Wednesday, June 24, 2026 07:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିରଳ ଉଦାହରଣ ସୃଷ୍ଟି କଲେ ନବୀନ

ବିଧାନସଭାରୁ ନବୀନ ନିବାସ ହାଇଡ୍ରାମା!

by Our Correspondent
18 Mar, 2021- 04:38 PM
in Latest News, News, Politics
1 min read
0
ବିରଳ ଉଦାହରଣ ସୃଷ୍ଟି କଲେ ନବୀନ

# ଧାରଣାରତ ବିଜେପି ବିଧାୟକମାନଙ୍କୁ ନବୀନ ନିବାସ ଡାକିନେଲେ ମୁଖ୍ୟମନ୍ତ୍ରୀ

# ବିଜେପି ବିଧାୟକମାନଙ୍କୁ ଏସକର୍ଟ କଲେ ବିଜେଡ଼ି ବିଧାୟକ ଦଳ

ଭୁୁବନେଶ୍ୱର: ୨୧ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକଙ୍କ ଏଭଳି ଆଚରଣ ବୋଧହୁଏ ଆଗରୁ କେବେ ଦେଖିବାକୁ ମିଳି ନ ଥିଲା । ନବୀନ ନିବାସ ବାହାରକୁ ଆସି ଧାରଣାରତ ବିରୋଧୀ ଦଳର ବିଧାୟକମାନଙ୍କୁ ସ୍ୱାଗତ କରି ନବୀନ ଭିତରକୁ ପାଛୋଟି ନେବାର ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିଲା । ମଣ୍ଡି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିବା ସହ ବିଧାନସଭା ସର୍ବଦଳୀୟ ବୈଠକ ଡାକି ସମସ୍ୟା ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବିଧାନସଭାରୁ ନବୀନ ନିବାସ ବାହାରିଥିବା ବିଜେପି ବିଧାୟକମାନଙ୍କୁ ଖୋଦ୍ ବିଜେଡ଼ି ବିଧାୟକମାନେ ବାଟ କଢ଼ାଇ ଆଣିବା ଏବଂ ନବୀନ ନିବାସରେ ଗେଟ୍ ବନ୍ଦର ମିଛ ଆଳ କରି ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କ ପାଖକୁ ନିଜେ ମୁଖ୍ୟମନ୍ତ୍ରୀ ଆସି ଭିତରକୁ ପାଛୋଟି ନେବା ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଜେପି ବିଧାୟକ ଦଳ ସନ୍ତୋଷ ଲାଭ କରିଥିବା ବେଳେ ବିଜେଡ଼ି ବିଧାୟକ ଦଳ ବି ଅଧିକ ଆତ୍ମସନ୍ତୋଷ ଲାଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଂକୀର୍ଣ୍ଣତାର ଉଦ୍ଧ୍ୱର୍ରେ ନିଜକୁ ଜଣେ ସଚ୍ଚା ରାଷ୍ଟ୍ରନୀତିଜ୍ଞର ପରିଚୟ ଦେଇଛନ୍ତି ବୋଲି ବିଜେଡ଼ି ନେତାମାନେ କହିଛନ୍ତି । ତେବେ ବିଜେଡ଼ି ଓ ବିଜେପିର ଏହି ଅଧ୍ୟାୟକୁ ହାଇଡ୍ରାମା ବୋଲି କଟାକ୍ଷ କରାଯାଉଛି ।

ଚାଷୀଙ୍କଠାରୁ ଧାନ କିଣା ଓ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେବଗଡ଼ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିରୋଧୀ ଓ ଶାସକ ଦଳ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଷଷ୍ଠ ଦିନ ପାଇଁ ଆଜି ବିଧାନସଭା ଅଚଳ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ପାଉ ନ ଥିବାରୁ ସେଠୁଁ ଖୋଜିବାର ଡ୍ରାମା ରଚିଥିଲା ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ପୂର୍ବ ପ୍ରସ୍ତୁତ ବିଜେପି ବିଧାୟକମାନେ ବ୍ୟାନର୍ ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରିଲେ ।

