Sunday, March 26, 2023 05:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

କେଉଁ ପୁଲ୍ ରେ କେଉଁ ଦେଶ

ପୁରୁଷ ହକି ବିଶ୍ୱ କପ୍-୨୦୨୩

by Our Correspondent
08 Sep, 2022- 07:55 PM
in International, Latest News, News, Sports
1 min read
0
କେଉଁ ପୁଲ୍ ରେ କେଉଁ ଦେଶ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ୱ କପ୍- ୨୦୨୩ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ଏବଂ ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆୟୋଜକ ଓଡିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକସେବା ଭବନର କନଭେନସନ୍ ହଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦଙ୍କ ଉପସ୍ଥିତିରେ ଆଜି ଆୟୋଜିତ ହୋଇଥିଲା ପୁଲ୍ ଡ୍ର ଉତ୍ସବ । କେଉଁ ପୁଲ୍ ରେ କେଉଁ ଦେଶ ଖେଳିବେ ତାହା ନିର୍ଣ୍ଣୟ ହୋଇଛି । ୪ ଟି ପୁଲ୍ ରେ ସମୁଦାୟ ୧୬ ଦେଶ ହକି ବିଶ୍ୱକପ୍ ଖେଳିବେ ।

Pool A : ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା
Pool B : ବେଲଜିୟମ୍, ଜର୍ମାନୀ, କୋରିଆ, ଜାପାନ
Pool C : ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲୟେସିଆ, ଚିଲି
Pool D : ଭାରତ, ଇଂଲଣ୍ଡ, ସ୍ପେନ୍, ୱେଲେସ୍

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ଆମେ ବିଶ୍ୱର ଶ୍ରେଷ୍ଠ ହକି ଟିମ୍ ଏବଂ ଖେଳାଳୀମାନଙ୍କୁ ସ୍ୱାଗତ କରିବାକୁ ଯାଉଛୁ । ସେଥିପାଇଁ ଆମେ ସବୁବେଳେ ଗର୍ବିତ । ୨୦୨୩ ବିଶ୍ୱକପ୍ ପାଇଁ ଆମର ଉତ୍କଣ୍ଠା ଆହୁରି ବଢ଼ିଯାଇଛି । ଅନେକ ଗୌରବର ମୁକସାକ୍ଷୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ପୁଣି ଥରେ ସମସ୍ତଙ୍କୁ ଅପେକ୍ଷା କରିଛି । ରାଉରକେଲାର ସର୍ବବୃହତ୍ତ ବିର୍ସିା ମୁଣ୍ଡା ହକି ଷ୍ଟାଡିୟମ୍ କୁ ମଧ୍ୟ ଆମେ ସମସ୍ତଙ୍କୁ ସ୍ୱାଗତ କରିବା ଅପେକ୍ଷାରେ ଅଛୁ । ହକି ପ୍ରତି ଆମର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତାର ପ୍ରତୀକ ହେଉଛି ଏହି ହକି ଷ୍ଟାଡିୟମ୍ । ବିଶ୍ୱକପ୍ ରେ ଭାଗ ନେଉଥିବା ସବୁ ଟିମ୍ କୁ ସ୍ୱାଗତ ଏବଂ ଶୁଭକାମନା ।

ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦ ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହିତ ରାଉରକେଲାର ନବନିର୍ମିତ ହକି ଷ୍ଟାଡିୟମ୍ ର ଭୂୟସୀ ପ୍ରଶଂସା କରିଥିଲେ । ପୁରୁଷ ହକି ବିଶ୍ୱକପ୍ ୧୫ତମ ସଂସ୍କରଣର ଆୟୋଜକ ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏକ ଅଭୁଲା ହକି ସୋ ଆପଣମାନଙ୍କୁ ଅପେକ୍ଷା କରିଛି ବୋଲି ସେ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଦସ୍ୟ ଡ. ଏସ ୱାଇ କ୍ୟୁରେସି, ଜାଫର ଇକବାଲ, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ନବୀନଙ୍କୁ ଭେଟିବେ ନୀତୀଶ !

Next Post

ହସ୍ପିଟାଲରୁ ଶ୍ମଶାନ ଯାଏ…. ଅଣଓଡ଼ିଆଙ୍କୁ ସହାୟ ହେଲା ‘ଓଡିଶା ମୋ ପରିବାର’

Next Post
ହସ୍ପିଟାଲରୁ ଶ୍ମଶାନ ଯାଏ…. ଅଣଓଡ଼ିଆଙ୍କୁ ସହାୟ ହେଲା ‘ଓଡିଶା ମୋ ପରିବାର’

ହସ୍ପିଟାଲରୁ ଶ୍ମଶାନ ଯାଏ.... ଅଣଓଡ଼ିଆଙ୍କୁ ସହାୟ ହେଲା 'ଓଡିଶା ମୋ ପରିବାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA