ଭୁବନେଶ୍ୱର: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନେଇ ରହିଥିବା ଦ୍ୱନ୍ଦ ଦୂର ହୋଇଛି । ଆସନ୍ତା ଅକ୍ଟୋବର ୧ ରୁ ନିୟମ କଡ଼ାକଡ଼ି ଲାଗୁ ହେବ । ତେବେ ଅନଲାଇନ୍ ବୁକିଂ କରି ସ୍ଲଟ୍ ପାଇ ନ ଥିବା ଗାଡ଼ି ଚାଳକ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ ଦେବାକୁ ପଡ଼ିବନି । ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି ହୋଇଛି ।
୧,୨,୩ ଓ ୪ ରେ ସରୁଥିବା ଗାଡ଼ି ନମ୍ବର ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଡେଡଲାଇନ୍ ସେପ୍ଟେମ୍ବର ୩୦ ରଖାଯାଇଛି । ୫ ଓ ୬ ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ରହିଛି ଅକ୍ଟୋବର ୩୧ । ୭ ଓ ୮ ରେ ସରୁଥିଲେ ଡେଡଲାଇନ୍ ନଭେମ୍ବର ୩୦ ଏବଂ ଗାଡ଼ି ନମ୍ବର ୯ ଓ ୦ ରେ ସରୁଥିଲେ ଡିସେମ୍ବର ୩୧ ଡେଡଲାଇନ୍ ରହିଛି ।
ନୂଆ ନିୟମ ଅନୁଯାୟୀ, ଡେଡଲାଇନ୍ ପୂର୍ବରୁ ଅନଲାଇନ୍ ବୁକିଂ କରିଥିଲେ ଫାଇନ୍ ରୁ ବର୍ତ୍ତି ହେବ । ଚେକିଂ ବେଳେ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ । ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ଲେଟ୍ ଲାଗି ନ ଥିଲେ କି ବୁକିଂ ହୋଇ ନ ଥିଲେ ଇ-ଚାଲାଣ କଟିବ । ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ପଡ଼ିବ ।
ସୂଚନାଥାଉକି, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ୧୬ ଲକ୍ଷ ୭୮ ହଜାର ୧୬୩ ସ୍ଲଟ୍ ବୁକିଂ ହୋଇଛି ।