ତେବେ ବିଜେପି ବିଧାୟକମାନଙ୍କର ମୁଖ୍ୟମନ୍ତ୍ରୀ ଖୋଜା ଅଭିଯାନକୁ ମୁକାବିଲା କରିବା ପାଇଁ ବିଜେଡ଼ି ଭିନ୍ନ ଢ଼ଙ୍ଗର ରଣନୀତି ଆପଣାଇଥିଲା । ବିଜେପିକୁ ବିରୋଧ ନ କରି ବରଂ ସହଯୋଗ କରିବାକୁ ଆଗେଇ ଆସିଲା । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ନେତୃତ୍ୱରେ ବିଧାୟକମାନେ ସମୂହ ବିଜେପି ବିଧାୟକମାନଙ୍କ ସାଙ୍ଗରେ ଚାଲିଲେ । ବାଟରେ ଲୋକସେବା ଭବନକୁ ବିଜେପି ସଦସ୍ୟମାନେ ପଶିବାକୁ ଉଦ୍ୟମ କରିଥିଲେ । ସେଠାରେ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ପ୍ରଣବ ପ୍ରକାଶ ସେମାନଙ୍କୁ ଶାନ୍ତ କରାଇଥିଲେ । “ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ତ? ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅଛନ୍ତି । ଚାଲନ୍ତୁ । ଆମ ନେତାଙ୍କ ପାଖରେ ସସମ୍ମାନେ ପହଞ୍ଚାଇଦେବୁ’ କହି ଆଗକୁ ବାଟ କଢ଼ାଇ ନେଇଥିଲେ ।

ପ୍ରବଳ ଖରାରେ ଆଗେ ଆଗେ ବିଜେପି ବିଧାୟକମାନେ ବ୍ୟାନର୍ ଧରି ରାସ୍ତା ଚାଲୁଥିବା ବେଳେ ଠିକ୍ ପଛରେ ଦେହକୁ ଲାଗିଲା ଭଳି ବାଟ ଚାଲୁଥିଲେ ବିଜେଡ଼ି ବିଧାୟକମାନେ । କେହି କାହାର ସାଙ୍ଗରେ କଥା ହେଉ ନ ଥିଲେ ମଧ୍ୟ ଲକ୍ଷ୍ୟସ୍ଥଳ ଗୋଟିଏ ଥିଲା । ଏଜି ଛକ, ୬ ନମ୍ବର, ଏୟାରପୋର୍ଟ ଛକ ହୋଇ ନବୀନ ନିବାସରେ ପ୍ରାୟ ସାଢ଼େ ଗୋଟାଏରେ ପହଞ୍ଚିଥିଲେ ଦୁଇ ଦଳର ବିଧାୟକବୃନ୍ଦ ।

ବିଜେପି ବିିଧାୟକମାନଙ୍କୁ ସ୍ୱାଗତ କରିବା ପାଇଁ ବିଜେଡ଼ି ଯୁବ, ଛାତ୍ର ଓ ମହିଳା ସଂଗଠନର ନେତ୍ରୀମାନେ ନବୀନ ନିବାସ ବାହାରେ ଫୁଲ ଚନ୍ଦନ ଧରି ଅପେକ୍ଷା କରିବାର ମନୋରମ ଦୃଶ୍ୟ ବି ଦେଖିବାକୁ ମିଳିଥିଲା ।

