଙ୍କର ଏହି ସମସ୍ୟାକୁ ନେଇ ବିଜେଡି ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି । ଦଳର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ ।

ବିଜେଡି କହିଛି ଯେ ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେ ଦେଖାଦେଇ ନ ଥିଲା । ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଖରିଫ ଧାନ ଅଧିକ ଉତ୍ପାଦନ ହେଲେ ସରକାରଙ୍କୁ ଅଧିକ ବୋନସ୍ ଦେବାକୁ ପଡ଼ିବ ବୋଲି ସରକାର ଖରିଫ ଧାନ ଉତ୍ପାଦନରେ ରୋକ ଲଗାଇବା ପାଇଁ ସାର ଯୋଗାଣର ଅଭାବ ଷଡ଼ଯନ୍ତ୍ର ରଚିଛନ୍ତି ।

ପ୍ରସଙ୍ଗଟି ଅତି ଗମ୍ଭୀର । ମାତ୍ର ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହାକୁ ଗମ୍ଭୀର ଭାବେ ନେଇନାହାନ୍ତି । ବିରୋଧୀ ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ଓଲଟି ଆକ୍ଷେପ କରିଛନ୍ତି । ବିଭାଗର ତଥ୍ୟକୁ ଧରି ସରକାରଙ୍କ ଡିଣ୍ଡିମ ପିଟିଛନ୍ତି । ସରକାରଙ୍କ ପାଖରେ ଏବେ ୧ ଲକ୍ଷ ୮୦ ହଜାର ମେଟ୍ରିକ୍ ଟନ ସାର ମହଜୁଦ ଅଛି । ଗତବର୍ଷ ଏହି ସମୟ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ଯାଇଥିଲା । ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟା ସରିଲାଣି । ଦରକାର ପଡ଼ିଲେ ଆହୁରି ସାର ମଗାଯିବ ବୋଲି କହିଛନ୍ତି ।

Previous Post

୧୨ ଟି ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର

Next Post

୭ ବିଭାଗରେ ୧୬୮୬ ଜଣଙ୍କୁ ନିଯୁକ୍ତି

Next Post
୭ ବିଭାଗରେ ୧୬୮୬ ଜଣଙ୍କୁ ନିଯୁକ୍ତି

୭ ବିଭାଗରେ ୧୬୮୬ ଜଣଙ୍କୁ ନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA