Tuesday, June 23, 2026 09:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବ୍ରତ ହୋଇ ଫେରିଲେ ଅନୀଲ ଅଗ୍ରୱାଲ୍ !

ବେଦାନ୍ତ ମୁଖ୍ୟଙ୍କୁ ଗ୍ରୀନ ଓଡ଼ିଶା ଟିମ୍ ର "ଗୋ ବ୍ୟାକ୍' ନାରା

by Our Correspondent
30 Jan, 2025- 06:09 PM
in Latest News, News
1 min read
0
ବିବ୍ରତ ହୋଇ ଫେରିଲେ ଅନୀଲ ଅଗ୍ରୱାଲ୍ !

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଅପମାନଜନକ ପରିସ୍ଥିତିର ସାମନା କରିବାକୁ ପଡ଼ିଛି । ହୋଟେଲରୁ ବାହାରି ସେ କନକ୍ଲେଭ ସ୍ଥଳକୁ ଆସୁଥିବା ବେଳେ ଗ୍ରୀନ ଓଡ଼ିଶା ଟିମ୍ ତାଙ୍କ ଗାଡ଼ି ଆଗରେ କଳାପତାକା ଦେଖାଇ ‘ଅନୀଲ ଅଗ୍ରୱାଲ୍ ଗୋ ବ୍ୟାକ୍’ ବୋଲି ନାରାବାଜି କରିଥିଲେ । ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନାରି ୟୁନିଟ୍ ରେ ରେଡ୍ ମଡ୍ ପଣ୍ଡ ଭାଙ୍ଗି ସ୍ଥାନୀୟ ଜନବସତିକୁ ପ୍ରବଳ କ୍ଷତି କରିଥିବା ବେଳେ କର୍ତ୍ତୃପକ୍ଷଙ୍କ ନିରବଦ୍ରଷ୍ଟାର ସେମାନେ ପ୍ରତିବାଦ କରିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।

ରାୟଗଡ଼ାରେ ଆଉ ଏକ ଆଲୁମିନିୟମ୍ ପ୍ରକଳ୍ପ ବସାଇବା ଯୋଜନାରେ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ଆସିଥିବା ଅନୀଲ ଅଗ୍ରୱାଲ୍ ଏଭଳି ପରିସ୍ଥିତିର ସାମନା କରିବେ ବୋଲି କେବେ ଭାବି ନ ଥିବେ । ମାତ୍ର ଗ୍ରୀନ ଓଡ଼ିଶା ଟିମ୍ ସଦସ୍ୟମାନେ ତାହା କରିକି ଦେଖାଇଛନ୍ତି । ବେଦାନ୍ତରୁ କୋଟି କୋଟି ଟଙ୍କା ବିଜ୍ଞାପନ ପାଉଥିବା ଓଡିଶାର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ସେଦିନର ଘଟଣା ଲୋକଲୋଚନକୁ ଆଣି ନ ଥିଲେ ମଧ୍ୟ ଖବରଟି ବିଜୁଳି ବେଗରେ ବ୍ୟାପିଯାଇଛି । ଲାଞ୍ଜିଗଡ଼ବାସୀଙ୍କ ଦୁର୍ଦ୍ଦଶା ଦେଖାଦେଖି ରାୟଗଡ଼ାବାସୀ ଆଶଙ୍କା ଗଣିଲେଣି । ସେଠାରେ ବେଦାନ୍ତର ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରିବା ପାଇଁ ପରିବେଶ ସୁରକ୍ଷା କର୍ମୀମାନେ ସଜବାଜ ହେଲେଣି ।

ରାଜ୍ୟରେ ବିଜେପି ସରକାରଙ୍କ ସହ ସମ୍ପର୍କ ବଢ଼ାଇଥିବା ବେଦାନ୍ତ ମୁଖ୍ୟ ଶ୍ରୀ ଅଗ୍ରୱାଲ୍ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ରାୟଗଡ଼ା ଜିଲ୍ଲାରେ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ରିଫାଇନାରି ଓ ୩ ନିୟୁତ ଟନ୍ କ୍ଷମତାର ସ୍ମେଲଟର୍ ସ୍ଥାପନ ପାଇଁ ଆବଶ୍ୟକୀୟ ସହଯୋଗର ପ୍ରତିଶ୍ରୁତି ନେଇଛନ୍ତି । ମାତ୍ର ଏହା ସହଜ ହେବ ନାହିଁ ବୋଲି କୁହାଯାଉଛି । କାରଣ ଲାଞ୍ଜିଗଡ଼ ୟୁନିଟ୍ ର ରେଡ୍ ମଡ୍ ପଣ୍ଡ ଘଳିଆଜନିତ କ୍ଷୟକ୍ଷତି ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦବେଗରର କାରଣ ହୋଇଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଆଲୁମିନା ରିଫାଇନିଂ ୟୁନିଟ୍ ର ବିଶାଳ ରେଡ୍ ମଡ୍ ପଣ୍ଡ ଭାଙ୍ଗି ଘଳିଆ ହୋଇଥିଲା । ସେହି ବିଷାକ୍ତ କାଦୁଅ ପାଣି ଆଖପାଖର ୧୮ ଟି ଗାଁ ଏବଂ ଚାଷ ଜମିକୁ ମାଡ଼ିଯାଇଥିଲା । ନାଲି ପଚ ପଚ କାଦୁଅରେ ଜନବସତି ଅଞ୍ଚଳ ଓ ଚାଷଜମି ପରସ୍ତ ହୋଇଗଲା । ଏଥିଯୋଗୁଁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ଚାଷଜମି ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ରେଡ୍ ମଡ୍ ପଣ୍ଡ ବାରମ୍ବାର ଭାଙ୍ଗି ଏଭଳି ଅବସ୍ଥା ସୃଷ୍ଟି କରୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ତେବେ କମ୍ପାନୀ କର୍ତ୍ତୃପକ୍ଷ କିନ୍ତୁ ପ୍ରବଳ ବର୍ଷାରେ ରେଡ୍ ମଡ୍ ପଣ୍ଡ ଭାଙ୍ଗିବା ଘଟଣାକୁ ସେତେବେଳେ ଫାଙ୍କି ଦେଇଥିଲେ । ଏକ ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ି କ୍ୟାଚମେଣ୍ଟ ଏରିଆ ଫାସିଲିଟିରେ ଚାପ ପଡ଼ିଥିଲା । ଫଳରେ ପାଣି ଉଛୁଳି ଚାଷ ଜମି ପ୍ରଭାବିତ ହୋଇଛି । ଏକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ସବୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସଫେଇ ଦିଆଯାଇଥିଲା ।