ନବୀନ ନିବାସ ଆଗରୁ ବିଜେପିର ପଛଘୁଞ୍ଚା ଡ୍ରାମା

ନବୀନ ନିବାସ ଆଗରେ ବିଧାୟକମାନେ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀମାନେ ବାହାର ଗେଟ୍ ଖୋଲି ଦେଇଥିଲେ । ବିଜେଡ଼ି ବିଧାୟକମାନେ ଭିତରକୁ ପଶୁଥିଲେ ମଧ୍ୟ ବିଜେପି ବିଧାୟକମାନେ ଅଟକି ଯାଇଥିଲେ । ବୋଧହୁଏ ଆଗକୁ କ’ଣ କରିବେ ହଠାତ୍ ସ୍ଥିର କରିପାରିଲେ ନାହିଁ ।ଧାରଣା ଦେଉଛୁ କହି ସେଇଠି ବସିପଡ଼ିଲେ । ଆମ ପାଇଁ ଗେଟ୍ ଖୋଲିଲା ନାହିଁ ବୋଲି ଟିଭି କ୍ୟାମେରା ଆଗରେ ବହେ ଡ୍ରାମା ଚାଲିଲା । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଲେ, ଆମେ କାହିଁକି ନବୀନ ନିବାସ ଯିବୁ? ନବୀନ ବାବୁ ବିଧାନସଭା ଆସନ୍ତୁ, ଆଲୋଚନା ହେବ । ତାହାହେଲେ ଆପଣମାନେ କାହିଁକି ଏଠାକୁ ଆସିଛନ୍ତି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ ବିରୋଧୀ ଦଳ ନେତାଙ୍କ ଆଡକୁ ଅଙ୍ଗୁଳି ଦେଖାଇଥିଲେ ।

ତେବେ ମନ୍ତ୍ରୀ ସମୀର ଦାଶ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ବିଧାୟକ ଧ୍ରୁବ ସାହୁ ସେମାନଙ୍କୁ ବୁଝାଇ ସୁଝାଇ ନବୀନ ନିବାସ ଭିତରକୁ ଆସିବାକୁ ଅନୁରୋଧ କରିଥିଲେ । ଶ୍ରୀ ଦାଶ ସମସ୍ତଙ୍କୁ ହାତଯୋଡି ବାରମ୍ବାର ନିବେଦନ କରିଥିଲେ । ମାତ୍ର ବିଜେପି ବିଧାୟକମାନେ ଶୁଣି ନ ଥିଲେ । ଚାଷୀ ସମସ୍ୟାର ସମାଧାନ ପାଇଁ ଧାରଣା ଦେଉଛୁ କହି ସେମିତି ବସି ରହିଲେ ।

ମୁଖ୍ୟମନ୍ତ୍ରୀ ନିଜେ ଆସିଲେ

ପ୍ରବଳ ଖରାରେ ବିଧାୟକମାନେ ଚାଲି ଚାଲି ଆସିବା ଏବଂ ନବୀନ ନିବାସ ଆଗରେ ଧାରଣାରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଲା ପରେ ନିଜେ ସେମାନଙ୍କ ପାଖକୁ ଆସିବାକୁ ସ୍ଥିର କରି ସାଙ୍ଗେ ସାଙ୍ଗେ ବାହାରି ଆସିଲେ । ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କ ପାଖକୁ ଯାଇ ଭିତରକୁ ଆସି ଆଲୋଚନା ପାଇଁ ଅନୁରୋଧ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କାଟି ପାରି ନ ଥିଲେ ବିଜେପି ବିଧାୟକ ଦଳ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନବୀନ ନିବାସ ଭିତରକୁ ପାଛୋଟି ଆଣିଥିଲେ । ଯୁବ ଓ ଛାତ୍ର ସଂଗଠନର ନେତ୍ରୀମାନେ ଶଙ୍ଖ ଧ୍ୱନି ଓ ହୁଳହୁଳି ପକାଇ ବିଧାୟକମାନଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ ।

ନବୀନ ନିବାସରେ ଅଧଘଣ୍ଟା

ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ । “ଆପଣମାନଙ୍କ ଉଦବେଗ ମୁଁ ବୁଝିପାରୁଛି । ଚାଷୀଙ୍କର କୌଣସି ସମସ୍ୟା ନ ରହୁ ତାହା ଆମେ ସମସ୍ତେ ଚାହୁଁ । ମୁଁ ବିଧାନସଭା ଯିବି ଏବଂ ସର୍ବଦଳୀୟ ବୈଠକରେ ଏହାର ଆଲୋଚନା ହୋଇ ଖୁବ୍ ଶୀଘ୍ର ନିଷ୍କର୍ସ ବାହାର କରାଯିବ । ଆପଣମାନେ ସହଯୋଗ କରନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟମାନେ ସନ୍ତୋଷ ପ୍ରକଟ କରିଥିଲେ ।

Previous Post

ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ

Next Post

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ୧ କୋଟି ସହାୟତା

Next Post
ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ୧ କୋଟି ସହାୟତା

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ୧ କୋଟି ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA