ଭୁବନେଶ୍ୱର: ଲୋକପ୍ରିୟ ଜନନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ତାଙ୍କୁ ୮୦ ପୂରି ୮୧ ଚାଲିଲା । ରାଜନୈତିକ ଜୀବନରେ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ସଫଳତାର ଶୀର୍ଷରେ ରହିଥିବା ନବୀନ ଗତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପରାଜୟର ସାମନା କରିଥିଲେ । ଆଉ ସେ ମୁଖ୍ୟମନ୍ତ୍ରୀ ନ ଥିଲେ ମଧ୍ୟ ଲୋକେ ତାଙ୍କୁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାରେ ରଖିଛନ୍ତି । ତାଙ୍କର କ୍ଷମତା ଚାଲିଯାଇଛି ସତ ହେଲେ ଲୋକପ୍ରିୟତା କମିନାହିଁ । କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଜନପ୍ରିୟ ନେତା ଭାବେ ତାଙ୍କର ନାଁ ଲିପିବଦ୍ଧ ହୋଇଯାଇଛି । ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ମିଡ ଡେ ଓଡ଼ିଶା ପରିବାର ପକ୍ଷରୁ ଏହି ମହାନ ଜନନାୟକଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଦଳମତ ନିର୍ବିଶେଷରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଦଳର ବରିଷ୍ଠ ନେତା ଓ କର୍ମୀମାନେ ତାଙ୍କୁ ନବୀନ ନିବାସରେ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ୍ମିଦନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତର ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ କାମନା କରିଛନ୍ତି ।