ମାତ୍ର ସାମାଜିକ ସଂଗଠନ ଗ୍ରୀନ୍ ଓଡ଼ିଶା ଟିମ୍ ପକ୍ଷରୁ କମ୍ପାନୀ ବିରୋଧରେ ପ୍ରତାରଣା ଅଭିଯୋଗ ଲଗାଯାଇଛି । ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ରେଡ୍ ମଡ୍ ପଣ୍ଡ ଭାଙ୍ଗି ସ୍ଥାନୀୟ ଜନବସତି ଓ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହେବା ସହ ଦୁଇଟି ନଦୀ ପ୍ରଦୂଷିତ ହୋଇଛି । ମଣିଷ ଓ ପଶୁପକ୍ଷୀ ଆକ୍ରାନ୍ତ ହୋଇଛନ୍ତି । ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି ।

ଏହି ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହାର କ୍ଷତିପୂରଣ ଦେବା ଦୂରର କଥା ଆକଳନ ମଧ୍ୟ କରାଯାଇନାହିଁ । କମ୍ପାନୀ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି । ଏହାକୁ ନେଇ ବେଦାନ୍ତ ମୁଖ୍ୟଙ୍କୁ ଆଗରୁ ଆମେ ଜଣାଇଥିଲୁ । ତାଙ୍କୁ କଳାପତାକା ଦେଖାଇବା ଏକ ଡେମୋ ମାତ୍ର । ଆଗକୁ ଜୋରଦାର ଆନେ୍ଦାଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।

ସୂଚନାଥାଉକି, ଲାଞ୍ଜିଗଡ଼ ବେଦାନ୍ତ ରିଫାଇନାରି ୟୁନିଟ୍ ର ରେଡ୍ ମଡ୍ ପଣ୍ଡ ଟି ପ୍ରାୟ ୪୦୦ ଏକର ଜାଗା ବିଶିଷ୍ଟ । ଆଲୁମିନିୟମ୍ ଉତ୍ପାଦନ ପ୍ରକ୍ରିୟାରେ ବକ୍ସାସାଇଟ୍ ଧୂଆ ହେଲା ବେଳେ ସେଥିରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ବିକିରଣ ପଦାର୍ଥ ଏଠାରେ ଜମା ହୁଏ । ଏହା ବହୁତ ବିଷାକ୍ତ । ପରିବେଶବିତ୍ ଙ୍କ ମତରେ ଏହି ବିଷାକ୍ତ ଜଳ ସଂସ୍ପର୍ଶରେ ମଣିଷ ଆସିଲେ ଆୟୂଷ ବେଶୀ ଦିନ ନୁହେଁ । ଚାଷଜମିର ଆୟୂଷ ବି ବେଶୀ ଦିନ ନୁହେଁ ।
ଜନବସତି ଅଞ୍ଚଳରେ ସ୍ଥାପିତ ଆଲୁମିନା ରିଫାଇନାରି କାରଖାନାରୁ ଏହି ଭୟାନକ ବିପଦର ଆଶଙ୍କା ଥିବାରୁ ପୃଥୀବର ଅନ୍ୟ କୌଣସି ଦେଶ ତାହାକୁ ଅନୁମତି ଦେଉନାହାନ୍ତି ।

Previous Post

୧୪୫ ଏମଓୟୁ, ୧୬ ଲକ୍ଷ କୋଟିର ପୁଞ୍ଜି

Next Post

IMPC’s Mahasangam Yatra Reaches Lingaraj Temple

Next Post
IMPC’s Mahasangam Yatra Reaches Lingaraj Temple

IMPC's Mahasangam Yatra Reaches Lingaraj Temple

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA